ଆହତ ପେଚାକୁ ଉଦ୍ଧାର କଲେ ଦୁଇ ସାମ୍ବାଦିକ, ଚିକିତ୍ସା ପରେ ବନ ବିଭାଗକୁ ହସ୍ତାନ୍ତର।

ଜଗତସିଂହପୁର କୋର୍ଟଛକ ନିକଟରୁ ଏକବିରଳ ପ୍ରଜାତିର ପେଚା କୁ ଉଦ୍ଧାର କଲେ ଦୁଇ ଗଣମାଧ୍ୟମର ପ୍ରତିନିଧି।ପେଚାଟି ଆହତ ହୋଇ ପଡ଼ିଥିବା ଦେଖି ସାମ୍ବାଦିକ ଦୁର୍ଯ୍ୟଧନ ମହାରଣା ଓ ତାରାପଦ ମହାନ୍ତି ଉଦ୍ଧାର କରି  ବିରଳ ପେଚାକୁ ଜିଲା ପ୍ରାଣିଚିକିତ୍ସାଳୟରେ ଚିକିତ୍ସା କରିବା ପରେ ବନବିଭାଗକୁ ହସ୍ତାନ୍ତର କରିଥିଲେ।ସୂଚନା ଅନୁସାରେ ପେଚାଟି ଆହତ ଅବସ୍ଥାରେ ଥିବା ସମୟରେ ତାକୁ ବୁଲା କୁକୁର ଆକ୍ରମଣ କରିବା ପାଈଁ ଘେରି ଯାଇଥିଲେ।ସେହି ବାଟ ଦେଇ ଦୁଇ ସାମ୍ବାଦିକ ଦୁର୍ଯ୍ୟୋଧନ ମହାରଣା ଓ ତାରାପଦ ମହାନ୍ତି ସେହିବାଟ ଦେଇ ଯାଉଥିବା ସମୟରେ ଆହତ ପେଚାକୁ ଉଦ୍ଧାର କରି ସ୍ଥାନୀୟ ଡାକବଙ୍ଗଳା ଛକରେ ପହଁଚି ସାଥୀ ସାମ୍ବାଦିକ ଦୀପକ ମହାନ୍ତି ଙ୍କ ସହି ଜିଲ୍ଲା ପ୍ରାଣୀ ଚିକିତ୍ସା କେନ୍ଦ୍ର ରେ ଚିକିତ୍ସା କରି ବନ ବିଭାଗକୁ ଖବର ଦେଇଥିଲେ।ବନ ବିଭାଗ କର୍ମଚାରୀ ବହୁ ବିଳମ୍ବରେ ଆସି ତିନି ସାମ୍ବାଦିକ ଦୁର୍ଯ୍ୟୋଧନ ମହାରଣା, ଦୀପକ ମହାନ୍ତି, ତାରା ପ୍ରସାଦ ମହାନ୍ତିଙ୍କ ଠାରୁ ପେଚାକୁ ବନବିଭାଗ କାର୍ଯ୍ୟାଳୟକୁ ନେଇଥିଲେ।

ଜଗତସିଂହପୁରରୁ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ସାହୁ ଙ୍କ ରିପୋର୍ଟ ଓଡିଶା 1Tv  |

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here