ଆନ୍ତର୍ଜାତିକ ମହିଳା ଦିବସ ପାଳିତ, ପୁରୀ :

ପୁରୀ- ତା. ୦୮.୦୩.୨୦୨୧- ଆନ୍ତର୍ଜାତିକ ମହିଳା ଦିବସ ସ୍ଥାନୀୟ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ପାଳିତ ହୋଇଛି । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମହିଳା ମାନଙ୍କ ଶିକ୍ଷା ଓ ସଚେତନତା ଉପରେ ଗୁରୁତ୍ବାରୋପ କରିଛନ୍ତି । ଆବଶ୍ୟକୀୟ ଶିକ୍ଷା ପ୍ରଦାନ ଦ୍ବାରା ମହିଳା ମାନେ ସବୁ କ୍ଷେତ୍ରରେ ପୁରୁଷ ମାନଙ୍କ ସହ ସମକକ୍ଷ ହୋଇପାରିବେ । ମହିଳା ସଶକ୍ତିକରଣ ନିମନ୍ତେ ସବୁ ସ୍ତରରେ ପ୍ରୟାସ ଜାରି ରଖିବାକୁ ସେ ଆହ୍ବାନ  ଦେଇଛନ୍ତି । ଏହି ଅବସରରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ନିତିରଞ୍ଜନ ସେନ ଯୋଗଦେଇ ମହିଳା ମାନଙ୍କ ଦକ୍ଷତା ଓ ସାମର୍ଥ୍ୟ ଉପରେ ଉପସ୍ଥାପନ କରିଥିଲେ । କରୋନା ମହାମାରୀ ସମୟରେ ପ୍ରତ୍ୟେକ ଘରେ ମହିଳା ମାନେ ମୁଖ୍ୟ ଭୂମିକା ତୁଲାଇବା ସହ ପରିବାର ମଧ୍ୟରେ ସେମାନଙ୍କ ଗୁରୁତ୍ବ ଅତ୍ୟନ୍ତ ମହତ୍ବପୂର୍ଣ୍ଣ ଥିବା ସେ କହିଛନ୍ତି । ସେହିଭଳି ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଶ୍ରୀ ଅମରେଶ ମହାପାତ୍ର, ଜିଲ୍ଲା ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ଶ୍ରୀ ମହାବୀର ରୁଦ୍ର ନାରାୟଣ ସାହୁ ପ୍ରମୁଖ ଯୋଗଦେଇ ମହିଳା ସଶକ୍ତିକରଣ ଓ ନାବାଳିକା ବିବାହ ରୋକିବା ଉପରେ ଗୁରୁତ୍ବାରୋପ କରିଥିଲେ । ଏହି ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ, ଜିଲ୍ଲାର କିଛି ଶ୍ରେଷ୍ଠ ଅଙ୍ଗନୱାଡି କର୍ମୀ, ସୁପରଭାଇଜର୍, କିଶୋରୀ ବାଳିକା, ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ପୁରସ୍କୃତ କରାଯାଇଛି । ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ପୁଷ୍ପାଞ୍ଜଳି ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଅତିରିକ୍ତ ସମାଜ ମଙ୍ଗଳ ଅଧିକାରୀ ଶ୍ରୀ ବିଜୟ ମିଶ୍ର ଧନ୍ୟବାଦ ପ୍ରଦାନ କରିଥିଲେ । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ପ୍ରୋଗ୍ରାମ ଅଧିକାରୀ ଶ୍ରୀମତୀ ଝୁନୁବାଳା ସ୍ବାଇଁ, ଅଙ୍ଗନୱାଡି କର୍ମୀ, ସୁପରଭାଇଜର୍,ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟା ପ୍ରମୁଖ ଉପସ୍ଥିତ ଥିଲେ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here