ଓଡ଼ିଆ ସଂସ୍କୃତି ବିଶ୍ବାୟନର ପ୍ରତୀକ ହେଉଛନ୍ତି ଶ୍ରୀ ଜଗନ୍ନାଥ

             — ବାଚସ୍ପତି ଡ. ସୂର୍ଯ୍ୟ ନାରାୟଣ ପାତ୍ର

ଶ୍ରୀ ଜଗନ୍ନାଥ ହେଉଛନ୍ତି ଓଡ଼ିଆ ସଂସ୍କୃତି ବିଶ୍ବାୟନର ପ୍ରତୀକ, ତାଙ୍କ ଦ୍ୱାରା ଓଡ଼ିଆ ସଂସ୍କୃତି ଓ ଦର୍ଶନ ବିଶ୍ବ ଦରବାରରେ ପ୍ରତିଷ୍ଠିତ ହୋଇ ପାରିଛି ବୋଲି ‘ବିଶ୍ବ ଓଡ଼ିଶା’ ର ସପ୍ତମ ପ୍ରତିଷ୍ଠା ଦିବସ ତଥା ଉତ୍କଳ ଦିବସ ପାଳନ ଅବସରରେ ବାଚସ୍ପତି ଡ. ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି ।

‘ବିଶ୍ବ ଓଡ଼ିଶା’ ର ସଭାପତି ଭାବରେ ସେ ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ଆହୁରି କହିଲେ ଯେ, ବିଶ୍ଵବ୍ୟାପୀ ଓଡ଼ିଆଙ୍କ ମଧ୍ୟରେ ସମନ୍ୱୟ ରଖି ଓଡ଼ିଶା ବିକାଶର ନୂଆ ନକ୍ସା ଆଙ୍କାଯାଇ ପାରିବ । ‘ବିଶ୍ବ ଓଡ଼ିଶା’ ଏହାର ପରିକଳ୍ପନା କରିଥିବାରୁ କର୍ମକର୍ତ୍ତାମାନେ ଧନ୍ୟବାଦର ପାତ୍ର ।

ଏହି ପ୍ରତିଷ୍ଠା ଦିବସ ସମାବେଶରେ ବରେଣ୍ୟ ଅତିଥି ଭାବରେ ଓଡ଼ିଶା ମୋ ପରିବାରର ଅଧ୍ୟକ୍ଷ ଅରୁପ ପଟ୍ଟନାୟକ ‘ଓଡ଼ିଶା ମୋ ପରିବାର, ଉପଲବ୍ଧି ଓ ଆହ୍ବାନ’ ପ୍ରସଙ୍ଗରେ ଆଲୋଚନା କରିଥିଲେ ।

ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ ‘ଓଡ଼ିଶାର ସର୍ବଭାରତୀୟ ପରିଚୟ’ ସମ୍ପର୍କରେ ଆଲୋଚନା କରିବାକୁ ଯାଇ କହିଥିଲେ ଯେ, ଓଡ଼ିଆ ଭାଷା ପ୍ରତି ଓଡ଼ିଆଙ୍କ ଆଦର କମୁଥିବା ବେଳେ ଅନ୍ୟରଭାଷା ସଂସ୍କୃତି ପ୍ରତି ଓଡ଼ିଆଙ୍କ ଆଗ୍ରହ ବଢୁଛି, ଯାହାକି ବିଡ଼ମ୍ବନାର ବିଷୟ ।

ପୂର୍ବତନ ମନ୍ତ୍ରୀ ଭଜମନ ବେହେରା ଓଡ଼ିଆ ଭାଷା, ସଂସ୍କୃତି, ଖାଦ୍ୟ ପାନୀୟ, କଳା ସାହିତ୍ୟ ବିଶ୍ବ ଦରବାରରେ ପ୍ରସାର ପ୍ରଚାର କରିବାର ସମୟ ଆସିଛି ବୋଲି କହିଥିଲେ  ।

