ଖବର ସଂକ୍ଷେପ ରେ…… ତାରିଖ ୨୧/୦୪/୨୧, ବୁଧବାର (NEWS IN BULLETS)

୧-ବିନା ଭକ୍ତରେ ଗଡ଼ିଲା ରୁକୁଣା ରଥ,ଗୋସାଗରେଶ୍ୱର ଛକ ସ୍କୁଲ ନିକଟରେ ଅଟକିଲା ରୁକୁଣା ରଥ, ଅନ୍ଧାର ହେବାରୁ ରଥ ଟାଣିବା ପାଇଁ ଅମଙ୍ଗ ହେଲେ ଖରଡ଼ା ସେବାୟତ।

୨-ଘଟଗାଁ:ଶନିବାର, ରବିବାର ଓ ମଙ୍ଗଳବାର ତାରିଣୀ ମନ୍ଦିରରେ ଭକ୍ତଙ୍କ ଦର୍ଶନ ବନ୍ଦ ରହିବ।

୩-କଟକରେ ଶ୍ରଦ୍ଧାଳୁଙ୍କୁ ଧର୍ମାନୁଷ୍ଠାନ ମନା, କଟକଣା ଜାରି କଲା ସିଏମ୍‌ସି।

୪-ଭୁବନେଶ୍ୱରରେ ପୁଣି ବନ୍ଦ ହେବ ସମସ୍ତ ଧାର୍ମିକ ଧର୍ମାନୁଷ୍ଠାନ, ପ୍ରବେଶ ଉପରେ ଲାଗିଲା କଟକଣା।

୫-ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବ ଗ୍ରହଣ କଲା କେନ୍ଦ୍ର: ଏଣିକି ରାଜ୍ୟ ସରକାର ନିର୍ମାତା କମ୍ପାନୀଠାରୁ ସିଧାସଳଖ କିଣିପାରିବେ ଟିକା।

୬-ଏସ୍‌ସିବିରୁ ହାଇଦର ଫେରାର ଘଟଣା : ସମ୍ବଲପୁର ଜେଲ ଓ୍ବାଡର ଏବଂ ସୁରକ୍ଷା ଦାୟିତ୍ବରେ ଥିବା କନଷ୍ଟେବଲ ଗିରଫ।

୭-ଭୁବନେଶ୍ୱର: ପୁର୍ବ ପରୀକ୍ଷା ମାର୍କ ଆଧାରରେ ଉତ୍ତୀର୍ଣ ପାଇଁ ଦାବି,ରାସ୍ତାକୁ ଓହ୍ଲାଇଲେ ମାଟ୍ରିକ ବିଦ୍ୟାର୍ଥୀ।

୮-ରାଜ୍ୟରେ ସମସ୍ତ ଡିଏଲ୍, ଲର୍ଣ୍ଣିଂ ଲାଇସେନ୍ସ ଟେଷ୍ଟ ସ୍ଥଗିତ।

୯-ବାହାଘରର ୨୪ ଘଣ୍ଟା ପୂର୍ବରୁ ତାଲିକା ଦେବେ ଆୟୋଜକ : ଅଙ୍ଗନବାଡ଼ି କେନ୍ଦ୍ର, ଯାତ୍ରା, ରଙ୍ଗମଞ୍ଚ ସମ୍ପୂର୍ଣ୍ଣ ବନ୍ଦ ପାଇଁ ଘୋଷଣା ।

୧୦-ଭାରତୀୟ ସେନାରେ ନିଯୁକ୍ତି ପାଇଁ ହେବାକୁ ଥିବା ସମସ୍ତ ସାଧାରଣ ପ୍ରବେଶିକା ପରୀକ୍ଷା, ରାଲି ସ୍ଥଗିତ।

୧୧-ଘୁଞ୍ଚିଲା ନିଟ୍ ପରୀକ୍ଷା,ସିଆଇଏସସିଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ:ଦଶମ ବୋର୍ଡ଼ ପରୀକ୍ଷା ବାତିଲ।

୧୨-ଟିକା ଓ ରୋଜଗାର ଏକ ସଙ୍ଗେ ଚାଲିବ, ରାଜ୍ୟମାନେ ଲକ୍‌ଡାଉନ୍‌କୁ‌ ଶେଷ ବିକଳ୍ପ ଭାବେ ବ୍ୟବହାର କରନ୍ତୁ: ପ୍ରଧାନମନ୍ତ୍ରୀ

୧୩-ଲଗାତାର ୫ ମ୍ୟାଚ୍ ପରାଜୟ ପରେ ମୁମ୍ବାଇକୁ ୬ ଓ୍ଵିକେଟ୍‌ରେ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ।

? , ଆଜି ଶ୍ରୀରାମ ନବମୀ?

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here