ସଡକ ସୁରକ୍ଷା ସଂପର୍କିତ ସଂସଦୀୟ କ୍ଷେତ୍ର କମିଟି ବୈଠକ ଅନୁଷ୍ଠିତ :ପୁରୀ

ପୁରୀ- ତା. ୦୬.୦୩.୨୦୨୧-ସଡକ ସୁରକ୍ଷା ସଂପର୍କିତ ସଂସଦୀୟ କ୍ଷେତ୍ର କମିଟି ବୈଠକ ପୁରୀ ସାଂସଦ ଶ୍ରୀ ପିନାକୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସ୍ବତନ୍ତ୍ର ପ୍ରଦକ୍ଷଣ ଗୃହ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି । ସଡକ ସୁରକ୍ଷା ସଂପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରିବା ସହ ଆବଶ୍ୟକୀୟ ଯାଞ୍ଚ କରିବା ଉପରେ ଶ୍ରୀ ମିଶ୍ର ଗୁରୁତ୍ବାରୋପ କରିଛନ୍ତି । ଉକ୍ତ ବୈଠକରେ କାଠପୋଲ ମରାମତି, ଜାତୀୟ ରାଜପଥ- ୩୧୬ରେ ଜବରଦଖଲ ଉଚ୍ଛେଦ ସହ ଅନଧିକୃତ ଭାବେ ଥିବା ୪୦ଟି ମେଡିୟାନକୁ ହଟେଇବା, ରାସ୍ତା ମରାମତି, ଦୁର୍ଘଟଣା ପ୍ରବଣ ସ୍ଥାନ ଚିହ୍ନଟ, ସଡକ ଉପରକୁ ବୁଲା ଗାଈଗୋରୁଙ୍କ ପ୍ରବେଶ ରୋକିବା ନିମନ୍ତେ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ସତ୍ୟବାଦୀ, ସାତଶଙ୍ଖ, ପଟ୍ଟନାୟିକିଆ ଛକ, ମାଳତୀପାଟପୁର ଓ ହରେକୃଷ୍ଣପୁର ଠାରେ ଆଲୋକୀକରଣ ବ୍ୟବସ୍ଥା କରିବାକୁ ମଧ୍ଯ ପରାମର୍ଶ ଦିଆଯାଇଛି । ସେହିଭଳି ଜିଲ୍ଲାରେ  ରାଜ୍ୟ ରାଜପଥ ଅନ୍ତର୍ଗତ ସଡକ ଗୁଡିକରେ ଦୁର୍ଘଟଣା ପ୍ରବଣ ସ୍ଥାନ ଚିହ୍ନଟ କରିବାକୁ ବିଭାଗୀୟ ଅଧିକାରୀଙ୍କୁ କୁହାଯାଇଛି । ପୋଲିସ ପକ୍ଷରୁ ପୁରୀ- ଭୁବନେଶ୍ବର ଜାତୀୟ ରାଜପଥରେ ୧୫ଟି  ଦୁର୍ଘଟଣା ପ୍ରବଣ ସ୍ଥାନ ଚିହ୍ନଟ କରାଯାଇଛି । ସେଥି ମଧ୍ୟରୁ ପିପିଲି ଥାନା ଅଧିନରେ ୬ଟି, ସତ୍ୟବାଦୀ ଥାନା ଅଧିନରେ ୪ଟି, ଚନ୍ଦନପୁର ଥାନାର ୨ଟି ସ୍ଥାନ ରହିଛି । ଗତବର୍ଷ ପୁଲିସ ପକ୍ଷରୁ ମଦ୍ୟପାନ କରି ଗାଡି ଚାଳନା କରିବା ମାମଲାରେ ୨୪ ଶହ ୨୪ ଜଣଙ୍କ ଠାରୁ ପ୍ରାୟ ୩୨ ଲକ୍ଷ ୪୨ ହଜାର ଟଙ୍କା ଆଦାୟ କରାଯାଇଛି । ଗତ ଦୁଇ ମାସ ମଧ୍ୟରେ ନୀୟମ ଉଲଘଂନ ମାମଲାରେ ୮୯ ଜଣଙ୍କ ଡିଏଲ୍ ବାତିଲ କରାଯାଇଛି । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ସମୀର କୁମାର ଦଳାଇ ଧନ୍ୟବାଦ ପ୍ରଦାନ କରିଥିଲେ । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଜାତୀୟ ରାଜପଥ କର୍ତ୍ତୃପକ୍ଷ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଡି.କେ ସିଂ, ପୌରସଂସ୍ଥା ନିର୍ବାହୀ ଅଧିକାରୀ ଶ୍ରୀ ବିଜୟ କୁମାର ଦାଶ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ବଡଜେନା, ବସ ଓ ଟ୍ରକ ମାଲିକ ସଂଘର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here