ପୁରୀ ପୌରାଞ୍ଚଳରେ କରୋନା ପରିସ୍ଥିତି ସମୀକ୍ଷା I

ପୁରୀ- ତା. ୧୭.୦୪.୨୦୨୧- ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ପୁରୀ ପୌରାଞ୍ଚଳରେ କରୋନା ପରିସ୍ଥିତି ସମୀକ୍ଷା କରିଛନ୍ତି । ସ୍ଥାନୀୟ ନିଳାଦ୍ରୀ ବେଳାଭୂମିରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ପୌରାଞ୍ଚଳରେ ଗୃହ ସଙ୍ଗରୋଧରେ ଥିବା କୋଭିଡ ରୋଗୀଙ୍କୁ ସ୍ବତନ୍ତ୍ର ଧ୍ୟାନ ଦେବା ପାଇଁ ଜିଲ୍ଲାପାଳ ସଂପୃକ୍ତ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଛନ୍ତି । ପୌରାଞ୍ଚଳରେ ଥିବା ସମସ୍ତ ୪ଟି ଯାକ ସ୍ବାସ୍ଥ୍ୟକେନ୍ଦ୍ର ପାଇଁ ୧୩ଟି ରାପିଡ ରେସପନ୍ସ ଟିମ ଗଠନ କରାଯାଇଛି । ଏହିଟିମରେ ଡାକ୍ତର,  ସ୍ବାସ୍ଥ୍ୟକର୍ମୀ ସାମିଲ ହେବା ସହ   ଆବଶ୍ୟକୀୟ ଆମ୍ବୁଲାନ୍ସ ପ୍ରସ୍ତୁତ ହୋଇ ରହିଛି । ଏହି ଟିମ୍ ଗୃହ ସଙ୍ଗରୋଧରେ ଥିବା କରୋନା ଆକ୍ରାନ୍ତ ମାନଙ୍କ ଦୈନଦିନ ବିବରଣୀ ରଖିବା ସହ ଆବଶ୍ୟକ ବେଳେ ଅଧିକ ଚିକିତ୍ସା ପାଇଁ ସ୍ଥାନୀୟ ଆଇଡିଏଚରେ ଥିବା କୋଭିଡ ଚିକିତ୍ସାଳୟରେ ଭର୍ତ୍ତି କରିବା ବ୍ୟବସ୍ଥା କରିବେ । ଏଥିମଧ୍ୟରୁ ଗୋଟିଏ ରାପିଡ ରେସପନ୍ସ ଟିମ ଓ ଆମ୍ବୁଲାନ୍ସ ସେବାୟତ ମାନଙ୍କ ନିମନ୍ତେ ସ୍ବତନ୍ତ୍ର ଭାବେ ରଖିବା ପାଇଁ ଶ୍ରୀ ବର୍ମା ପରାମର୍ଶ ଦେଇଛନ୍ତି । ରୋଗୀ ମାନଙ୍କ ସ୍ବାସ୍ଥ୍ୟବସ୍ଥା ସଂପର୍କରେ ତଥ୍ୟ ରଖିବା ପାଇଁ ଆଶା, ସ୍ବାସ୍ଥ୍ୟକର୍ମୀ ଓ ଏଏନଏମ୍ ମାନେ ମଧ୍ୟ ନିଯୁକ୍ତ ରହିବେ ।  ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ  ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିନୟ କୁମାର ଦାଶ, ଉପ ଜିଲ୍ଲାପାଳ ଶ୍ରୀ ଭବତାରଣ ସାହୁ, ଡିପିଏଚଓ ଡଃ ବିରଜା ଶଙ୍କର ରଥ, ପୌର ସ୍ବାସ୍ଥ୍ୟ ଅଧିକାରୀ ଡଃ ଅଶୋକ ସିଠ, ଆଶା  ସଂଯୋଜକ ଶ୍ରୀ ଅଶୋକ ସାହୁ, ଡିପିଏମ ଟି. ନାରାୟଣ ରାଓ, ଏପିଏମ୍ ଶ୍ରୀ ସନ୍ତୋଷ କୁମାର ମିଶ୍ର, ସହରାଞ୍ଚଳର ଆଶା, ଏଏନଏମ୍, ସ୍ବାସ୍ଥ୍ୟ କର୍ମୀ ପ୍ରମୁଖ ଉପସ୍ଥିତ ଥିଲେ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here