ଟାଉନହଲ ଛକରେ ଜଳଛତ୍ର କେନ୍ଦ୍ର ଉଦଘାଟିତ , ଜଗତସିଂହପୁର ।

ଜଗତସିଂହପୁର  ଜିଲ୍ଲା ସଦର ମହକୁମାର ଟାଉନହଲ ଛକ ନିକଟରେ ମହାବୀର ଗେଷ୍ଟ ହାଉସ ଆଣ୍ଡ ଲଜ ଆନୁକୂଲ୍ୟରେ ରେ ଏକ ଜଳଛତ୍ର କେନ୍ଦ୍ର ଉଦଘାଟିତ ହୋଇଯାଇଛି।ମହାବୀର ଗେଷ୍ଟ ହଉସର ପ୍ରୋପାଇଟର ଦିଗଦର୍ଶନ ବଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍ଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଆଇନଜୀବୀ ସରୋଜ କୁମାର ବିଶ୍ଵାଳ ଯୋଗଦେଇ ଜଳଛତ୍ର କେନ୍ଦ୍ରକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ।ଜିଲ୍ଲା ଗ୍ରୀଷ୍ମ ପ୍ରବାହ ବୃଦ୍ଧି ଯୋଗୁ ବାଟୋଇ ମାନେ ପିଇବା ପାଣି ପାଇଁ ବ୍ୟାକୁଳ ହେଉଥିବା ସମୟରେ ଏହି ଜଳଛତ୍ର କେନ୍ଦ୍ର ଖୋଲା ହୋଇଥିବାରୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି।ଉକ୍ତ ଜଳଛତ୍ର କେନ୍ଦ୍ର ମୁଖ୍ୟଚିକିତ୍ସାଳୟ ନିକଟରେ ହୋଇଥିବାରୁ ରୋଗୀ ମାନଙ୍କ ସମ୍ପର୍କୀୟ ମାନେ ମଧ୍ୟ ତୃଷା ମେଣ୍ଟା ଇ ପାରିବେ ବୋଲି ଆୟୋଜକ ଦିଗଦର୍ଶନ ବଳ ସୂଚନା ଦେଇଛନ୍ତି।ଏହି କାର୍ଯ୍ୟକ୍ରମରେ ଅଭିଷେକ ବଳ, ସୂର୍ଯ୍ୟକାନ୍ତ ବଳ, ନୀଳକଣ୍ଠ ବିଶ୍ଵାଳ, ସଂଗ୍ରାମ ବିଶ୍ଵାଳ ପ୍ରମୂଖ ଯୁବ ଗୋଷ୍ଠୀ ପରିଚାଳନାରେ ସହାୟତା କରିଥିଲେ।

ଜଗତସିଂହପୁର ରୁ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ସାହୁ ଙ୍କ ରିପୋଟ ଓଡିଶା 1ଟିଭି  |

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here