ବିଦ୍ୟୁତ ଦର ବୃଦ୍ଧି ପ୍ରତ୍ୟାହାର ଦାବିରେ ଜଗତସିଂହପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ଧାରଣା।

ଜଗତସିଂହପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ବିଦ୍ୟୁତ ଦର ବୃଦ୍ଧି ପ୍ରତିବାଦରେ ଜିଲ୍ଲା ମୁଖ୍ୟାଳୟ ସ୍ଥିତ ସେସୁ କାର୍ଯ୍ୟାଳୟ ସମ୍ମୁଖରେ ଗଣ ଧାରଣା ଦିଆ ଯାଇଛି। ଜିଲ୍ଲା ସଭାପତି ନଟବର ବାରିକଙ୍କ ନେତୃତ୍ୱରେ ଶତାଧିକ କର୍ମୀ ଓ ନେତାମାନେ ଯୋଗ ଦେଇ ବିଦ୍ୟୁତ ଦର ବୃଦ୍ଧି କୁ ପ୍ରତିବାଦ କରି କହିଥିଲେ ମହାମାରୀ କରୋନା ମହାମାରୀ ସବୁବର୍ଗର ଲୋକମାନେ ଆର୍ଥିକ ଦୁର୍ବଳ ଥିବା ଅବସ୍ଥାରେ ବିଦ୍ୟୁତ ବିତରଣ କମ୍ପାନୀର ବିଦ୍ୟୁତ ଶୁଳ୍କ ବୃଦ୍ଧି କରିବା ପରିତାପର ବିଷୟ। ତେଣୁ ତୁରନ୍ତ ବର୍ଦ୍ଧିତ ବିଦ୍ୟୁତ ଦର ପ୍ରତ୍ୟାହାର କରିବାକୁ ଦାବି କରିଛି ଜିଲ୍ଲା କଂଗ୍ରେସ।ଏହି କାର୍ଯ୍ୟକ୍ରମ ରେ ବ୍ଳକ କଂଗ୍ରେସ ସଭାପତି ଅଦ୍ୱୈତ ଚରଣ ଜେନା, ଉପସଭାପତି ସର୍ବେଶ୍ୱର ପଣ୍ଡା, ଜିଲା ଯୁବକଂଗ୍ରେସ ସଭାପତି ପ୍ରଶାନ୍ତ କୁମାର ମଲ୍ଲିକ,ନଗରକଂଗ୍ରେସ ସଭାପତି ଅଭୟ କୁମାର ମହାନ୍ତି ପ୍ରମୂଖ ଶତାଧିକ କଂଗ୍ରେସ କର୍ମୀ ବିଦ୍ୟୁତ ଶୁଳ୍କ ବୃଦ୍ଧିକୁ ତୁରନ୍ତ ପ୍ରତ୍ୟାହାର କରନ୍ତୁ ବୋଲି ଦାବି କରିଥିଲେ।ଏହିଅବସରରେ ଏକ ସ୍ମାରକପତ୍ର ମହାମହିମ ରାଜ୍ୟପାଳ ଙ୍କ ଉଦ୍ଧେଶ୍ୟରେ ସେସୁ ନିର୍ବାହି ଅଧିକାରୀ ଙ୍କ ଜରିଆରେ ପ୍ରଦାନ କରିଥିଲେ।।ଜଗତସିଂହପୁରରୁ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ସାହୁ ଙ୍କ ରିପୋର୍ଟ

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here