ବିଜେପିର ମଣ୍ଡଳ ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ, ଦଶମନ୍ତପୁର , କୋରାପୁଟ ଜିଲ୍ଲା |

ଦଶମନ୍ତପୁର, 4/4 /2021

କୋରାପୁଟ ଜିଲ୍ଲା ଅନ୍ତର୍ଗତ ଦଶମନ୍ତପୁର ବ୍ଳକ ରହିଥିବା ଜୋନ-ଏକ୍ ରେ ବିଜେପିର ମଣ୍ଡଳସ୍ତରୀୟ କାର୍ଯ୍ୟକାରୀଣୀ ବୈଠକ  ଶହରୁ ଉର୍ଦ୍ଧ୍ବ ମଣ୍ଡଳ କାର୍ଯ୍ୟକାରିଣି ସଦସ୍ୟ ମାନଙ୍କୁ  ନେଇ ମେଡିକାଲ ନିକଟସ୍ଥ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଆୟୋଜନ କରିଥିଲେ  ସ୍ଥାନୀୟ ବିଜେପି  ମଣ୍ଡଳ ସଭାପତି ଚକ୍ର ଜାନୀ ଏବଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିଲେ  ଜିଲ୍ଲା ବିଜେପି ସଂପାଦକ ତଥା ଲକ୍ଷ୍ମୀପୁର ବ୍ଳକ୍ ପ୍ରଭାରୀ ରବିଚନ୍ଦ୍ର ପାଢୀ ଓ ସମ୍ମାନିତ ଅତିଥି ଭାବେ ପୂର୍ବତନ ବିଧାୟକ ପ୍ରାର୍ଥୀ କୁମୁଦ ସାଉନ୍ତା, ଦଶମନ୍ତପୁର ବ୍ଳକ ପ୍ରଭାରୀ ନକୁଳ ବିଶୋଇ, ଜିଲ୍ଲା କାର୍ଯ୍ୟକାରିଣି ସଦସ୍ୟ ଦର୍ଶନ ମୁଦୁଲି, ଟଙ୍କଧର ବିଶୋଇ, ପୂର୍ବତନ ଜିଲ୍ଲା ପରିଷଦ ପ୍ରାର୍ଥୀ ବଳରାମ ମୁଦୁଲି, ଏବଂ ଜେନେରାଲ ସଂପାଦକ କୃପା ରାଏ ଇତ୍ୟାଦି ପ୍ରମୁଖ ଯୋଗଦେଇ ଥିଲେ। ଏହି ବୈଠକରେ ଆଗାମୀ ଦିନମାନଙ୍କରେ ବିଜେପି ଦଳକୁ କିପ୍ରକାର ମଜବୁତ କରାଯାଇପାରିବ, ଏନେଇ ଆଠଟି ପଞ୍ଚାୟତ ସଭାପତି ଯଥା ପିଣ୍ଡାପଦର ର ଅରୁ ହିକକା, ଦଶମନ୍ତପୁର ର ଦୂର୍ଯ୍ୟଧନ ଗୌଡ, ମୁର୍କାର ର ଜୁନେସ୍ ସାଉନ୍ତା, ଚନାବାଡ ର ବଳରାମ ମୁଦୁଲି, ଚିକାମ୍ବ ର ନର ଜାନୀ, ଗିର୍ଲିଗୁମ୍ମା ର ଖଗପତି ଦିଶାରି,ଡୁମ୍ବାଗୁଡା ର ଯତ୍ନାକର ମୁଦୁଲି, ଦୁଆରସଣୀ ର ନରସିଂଙ୍ଗ ପୂଜାରୀ ଏବଂ ବିଜେପି  ମଣ୍ଡଳ କାର୍ଯ୍ୟକାରିଣି ସଦସ୍ୟ ମାନଙ୍କୁ ପ୍ରାଞ୍ଜଳ ଭାବେ ଚକ୍ର ଜାନୀ  ଉପସ୍ଥାପନ କରିଥିଲେ ଏବଂ ଅନ୍ୟାନ୍ୟ ବିଷୟମାନ ମଧ୍ୟ ଆଲୋଚନା କରାଯାଇଥିଲା। ଏହାକୁ  ସହଯୋଗ କରିଥିଲେ ବ୍ଳକ ଉପ ସଭାପତି ଦିଲ୍ଲୀପ ବାଘ ଏବଂ ନରେନ୍ଦ୍ର ସୋମାଲିଆ।  ପରବର୍ତ୍ତୀ ସମୟରେ କାର୍ଯ୍ୟକ୍ରମ ଆଶିଥିବା ସଦସ୍ୟ ମାନଙ୍କୁ ଧନ୍ୟବାଦ ଅର୍ପଣ କରି ବ୍ଳକ ମଣ୍ଡଳ ସଭାପତି  ସଭା କୁ ପରିସମାପ୍ତି କରିଥିଲେ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here