ସେହିପରି ରାଜ୍ୟ ପ୍ରବକ୍ତା ଭରଦ୍ବାଜ ମିଶ୍ର

‘ଓଡ଼ିଶା ଓ ବିଶ୍ୱ’, ମହିଳା ଓ ଶିଶୁ ବିକାଶ ବିଭାଗ ଉପଦେଷ୍ଟା ସୁଲତା ଦେଓ ‘ଓଡ଼ିଶାର ପର୍ଯ୍ୟଟନ ଶିଳ୍ପ, ସମ୍ଭାବନା ଓ ସମସ୍ୟା’, ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ସନାତନ ମଲିକ ‘ଓଡ଼ିଆ ସାହିତ୍ୟ ବନାମ ବିଶ୍ବ ସାହିତ୍ୟ’, ଭାଷା ସଂଗ୍ରାମୀ ଶଙ୍କର ପରିଡ଼ା ‘ଓଡ଼ିଶାର ଭାଷା ଓ ଭୌଗୋଳିକ ସଙ୍କଟ’ ପ୍ରସଙ୍ଗରେ ଆଲୋଚନା କରିଥିଲେ ।

ସେହିପରି ‘ଓଡ଼ିଆ ସାଂସ୍କୃତିକ ପରିଚୟ ସଙ୍କଟ’ ବିଷୟରେ ବିଶିଷ୍ଟ କଣ୍ଠଶିଳ୍ପୀ ସୁସ୍ମିତା ଦାସ, ‘ଓଡ଼ିଆ ଭାଷା ଓ ଶିକ୍ଷା’ ପ୍ରସଙ୍ଗରେ ଅଧ୍ୟାପିକା ଡ. ପ୍ରତିଭା ମହାରଥୀ, ‘ଓଡ଼ିଆ ଶିକ୍ଷା ପଦ୍ଧତି ଏକ ଆହ୍ବାନ’ ପ୍ରସଙ୍ଗରେ ଅଧ୍ୟାପକ ତାରା ପ୍ରସନ୍ନ ଶତପଥୀ ବକ୍ତବ୍ୟ ରଖିଥିଲେ ।

ପ୍ରାରମ୍ଭରେ ମୁଖ୍ୟ ସଂଯୋଜକ ଆଡଭୋକେଟ ମନୋରଞ୍ଜନ ପଟ୍ଟନାୟକ, କାର୍ଯ୍ୟକାରୀ ସଭାପତି କବି ବାହାଦୂର ପାଟସାହାଣୀ, ମହାସଚିବ ଭିକାରୀ ଚରଣ ରାଉତ ସ୍ୱାଗତ ସମ୍ଭାଷଣ ଦେଇଥିବା ବେଳେ ସାଧାରଣ ସମ୍ପାଦକ ମନୋଜ ମନ୍ମୟ ସମ୍ପାଦକୀୟ ବିବରଣୀ ଉପସ୍ଥାପନ କରିବା ସହିତ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଶେଷରେ ଉପସଭାପତି ଦ୍ବୀପାୟନ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

