ସାଂସଦ ଙ୍କ ଜିଲା ପ୍ରତିନିଧି ଙ୍କ ନାମରେ ଥାନାରେ ଏତଲା ଦେଲା ଡାବୁଗାଁ ବ୍ଲକ କଂଗ୍ରେସ , ନବରଙ୍ଗପୁର ଜିଲା :

ଡାବୁଗାଁ, ୩/୪ ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ କଂଗ୍ରେସ ପକ୍ଷରୁ ନବରଙ୍ଗପୁର ସାଂସଦ ଙ୍କ ଜିଲା ପ୍ରତିନିଧି ପ୍ରମୋଦ ପାଢୀ ଙ୍କ ନାମରେ ଶନିବାର ଡାବୁଗାଁ ଥାନାରେ ଏତଲା ଦିଆଯାଇଛି | ଆଇଆଇସି ଙ୍କ ଅନୁପସ୍ଥିତିରେ ସବଇନିସ୍ପେକ୍ଟର ଅରୁଣ କୁମାର ପଟ୍ଟନାୟକ ବ୍ଲକ କଂଗ୍ରେସ ସଭାପତି ଜି॰ ସାଇରାଜୁ ଏତଲା ପ୍ରଦାନ କରିଛନ୍ତି | ଉକ୍ତ ଏତଲାରେ ଚନ୍ଦାହାଣ୍ଡି ବ୍ଲକ ଠାରେ ବିଜେଡି ଦଳର ଏକ ସାଧାରଣ ସଭାରେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ଙ୍କ ଉପସ୍ଥିତିରେ  ଜିଲା ପ୍ରତିନିଧି ପ୍ରମୋଦ ପାଢୀ  ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଠାରୁ ସାଂସଦ ରମେଶ ଚନ୍ଦ୍ର ମାଝୀଙ୍କୁ ବଡ ବୋଲି କହିବା ସହିତ ମହାତ୍ମା ଗାନ୍ଧୀ ବିଡି, ସିଗାରେଟ ଟାଣୁଥିଲେ ବୋଲି ସାଧାରଣ ସଭାରେ ମନ୍ତବ୍ୟ ଦେଇ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଅପମାନ କରିଛନ୍ତି ବୋଲି ଉଲ୍ଲେଖ ରହିଛି | ଏହି ଏତଲା ପ୍ରଦାନ ସମୟରେ ଡାବୁଗାଁ ବ୍ଲକ ଅଧ୍ୟକ୍ଷ ବଂଶୀଧର ମାଝୀ,  ବ୍ଲକ ଉପସଭାପତି ପ୍ରକାଶ ଚନ୍ଦ୍ର ପଣ୍ଡା ଓ ବାବି ଜେନା, ବ୍ଲକ ଯୁବ କଂଗ୍ରେସ ସଭାପତି ପ୍ରମୋଦ ଜେନା, ଧବଳ ନାୟକ, ରାମେଶ୍ଵର ପାଣିଗ୍ରାହୀ, ଟି॰ ମୁରଲୀ ରାଓ, ଭଗବାନ ଖୁଣ୍ଟିଆ, କେଶବ ରେଲି, ରାଜେନ୍ଦ୍ର ବିଶୋଇ ଓ ଅନ୍ୟମାନେ ଉପସ୍ଥିତ ଥିଲେ |

                     ନବରଙ୍ଗପୁର ଜିଲା ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡା, Odisha1.TV |

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here