ଖବର ସଂକ୍ଷେପ ରେ…… ତାରିଖ ୨୪/୦୪/୨୧, ଶନିବାର (NEWS IN BULLETS)

୧-ପୁଣି ଲାଗୁହେଲା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା,ମେ ଓ ଜୁନ ମାସରେ ଗରିବଙ୍କୁ ମିଳିବ ମାଗଣା ରାସନ୍।

୨-ଆଜିଠାରୁ ଦୁଇ ଦିନିଆ ସହର ହେବ ସଟଡାଉନ୍। କଟକଣାରେ ଅତ୍ୟାବଶ୍ୟକ ସେବାକୁ ଛାଡ଼ି ସବୁ ରହିବ ବନ୍ଦ ।

୩-ଆଜିଠୁ ଓଡ଼ିଶା ଓ ଝାଡଖଣ୍ଡ ସୀମାରେ ଆରମ୍ଭ ହେବ ୨୪ ଘଣ୍ଟାର ଚେକିଂ ଗେଟ।

୪-ପୁରୀ: ଆଜି ଠାରୁ ୨ ଦିନ ପର୍ଯ୍ୟନ୍ତ ଶ୍ରୀ ଜୀଉଙ୍କ ଦର୍ଶନ ବନ୍ଦ। ସୋମବାର ସକାଳ ୬ଟାରୁ ଦର୍ଶନ ବ୍ୟବସ୍ଥା ଆରମ୍ଭ।

୫-କେନ୍ଦ୍ର କର୍ମଚାରୀଙ୍କୁ କରୋନା ମାଡ଼, ଜୁଲାଇ ୧,୨୦୨୧ରେ ହେବାକୁ ଥିବା ମହଙ୍ଗା ଭତ୍ତା ବୃଦ୍ଧି ସ୍ଥଗିତ।

୬-ଆସିଲା କରୋନାର ନୂଆ ଔଷଧ । ଭିରାଫିନ ଇଂଜେକ୍ସନ୍ ବ୍ୟବହାରକୁ ମଞ୍ଜୁରୀ ଦେଲା ଡ୍ରଗ୍ସ କଂଟ୍ରୋଲର ଅଫ ଇଣ୍ଡିଆ ।

୭-ଭୁବନେଶ୍ୱର-ରାଉରକେଲା ଏବଂ ସମ୍ବଲପୁର-ପୁରୀ ଟ୍ରେନ ଉଭୟ ପଟୁ ଦୁଇଦିନ ପାଇଁ ବାତିଲ।

୮-ଭୁବନେଶ୍ୱର:କଡ଼ାକଡ଼ି ହେବ ସପ୍ତାହନ୍ତ ସଡ଼ଡାଉନ, ଚେକିଂ ପାଇଁ ଟ୍ବିନ ସିଟିରେ ୬୮ ଜାଗାରେ ଲାଗିବ ନାକା।

୯-କରୋନାରେ ଅଣନିଃଶ୍ୱାସୀ ଭାରତ, ସଞ୍ଜିବନୀ ଯୋଗାଉଛି ଓଡିଶା । ଅକ୍ସିଜେନ ଅଭାବ ଥିବା ୬ ରାଜ୍ୟକୁ ସହାୟତାର ହାତ ବଢାଇଲା ଓଡିଶା।

୧୦-ବେଦୀରେ କନିଆଁ, ବାଟରେ ବର । ପଶ୍ଚିମବଙ୍ଗରୁ ଓଡ଼ିଶା ବାହା ହେବା ପାଇଁ ଆସୁଥିବା ଦୁଇ ବର ବାଲେଶ୍ୱର ସୀମାରେ ଅଟକ ।

୧୧-ବିଶ୍ବକେଶନ ହରିଚନ୍ଦନ ମହାପାତ୍ର ହେଲେ ପିପିଲି କଂଗ୍ରେସ ପ୍ରାର୍ଥୀ।

୧୨-ମହାବିଦ୍ୟାଳୟ, ବିଶ୍ବବିଦ୍ୟାଳୟକୁ UGCର ପରାମର୍ଶ: ପାଠ୍ୟ ସୂଚୀରେ ମହିଳା ସୁରକ୍ଷା ବିଷୟ ବ୍ୟାପକ କର।

୧୩-IPL:ମୁମ୍ବାଇ ଉପରେ କିଙ୍ଗସ୍‌ର ବିଜୟ, ୯ ଓ୍ବିକେଟ୍‌ରେ ଜିତିଲା ପଞ୍ଜାବ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here