ଚନ୍ଦାହାଣ୍ଡି ଠାରୁ ଆରମ୍ଭ ହୋଇଥିବା କିସାନ୍ ପଦଯାତ୍ରା ଡାବୁଗାଁରେ ପହଞ୍ଚିଲା |

ଡାବୁଗାଁ, ୬/୩ ଚନ୍ଦାହାଣ୍ଡି ଠାରୁ ନବରଙ୍ଗପୁର ପର୍ଯ୍ୟନ୍ତ ଦୀର୍ଘ ୧୫୦  କିମି ଏକ କିଷାନ୍ ପଦଯାତ୍ରା ଶନିବାର ଚତୁର୍ଥ ଦିନ ସନ୍ଧ୍ୟାରେ ଡାବୁଗାଁ ରେ ପହଞ୍ଚିଛି । ଏହି ପଦଯାତ୍ରା  ୮ ତାରିଖ ଦିନ ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟ|ଳୟ ଠାରେ ପହଞ୍ଚିବ | ଏ ସମ୍ପର୍କରେ ଜିଲ୍ଲାପାଳ ଙ୍କୁ  ଏକ ସ୍ମାରକ ପତ୍ର ଦେବାର କାର୍ଯ୍ୟକ୍ରମ ରହିଛି । ଆଜି ପଦଯାତ୍ରା ରେ ଆସିବା ସମୟରେ ସରଗୁଡା ସ୍ଵାଧୀନତା ସଂଗ୍ରାମୀ ସନୁ ମାଝୀ ସେବା ସଂଘ ଭବନ ପାଖରେ ଅଟକି ସନୁ ମାଝୀଙ୍କ ସ୍ମୃତି ଚାରଣ କରିଥିଲେ | ସେଠାରୁ ଆସି ଡାବୁଗାଁ ଜୟନ୍ତୀନଗର ଛକ ଠାରେ ଶିଶୁ ପ୍ରମୋଦ ଉଦ୍ୟାନ ମଧ୍ୟରେ ଥିବା ଜାତିର ପିତା ମହାତ୍ମା ଗାନ୍ଧୀଏନକେ ପ୍ରତିମୃର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ | ଡାବୁଗାଁ ଚାରିଛକ ଠାରେ ଡାବୁଗାଁ କୃଷକ ମହାସଂଘର କର୍ମକର୍ତ୍ତା ମାନେ ପଦଯାତ୍ରା ରେ ଆସିଥିବା କୃଷକ ମାନଙ୍କୁ ସ୍ଵାଗତ କରିଥିଲେ | ସମସ୍ତ କୃଷକ ମାନେ ଆଜି ଡାବୁଗାଁରେ ରାତ୍ରି ଜାପାନ ପରେ ରବିବାର ସକାଳେ ନବରଙ୍ଗପୁର ଅଭିମୁଖେ ଯାତ୍ରା କରିବେ |  ବିଭିନ୍ନ ଦାବି ନେଇ ଅନୁଷ୍ଠିତ ଏହି ପଦଯାତ୍ରା ରେ  ଚନ୍ଦାହାଣ୍ଡି  ମଣ୍ଡି ଦୁର୍ନୀତି, ଜଙ୍ଗଲ ଜମି ପଟ୍ଟା  ଅଧିକାର, ମଣ୍ଡି ଦୁର୍ନୀତି ରେ ଜଡ଼ିତ ବ୍ୟକ୍ତି ଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠା, ମଣ୍ଡି ରୁ ସମସ୍ତ ଚାଷୀ ଙ୍କ ଧାନ ଉଠିବା ଓ ଧାନ ବିକ୍ରି କରି ମୂଲ୍ୟ ପାଇ ନଥିବା ଚାଷୀ ଶୀଘ୍ର ଧାନର ମୂଲ୍ୟ ପ୍ରଦାନ ଆଦି ଦାବି ଗୁଡ଼ିକ ଅନ୍ତର୍ଭୁକ୍ତ ରହିଛି । ଏଥିରେ ଚାଷୀ ନେତା ତଥା ପଦଯାତ୍ରାର ଆବାହକ କ୍ଷେମରାଜ ବାଘ,  ଗିରିଧାରୀ ଗହିର, ମଣିରାମ ମାଝୀ, ଡମ୍ବରୁ ହରିନା,  ହୁମେଶ୍ଵର ହଂସ, ମୋହନ ନାଗ, ମଳୟ ସୁନା, ଲକ୍ଷ୍ମଣ ଜଗତ, ନାରାୟଣ ହଂସ, ପଦୁ ପୂଜାରୀ ପ୍ରମୁଖ ଙ୍କ ସହ ଶତାଧିକ କୃଷକ ସାମିଲ ଅଛନ୍ତି | ଡାବୁଗାଁ କୃଷକ ମହାସଂଘର ସଭାପତି ସତ୍ୟରଞ୍ଜନ ପାତ୍ର, ବାବି ଜେନା, ଆଶୁତୋଷ ଜେନା, ରାଜେନ୍ଦ୍ର ମିଶ୍ର, ଦେବୀ ପ୍ରସାଦ ରଥ, ପ୍ରକାଶ ଚନ୍ଦ୍ର ପଣ୍ଡା ଓ ଅନ୍ୟ ମାନେ ଉପସ୍ଥିତ ଥିଲେ |

ନବରଙ୍ଗପୁର ଜିଲା ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡା, Odisha1.TV

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here