ଇଣ୍ଡିଆନ ବ୍ୟାଙ୍କ ଏଟିଏମ ଭାଙ୍ଗି ଥିବା ଚୋର ଗିରଫ। ଜଗତସିଂହପୁର

ଜଗତସିଂହପୁର ସଦର ଥାନା  ଅନ୍ତର୍ଗତ ଦୁର୍ଗା ବଜାର ଠାରେ ଥିବା ଇଣ୍ଡିଆନ ବ୍ୟାଙ୍କ ଏଟିଏମ କୁ ତାଡ଼ି ଚୋରି ଉଦ୍ୟମ କରିଥିବା 2ଜଣଚୋର କୁ ଜଗତସିଂହପୁର ପୋଲିସ ଗିରଫ କରିଥିବା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏସ୍ଡିପିଓ ସୂଚନା ପ୍ରଦାନ କରିଛନ୍ତି।ଆଜି ସାମ୍ବାଦିକ ସମ୍ମିଳନୀରେ ଏସ୍ଡିପିଓ ପ୍ରିୟରଞ୍ଜନ ଶତପଥୀ କହିଛନ୍ତି ଗତ 17ତାରିଖ ରାତି ରେ ଏଟିଏମକୁ ଚୋର ମାନେ ତାଡ଼ି ଟଙ୍କା ଲୁଟ ଉଦ୍ୟମ ବିଫଳ ହୋଇ ଥିଲେ। ତେବେ ଏଟିଏମ ଲୁଟ ନେଇ ଇଣ୍ଡିଆନ ବ୍ୟାଙ୍କ ବ୍ରାଞ୍ଚ ମ୍ୟାନେଜର  ଲିଳିମା ଶତପଥୀ ଜଗତସିଂହପୁର ଥାନାରେ ଅଭିଯୋଗ କରିଥିଲେ।।ଜଗତସିଂହପୁର ଥାନା ପୋଲିସ ଅଭିଯୋଗ ପାଇଁ ଘଟଣା ସ୍ଥଳକୁ ଥାନା ଅଧିକାରୀ ରଜନୀକାନ୍ତ ମିଶ୍ର ସଦଳେ ବଳେ ଯାଇ ବ୍ୟାଙ୍କର ସିଡ଼ିଆର ଓ ଆଖପାଖ ସିସିଟିଭି ଫୁଟେଜକୁ ଆଧାର କରି ଏହାର ତଦନ୍ତ କରି ବାଲିକୁଦା ଥାନା ଅଧିନସ୍ଥ ବାଖରାବାଦ ଗ୍ରାମର ଗଦାଧର ନାୟକଙ୍କ ପୁଅ ରାକେଶ ନାୟକ ଓ ବାଲିକୁଦା ବାଲିସାହି ଗ୍ରାମର ସାହିଦ ଖାଁ କୁ ପୋଲିସ ଗିରଫ କରିବା ସହିତ ଏଟିଏମ ତାଡିବାରେ ବ୍ୟବହୃତ ଏକ ଷ୍ଟିଲ ପାଇପ ଏବଂ ଏକ ବକ୍ସର ବାଇକ କୁ ଜବତ କରିଛି।ତେବେ ରାକେଶ ଓ ସାହିଦ କୁ ପୋଲିସ ଆଜି କୋର୍ଟ ଚାଲାଣ କରିଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଥିଲେ।

ଜଗତସିଂହପୁର ରୁ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ସାହୁ ଙ୍କ ରିପୋଟ

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here