ଖବର ସଂକ୍ଷେପ ରେ…… ତାରିଖ ୨୫/୦୩/୨୧, ଗୁରୁବାର (NEWS IN BULLETS)

୧-ବୀମା ବ୍ୟବସ୍ଥା ଭିତରେ ସବୁ ସରକାରୀ ସ୍କୁଲର ଛାତ୍ରଛାତ୍ରୀ, ସ୍କୁଲ ସମୟ ଭିତରେ ପ୍ରାଣହାନି ହେଲେ ମିଳିବ ୨ଲକ୍ଷ କ୍ଷତି ପୂରଣ।

୨-ଏପ୍ରିଲ ୨ରେ ଓଡିଶା ଆସୁଛନ୍ତି ଉପରାଷ୍ଟ୍ରପତି । କୋଭିଡ୍ ନିୟମ ଅନୁପାଳନ ନେଇ କଡା ନିର୍ଦ୍ଦେଶ ଦେଲେ ମୁଖ୍ୟ ଶାସନ ସଚିବ ।

୩-ଶ୍ରୀମନ୍ଦିରରେ ସପ୍ତାହ ଧରି ଚାଲିବ ଦୋଳ ଉତ୍ସବ, ସ୍ୱତନ୍ତ୍ର ବିମାନରେ ବସି ଶ୍ରୀଜଗନ୍ନାଥ ବଲ୍ଲଭ ମଠକୁ ଯିବେ ଚଳନ୍ତି ପ୍ରତିମା।

୪-ବିଧାନସଭାରେ କିଟ୍ ଓ କିସକୁ ପ୍ରଶଂସା କଲେ କଂଗ୍ରେସ ବିଧାୟକ ସୁର ରାଉତରାୟ।କିଟର କୁନି ବୈଜ୍ଞାନିକ ଆୟୁଷ୍ମାନ୍‍ ନାୟକଙ୍କୁ ମିଳିଲା ପେଟେଣ୍ଟ ସାର୍ଟିଫିକେଟ।

୫-ଏପ୍ରିଲ ୧୦ ପୂର୍ବରୁ ରାଜ୍ୟର ସମସ୍ତ ଜିଲ୍ଲାରେ ଜିଲ୍ଲାସ୍ତରୀୟ ଅଂଶୁଘାତ ମୁକାବିଲା କାର୍ଯ୍ୟକ୍ରମ ହେବ ଆରମ୍ଭ: SRC।

୬-ଚିନ୍ତା ବଢାଇଲା କରୋନା: ଓଡିଶାରୁ ୩ ବ୍ରିଟିଶ୍ ଷ୍ଟ୍ରେନ ଚିହ୍ନଟ, ପଞ୍ଜାବରୁ ସର୍ବାଧିକ ୩୩୬ କେସ୍।

୭-ନବରଙ୍ଗପୁରରେ ଆଜିଠାରୁ ନାଇଟ କର୍ଫ୍ୟୁ । ରାତି ୮ଟାରୁ ଏହି ନାଇଟ୍ କର୍ଫ୍ୟୁ ଆରମ୍ଭ ହୋଇ ସକାଳ ୬ଟା ଯାଏଁ ବଳବତ୍ତର ରହିବ।ନୁଆପଡାର ସିନାପାଲିରେ ଗୋଟିଏ ଗାଁରେ ୨୯ ପଜିଟିଭ୍ ଚିହ୍ନଟ।

୮-ଏଣିକି ରାଜଧାନୀରେ ମାସ୍କ ନପିନ୍ଧିଲେ ଗଣିବେ ଫାଇନ୍, ସାମାଜିକ ଦୂରତା ରକ୍ଷା କରିବାକୁ ପରାମର୍ଶ।

୯-ଜଷ୍ଟିସ ନୁଥାନା ପତି ଭେଙ୍କଟ ରମନା ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି। ଏପ୍ରିଲ ୨୪ରୁ ସେ ଦେଶର ୪୮ତମ ପ୍ରଧାନ ବିଚାରପତି ଭାବେ ‌ପଦାସୀନ ହେବେ।‌‌

୧୦-ପର୍ବପର୍ବାଣୀ ସମୟରେ ସ୍ଥାନୀୟ କଟକଣା ଜାରି କରିବାକୁ କେନ୍ଦ୍ର ସରକାରଙ୍କ ପରାମର୍ଶ।

୧୧-ଗ୍ରୀଷ୍ମ ଋତୁରେ ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳର ପାନୀୟ ଜଳ ଯୋଗାଣ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା।

୧୨-ଆସାମ ଓ ପଶ୍ଚିମବଙ୍ଗ ନିର୍ବାଚନ:ପ୍ରଚାର ଅଭିଯାନ ସରଗରମ , ପ୍ରଥମ ପର୍ଯ୍ୟାୟ ପାଇଁ ୨୭ରେ ମତଦାନ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here
5 1 vote
Article Rating
1 Comment
Oldest
Newest Most Voted
Inline Feedbacks
View all comments