ଏହି ଅବସରରେ ଅନୁଷ୍ଠାନର ମୁଖପତ୍ର ବିଜୁବାବୁ ବିଶେଷାଙ୍କ ‘ଶତାବ୍ଦୀ ଭୂମିପୁତ୍ର’କୁ ଅତିଥିମାନେ ଉନ୍ମୋଚନ କରିଥିବାବେଳେ ଅନୁଷ୍ଠାନ ର ୱେବସାଇଟ ବାଚସ୍ପତି ଡ. ସୂର୍ଯ୍ୟ ନାରାୟଣ ପାତ୍ର ଲୋକାର୍ପଣ କରିଥିଲେ । ସପ୍ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ୭ଜଣ ସାହିତ୍ୟ ସଂସ୍କୃତି ପ୍ରତିଭା ଓ ୭ଜଣ ଶିକ୍ଷା ଓ ସମାଜସେବା ବ୍ୟକ୍ତିତ୍ୱଙ୍କୁ ସମ୍ମାନିତ କରାଯାଇଥିଲା । ମେଧାବିନୀ ଛାତ୍ରୀ ସ୍ୱାଗତିକା ପଣ୍ଡାଙ୍କୁ ବାହରିନରେ ଅବସ୍ଥାପିତ ବିଶ୍ବ ଓଡ଼ିଶା ବିଶ୍ବ ପରିଷଦର ଅଧ୍ୟକ୍ଷ ତଥା ସଦ୍ଭାବନା ରାଷ୍ଟ୍ରଦୂତ ଡ. ଅରୁଣ କୁମାର ପ୍ରହରାଜଙ୍କ ସୌଜନ୍ୟରୁ ଡ. ତ୍ରୈଲୋକ୍ୟନାଥ ପ୍ରହରାଜ ସ୍ମାରକୀ ଶିକ୍ଷାବୃତ୍ତି ପ୍ରଦାନ କରାଯାଇଥିବା ବେଳେ କବି କାଳୀ ଚରଣ ତ୍ରିପାଠୀ, ନୃସିଂହାନନ୍ଦ ମହାପାତ୍ର, ଅଜୟ କୁମାର ପଣ୍ଡା, ସୂର୍ଯ୍ୟକାନ୍ତି ବାରିକଙ୍କୁ ବିଶ୍ବ ଓଡ଼ିଶା ସାହିତ୍ୟ ସମ୍ମାନ, ଯୁବଗୀତିକାର ଲଳିତ ନାରାୟଣ ରଥ, ନିର୍ଦ୍ଦେଶକ ଅଶୋକ ଗଣ୍ଠିଆ, କଳାକାର ବୀରେନ୍ଦ୍ର ଜେନାଙ୍କୁ ସଂସ୍କୃତି ସମ୍ମାନ, ଦୟାନିଧି ପଣ୍ଡାଙ୍କୁ ସୁବକ୍ତା ସମ୍ମାନ, ଡ. ମାୟାଧର ବେହେରା, ସ୍ନେହଲତା ମିଶ୍ରଙ୍କୁ ସମାଜସେବା ସମ୍ମାନ, ସ୍ୱର୍ଣ୍ଣଲତା ରାଉତ, ଅନିମା ପରିଡାଙ୍କୁ ଶିକ୍ଷା ଗୌରବ ସମ୍ମାନ ଏବଂ ଇଂ. ଦେବସ୍ମିତା ସାହୁଙ୍କୁ ଯୁବ ଗୌରବ ସମ୍ମାନ ପ୍ରଦାନ କରାଯାଇଥିଲା । ଅପରାହ୍ଣରେ ବିଜୟଲକ୍ଷ୍ମୀ ସାହୁ, ରଶ୍ମିତା ରାଉତ, ବାମଦେବ ସ୍ୱାଇଁ, ଡ. ମାନସୀ କରଙ୍କ ସଂଯୋଜନାରେ ଓଡ଼ିଆ ଦେଶାତ୍ମବୋଧକ କବିତା ଆସର ଅନୁଷ୍ଠିତ ହୋଇଥିଲା ।

କାର୍ଯ୍ୟକ୍ରମକୁ ବିଶ୍ୱ ଓଡ଼ିଶା ମହିଳା ପରିଷଦ ଅଧ୍ୟକ୍ଷା ସୁଜାତା ପଶାୟତ, ସଂଯୋଜିକା ରଶ୍ମିତା ରାଉତ, ଉପସଭାପତି ଦିଲୀପ ରାୟ, ସମନ୍ୱୟ ସମ୍ପାଦିକା ମୀରା ବେଉରା, ଡ. ଦିବ୍ୟଶକ୍ତି ସାମନ୍ତରାୟ, ନଦିୟା ବିହାରୀ ସାହୁ, ଯୋଗେନ୍ଦ୍ର ପଟ୍ଟନାୟକ, ସୁଶୀଲ ସରିତା ନାୟକ, ରଶ୍ମିତା ସାମଲ, ମମତା ଦେବନାୟକ, ସସ୍ମିତା ନାଥ, ସୁଚିତ୍ରା ସାହୁ, ପ୍ରତିଭା ଦାସ, ଜ୍ୟୋତିର୍ମୟୀ ନାୟକ ପ୍ରମୁଖ ପରିଚାଳନା କରିଥିଲେ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here