ଇଣ୍ଡିଆନ ବ୍ୟାଙ୍କ ଏଟିଏମ ରୁ ଚୋରି ଅଭିଯୋଗ।

ଜଗତସିଂହପୁର ସଦର ଥାନା  ଅଧିନସ୍ଥ ଦୁର୍ଗା ବଜାର ଠାରେ ଥିବା ଇଣ୍ଡିଆନ ବ୍ୟାଙ୍କ ଏଟିଏମ କୁ ଗତକାଲି ବିଳମ୍ବିତ ରାତ୍ରରେ ତାଡ଼ି ଚୋରି ଉଦ୍ୟମ କରିଥିଲେ ସୁଦ୍ଧା ଟଙ୍କା ଚାମ୍ବରକୁ ଭାଙ୍ଗି ପାରିନଥିବା ଜଣା ପଡିଛି।ଗତକାଲି ଜଗତସିଂହପୁର ସହରରେ ନାଇଟ କର୍ଫ୍ୟୁ ଥିବା ବେଳେ ରାତି 9ଟା ରୁ ସମସ୍ତ ଦୋକାନ ବଜାର ବନ୍ଦ ଥିବାରୁ ଏହାର ସୁଯୋଗ ନେଇ ଚୋର ମାନେ ଏଭଳି କାଣ୍ଡ ଘଟାଇଥିବା ଜଣାପଡିଛି।ତେବେ ଜଗତସିଂହପୁର ସହରରେ ବ୍ରାଉନ ସୁଗାର ଖାଇ ନିଶାଡୀ ମନେ ମଧ୍ୟ ଏଭଳି କରିଥାଇ ପାରନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।ତେବେ ଏଟିଏମ ତାଡି ଚୋରି ହୋଇଥିବା ନେଇ ଇଣ୍ଡିଆନ ବ୍ୟାଙ୍କ ବ୍ରାଞ୍ଚ ମ୍ୟାନେଜର  ଲିଳିମା ଶତପଥୀ ଜଗତସିଂହପୁର ଥାନାରେ ଅଭିଯୋଗ କରିଛନ୍ତି।ଜଗତସିଂହପୁର ଥାନା ପୋଲିସ ଅଭିଯୋଗ ପାଇଁ ଘଟଣା ସ୍ଥଳକୁ ଥାନା ଅଧିକାରୀ ରଜନୀକାନ୍ତ ମିଶ୍ର ସଦଳେ ବଳେ ଯାଇ ବ୍ୟାଙ୍କର ସିଡ଼ିଆର ଓ ଆଖପାଖ ସିସିଟିଭି ଫୁଟେଜକୁ ଆଧାର କରି ତଦନ୍ତ କରୁଥିବା ଜଣାପଡିଛି।

ଜଗତସିଂହପୁର ରୁ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ସାହୁ ଙ୍କ ରିପୋର୍ଟ

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here