ଏକ ନିବୁଜ କୋଠରୀରୁ ସଦର ପୋଲିସ୍ ଦ୍ୱାରା ନବବଧୁ ଉଦ୍ଧାର ।

ଆଜି କେନ୍ଦ୍ରାପଡା ଡେରାବିଶ ବ୍ଲକ୍ ଅନ୍ତର୍ଗତ କୋଶିଆପାଳ ଗ୍ରାମ ପଞ୍ଚାୟତର ବାବୁରାମ ପାଟ୍ଟଣା ଗ୍ରାମର ବାବାଜୀ ସାହୁଙ୍କ ଘରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସ୍ଥାନୀୟ ସରପଞ୍ଚଙ୍କ ସମେତ ଗ୍ରାମବାସୀ ମାନଙ୍କ ଠାରୁ ଯାହା ସୂଚନା ମିଳିଛି ଯେ-ଦୀର୍ଘ ୯ ମାସ ପୂର୍ବରୁ ଭୂବନେଶ୍ବର ଠାରେ ଏକ ବାପ “ମା” ଛେଉଁଣ୍ଡ ୨୭ ବର୍ଷିଆ ଅନାଥ ଯୁବତୀ ଏକ କମ୍ପାନୀରେ କାମକରି ନିଜକୁ ବଞ୍ଚିବା ନିମନ୍ତେ ଜୀବନ ସହିତ ସଂଗ୍ରାମ କରିବାକୁ ପ୍ରୟାସ ଜାରି ରଖିଥିବା ବେଳେ ସେହି ଭୂବନେଶ୍ବରରେ କେନ୍ଦ୍ରାପଡା ଠାକୁରପାଟଣା, ଛାଞ୍ଚୁଣିଆଁ ବାବୁରାମ ପାଟଣା ଗ୍ରାମର ବାବାଜୀ ସାହୁଙ୍କ ପୁଅ ସନ୍ତୋଷ ସାହୁଙ୍କ ସହିତ ଉକ୍ତ ଯୁବତୀଙ୍କର ଦେଖା ହୋଇଥିଲା ଏବଂ ଉଭୟଙ୍କ ମଧ୍ୟରେ ଧୀରେ ଧିରେ ଫୋନ ନମ୍ବର ଦିଆନିଆ ପରେ ପରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା ଏବଂ ଉକ୍ତ ପ୍ରେମ ସମ୍ପର୍କ ଏତେ ନିବିଡ ହୋଇଥିଲା ଯେ-ଶେଷରେ ଉଭୟ ଏକ ଭଡାଘରେ ସ୍ୱାମୀ ସ୍ତ୍ରୀ ଭଳି କିଛି ଦିନ ଏକତ୍ର ରହି ଆସୁଥିଲେ ଏବଂ ପରେ  ସନ୍ତୋଷ ନିଜ ଘରକୁ ଉକ୍ତ ଯୁବତୀଙ୍କୁ ସାଂଗରେ ଆଣିବା ପରେ ବାପ ‘ମା’ ଏବଂ ସାହି ପଡିଶା ଓ ବନ୍ଧୁବାନ୍ଧବଙ୍କୁ ଉଭୟ ଉଭୟକୁ ପ୍ରେମ କରନ୍ତି ଏବଂ ଭଲ ପାନ୍ତି ବୋଲି ଜଣାଇବା ପରେ ଉକ୍ତ ଝିଅ ବା ଯୁବତୀଙ୍କ ସହିତ ସନ୍ତୋଷର ଇଛା ଓ ସର୍ବ ସନମ୍ମତି କ୍ରମେ ପ୍ରଥା ପରମ୍ପରା ଓ ବୈଦିକ ରୀତିନୀତି ଅନୁଯାୟୀ ବିବାହ ମଧ୍ୟ ସମ୍ପୂର୍ଣ୍ଣ ହୋଇଥିଲା । ବିବାହର ୯ମାସପରେ ବେଶ୍ କିଛିଦିନ ଉଭୟ ସ୍ୱାମୀ ସ୍ତ୍ରୀ ଓ ଶାଶୁ, ଶଶୁରଙ୍କ ସହିତ ବହୁ ଆନନ୍ଦ ଓ ଶୁଖରେ ଦାମ୍ପତ୍ୟ ଜୀବନ ବା ସେମାନଙ୍କର ସଂସାର ଚଳାଇ ଆସୁଥିଲେ । ହେଲେ ହଠାତ କେଉଁଠାରୁ ସନ୍ତୋଷ ଖବର ପାଇଲେ ଯେ-ଉକ୍ତ ମହିଳା କୁଆଡେ ଆଗରୁ ଦୁଇ ଦୁଇ ଥର କାହାକୁ ବିବାହ କରିଥିଲେ ଏବଂ ତାଙ୍କର ମଧ୍ୟ ଦୁଇଟି ଛୋଟ ପିଲା ପ୍ରଥମ ସ୍ୱାମୀଙ୍କ ପାଖରେ ରହିଛି । ଏପରିକି ସନ୍ତୋଷଙ୍କ ହାତରେ ତାଙ୍କ ବିବାହିତା ପତ୍ନୀଙ୍କର ବିବାହର ସମସ୍ତ ପ୍ରମଣ ପତ୍ର ଓ ଦସ୍ତାବିଜ୍ ସବୁ ଲାଗି ସାରିଥିଲା । ଏବିଷୟରେ ସନ୍ତୋଷ ତାଙ୍କ ପତ୍ନୀକୁ ପଚାରିବା ପରେ ଏସବୁ ବିଷୟରେ ତାଙ୍କ ପତ୍ନୀ ମିଥ୍ୟା ବୋଲି କହିଥିଲେ । ସନ୍ତୋଷର କହିବା ମୁତାବକ ତାଙ୍କ ପତ୍ନୀ ଏସବୁ ବିଷୟରେ ନମାନିବାରୁ ସେବେଠାରୁ ସନ୍ତୋଷ ସହିତ ତାଙ୍କ ପରିବାର ଲୋକମାନଙ୍କର ଆରମ୍ଭ ହୋଇ ଯାଇଥିଲା ଅକଥନୀୟ ଅତ୍ୟାଚାର ଏବଂ ମାଡଗାଳି ସାଙ୍ଗକୁ ଘରୁ ତଡିଦେବା ଭଳି ସଂଗୀନ ସଂଗୀନ ମୂଳକ ଅପରାଧ । ଏବିଷୟରେ ମଧ୍ୟ ସଦର ଥାନାରେ ଆଗରୁ ଦୁଇଦୁଇଟି ଉଭୟ ସ୍ୱାମୀ ଆଉ ସ୍ତ୍ରୀଙ୍କ ପକ୍ଷରୁ ଏତଲା ମଧ୍ୟ ଦାୟର ହୋଇଛି । ସ୍ତ୍ରୀ କୁଆଡେ ଅନ୍ୟ ଏକ ଯୁବକଙ୍କ ସହିତ କିଛିଦିନ ଫେରାର ବୋଲି ସନ୍ତୋଷ ଅଭିଯୋଗ କରିଥିବା ବେଳେ ପତ୍ନୀ ଲକ୍ଷ୍ମୀ ପାତ୍ରଙ୍କ ପକ୍ଷରୁ ଅନ୍ୟ ଏକ ଏତଲାରେ ସ୍ୱାମୀ, ଶାଶୁ ଏବଂ ଶଶୁରଙ୍କ ବିରୋଧରେ ଆଣିଥିଲେ ଅନ୍ୟଏକ ଅଭିଯୋଗ ଯେ – ଜୈନିକ ୯ବର୍ଷର ନବ ବିବାହିତା ମହିଳାଙ୍କ ଶାଶୁ, ଶଶୁର ତାଙ୍କ ସ୍ୱାମୀ ଘରେ ନଥିବା ବେଳେ ଏକ ନିବୁଜ ବନ୍ଦ୍ କୋଠରୀରେ ଗୋଡହାତ ବାନ୍ଧି ପକାଇ ରଖି ତାଙ୍କୁ ଉଭୟ ଶାରିରୀକ ଓ ମାନସିକ ନିର୍ଯ୍ୟାତନା ଦୀର୍ଘ ୩ମାସହେଲା ଦେଇ ଆସୁଥିଲେ । ଏପରିକି ତାଙ୍କୁ ଖାଇବା ପିଇବା ସହିତ ଘରେ ରହିବାକୁ ମଧ୍ୟ ଦେଉନଥିଲେ । ଏପରିକି ବାରମ୍ବାର ତାଙ୍କୁ କୁଆଡେ ମାଡଗାଳି ସହିତ ଘର ଭିତରେ ତାଲା ବନ୍ଦ୍ କରି ଜୀବନରୁ ମାରିବା ଉଦ୍ଧେଶ୍ୟରେ ରଖିଥିବା ଖବର ଆରକ୍ଷୀ ଅଧିକ୍ଷକ ବା ଏସପି ଶ୍ରୀଯୁକ୍ତ ମଦକର ସନ୍ଦିପ୍ ସମ୍ପତ ପାଇବା ପରେ ତତକ୍ଷଣାତ୍ ଉକ୍ତ ମହିଳାଙ୍କୁ କିପରି ଉଦ୍ଧାର କରାଯାଇ ପାରିବା ସଂଗେ ସଂଗେ ତାଙ୍କୁ ସୁରକ୍ଷା ଦିଆଯାଇ ପାରିବ ସେବିଷୟରେ ସଦର ଥାନା ଅଧିକାରୀ ଶ୍ରୀଯୁକ୍ତ ପ୍ରମୋଦ କୁମାର ମଲ୍ଲିକଙ୍କୁ ନିର୍ଦ୍ଦେଶ ଦେଇଥିଲେ ଉକ୍ତ ମହିଳାଙ୍କୁ ତୁରନ୍ତ ଉଦ୍ଧାର କରିବା ପାଇଁ । ସଦର ଥାନା ଅଧିକାରୀ ଶ୍ରୀଯୁକ୍ତ ମଲ୍ଲିକ ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ତତକ୍ଷଣାତ୍ ଏକ ସ୍ବତନ୍ତ୍ର ପୋଲିସ ଟିମ୍ ଘଟଣା ସ୍ଥଳକୁ ପଠାଇ ଗ୍ରାମବାସୀ ଓ ସ୍ଥାନୀୟ ସରପଞ୍ଚଙ୍କ ସହିତ ଅନ୍ୟାନ୍ୟ ଭଦ୍ରବ୍ୟକ୍ତି ମାନଙ୍କ ଉପସ୍ଥିତରେ ଉକ୍ତ ଘରର ତାଲା ଭାଙ୍ଗିବାକୁ ଉଦ୍ୟମ କରିବାରୁ ପାଖ ପଡୋଶୀ ଘରେ ଲୁଚିରହିଥିବା ଶାଶୁ ଶଶୁର ଘରର ଚାବି ତାଙ୍କ ନିକଟତର ସମ୍ପର୍କିୟଙ୍କ ହାତରେ ଅତି ଚତୁରତାର ସହିତ ପଠାଇବାରୁ ପୋଲିସ ଉକ୍ତ ଚାବୀରେ ତାଲା ଖୋଲିବା ସହିତ ଘର ଭିତରକୁ ପଶି ଉକ୍ତ ନିର୍ଯ୍ୟାତିତ ମହିଳାକୁ ଉଦ୍ଧାର କରିବା ସହିତ ସ୍ଥାନୀୟ ସରପଞ୍ଚ ଏବଂ ପାଖ ପଡୋଶୀ ଲୋକ ଏବଂ କିଛି ଭଦ୍ରବ୍ୟକ୍ତିଙ୍କ ଉପସ୍ଥିତିରେ ବହୁ ବୁଝାସୁଝା କରିବା ପରେ ଉକ୍ତ ମହିଳାଙ୍କୁ ତାର ରହିବା ଘରେ ଛାଡିଥିବା ଖବର ମିଳିଛି । ଏପଟେ ପୋଲିସ୍ ଭୟରେ ବୋହୁକୁ ଘରଭିତରେ ତାଲା ପକାଇ ମାଡମାରିବା ସହିତ ନିର୍ଯ୍ୟାତନା ଦେଉଥିବା ଶାଶୁ ଶଶୁର ଘରୁ ସମସ୍ତ ଜିନିଷ ପତ୍ର ସାଂଗରେ ଧରି ଉକ୍ତ ଜାଗାଛାଡି ଫେରାର ହୋଇଯାଇଥିବା ଖବର ମିଳିଛି । ତେବେ ଏଠି ଆଜ୍ଞା ଗୋଟେ ପ୍ରଶ୍ନ ମନକୁ ଆସୁଛି ଯେ-କେବେ ଉକ୍ତ ମହିଳାଙ୍କୁ ମିଳିବ ନ୍ୟାୟ ଏବଂ ତାଙ୍କର ରହିଥିବା ଦାବି । ଯାହାଖାଲି ବାକିରହିଲା ଦେଖିବାକୁ । ତେବେ ଆସନ୍ତୁ ଉକ୍ତ ଉଦ୍ଧାର ମହିଳାଙ୍କ ସମେତ ସ୍ଥାନୀୟ ଗ୍ରାମବାସୀ  ଗଣମାଧ୍ୟମ ଆଗରେ କଣ ଓ କି ପ୍ରକାର ପ୍ରତିକ୍ରିୟା ରଖୁଛନ୍ତି ସିଧାସଳଖ ଯିବା ଏବଂ ପଚାରି ବୁଝିବା ସହିତ ସେମାନଙ୍କ ମୁହଁରୁ ଶୁଣିବା କଣ କହୁଛନ୍ତି ସେମାନେ ।

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ Odisha1.TV   |

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here