ପ୍ରକ୍ଷାତ ସମାଜସେବୀ ସ୍ୱର୍ଗତ ଚଞ୍ଚଳା ସାହୁଙ୍କ ୪ର୍ଥ ଶ୍ରାଦ୍ଧବାର୍ଷିକୀ ପାଳନ ।

ଆଜି ପ୍ରକ୍ଷାତ ସମାଜସେବୀ ସ୍ୱର୍ଗତ ଶ୍ରୀମତୀ ଚଞ୍ଚଳା ସାହୁଙ୍କ ୪ର୍ଥ ଶ୍ରାଦ୍ଧବାର୍ଷିକୀ ଉତ୍ସବ ପାଳନ ତାଙ୍କ ବଡହାଟସ୍ଥିତ ବାସଭବନ ଠାରେ କରା ଯାଇଥିଲା । ଚଞ୍ଚଳା ସାହୁ ହେଉଛନ୍ତି କେନ୍ଦ୍ରାପଡା ଜିଲ୍ଲାର ବିଶିଷ୍ଟ ବ୍ୟବସାୟୀ ଏବଂ ଚଳଚିତ୍ର ପ୍ରଯୋଜକ ତଥା ଜଣେ ମହାନ ବ୍ୟକ୍ତିତ୍ୱର ଅଧିକାରୀ ଶ୍ରୀଯୁକ୍ତ ରବିନ୍ଦ୍ର ମୋହନ ସାହୁଙ୍କ ଧର୍ମପତ୍ନୀ । ସ୍ୱର୍ଗତା ସାହୁ ଏକାଧାରରେ ଥିଲେ ଜଣେ ସୁଗୃହିଣୀ, ସ୍ନେହିଁ, ମେଳାବି ଆଉ ବନ୍ଧୁବତ୍ସଳ ଏବଂ ମହିୟସୀ ମହିଳା । ସେ ତାଙ୍କ କର୍ମମୟ ଜଞାଳ ବା ଜୀବନ କାଳ ମଧ୍ୟରେ ଅନେକ ଦୁଃଖୀ, ରଙ୍କ ଓ ଦରଦୀ ଲୋକ ମାନଙ୍କୁ ବହୁତ ସମୟରେ ବହୁ ପ୍ରକାର ସାହାଯ୍ୟ ଓ ସହଯୋଗର ହାତ ବଢାଉଥିଲେ । ବହୁ ସମୟରେ ସେ ବହୁ ତୀର୍ଥସ୍ଥାନ ଭ୍ରମଣ କରି ପ୍ରଭୁ ଭଗବାନଙ୍କ ସାନିଧ୍ୟ ଲାଭ କରିବା ସହିତ ଗରିବ ଦୁଃଖି ମଣିଷ ମାନଙ୍କୁ ସାହାଯ୍ୟ ସହଯୋଗ କରୁଥିଲେ । ସେହି ମହାନ ବ୍ୟକ୍ତିତ୍ୱର ଅଧିକାରିଣୀ ବା ମହୀୟସୀ ମହିଳାଙ୍କ ୪ର୍ଥ ଶ୍ରାର୍ଦ୍ଧବାର୍ଷିକୀରେ ଖାଲି କେନ୍ଦ୍ରାପଡା ଜିଲ୍ଲାନୁହେଁ ସମଗ୍ର ଓଡିଶା ପ୍ରଦେଶର ଅନେକ ସ୍ଥାନରୁ ମଧ୍ୟ ବହୁ ବିଶିଷ୍ଟ ରାଜନେତଙ୍କ ସମେତ ଜ୍ଞାନୀ, ଗୁଣୀ ଓ ବିଦ୍ୱାନ ବ୍ୟକ୍ତି ବିଶେଷମାନେ ଉପସ୍ଥିତ ରହି ପ୍ରଥମେ ସ୍ୱର୍ଗତା ସାହୁଙ୍କ ଫଟୋଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ କରିବା ସହିତ ସ୍ୱର୍ଗତା ଅମର ଆତ୍ମାଙ୍କର ସଦଗତୀ କାମନ କରି ଫେରି ଯାଇଥିବା ବିଶେଷ ସୂତ୍ରରୁ ଖବର ନେବାରୁ ଜଣାପଡିଛି ।

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ଓଡିଶା 1ଟିଭି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here