ଜଗତସିଂହପୁରଜିଲ୍ଲା ଓକିଲ ସଂଘର ଶପଥଗ୍ରହଣ ଉତ୍ସବ :

ଜଗତସିଂହପୁରଜିଲ୍ଲା ଓକିଲ ସଂଘ ନବନିର୍ବାଚିତ କର୍ମକର୍ତ୍ତାମାନଙ୍କ ଶପଥଗ୍ରହଣ ଉତ୍ସବ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟସ୍ଥ ଓକିଲ ସଂଘ ଗୃହରେ ଅନୁଷ୍ଠିତ ହୋଇଯାଇଛି । ଉତ୍ସବରେ ମୁଖ୍ୟ ଅତିଥିଭାବେ ଜିଲ୍ଲା ଓ ଦୌରାଜଜ୍ ଆନନ୍ଦ ଚନ୍ଦ୍ର ବେହେରା , ସ୍ୱତନ୍ତ୍ର ଅତିଥିଭାବେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର,ସମ୍ମାନନୀୟ ଅତିଥିଭାବେ ବରିଷ୍ଠ ଆଇନଜୀବି ରବିନ୍ଦ୍ର ନାଥ ମହାନ୍ତି ଓ ଗୋରାଚାନ୍ଦ କାନୁନଗୋ  ଯୋଗ ଦେଇଥିଲେ । ନିର୍ବାଚନ ଅଧିକାରୀ ଆଇନଜୀବି ଶ୍ରୀକାନ୍ତ ନନ୍ଦ ସଭା ପରିଚାଳନା କରିଥିଲେ । ବରିଷ୍ଠ ଆଇନଜୀବି ରବିନ୍ଦ୍ର ନାଥ ମହାନ୍ତି ନବନିର୍ବାଚିତ ସଭାପତି ଗଗନଚନ୍ଦ୍ର ଦାଶ, ଉପସଭାପତି ପ୍ରହ୍ଲାଦ କୁମାର ନାୟକ, ସଂପାଦକ ନରେଶ ଦାସ, ଯୁଗ୍ମ ସମ୍ପାଦକ ଜ୍ଞାନ ରଂଜନ ମହାନ୍ତି, କୋଷାଧ୍ୟକ୍ଷ ଦୁର୍ଯ୍ୟୋଧନ ରାଉତ, କାର୍ଯ୍ୟକାରୀ କମିଟି ସଦସ୍ୟ ବିବେକାନନ୍ଦ ନାୟକ, ଅଶ୍ଵିନୀ ଅମିତାଭ ଲେଙ୍କା, ଅନିରୁଦ୍ଧ ସାବତ, ରୁଦ୍ରନାରାୟଣ ନାୟକ,ବାଟୁ ଭୋଇ, ପ୍ରକାଶ ଚନ୍ଦ୍ର ରାୟ ଓ ସଦସ୍ୟା ରାଜଶ୍ରୀ ମହାନ୍ତିଙ୍କୁ ଶପଥ ପାଠ କରାଇଥିଲେ । ଏହି ଅବସରରେ ନୂତନ ସଭାପତି ଗଗନ୍ ଚନ୍ଦ୍ର ଦାଶ ଅଭିଭାଷଣ ପ୍ରଦାନ କରିଥିବା ବେଳେ ସଂପାଦକ ନରେଶ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଉତ୍ସବରେ ଜିଲ୍ଲା ଓକିଲ ସଂଘର ଶତାଧିକ ଆଇନଜୀବୀ ଯୋଗଦାନ କରିଥିଲେ ।

ଜଗତସିଂହପୁର ରୁ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ସାହୁ ଙ୍କ ରିପୋର୍ଟ ଓଡିଶା 1ଟିଭି   |       

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here