କୋର୍ଟ ଏ.ଏସ୍.ଆଇ.ଙ୍କ ବିରୋଧରେ ବୁଗୁଡା କୋର୍ଟ ବିଚାରପତିଙ୍କ ଏତଲା ।

ବୁଗୁଡ଼ା ୧୯/୨ (ଡ଼ଃ.କୁମୁଦ ଚନ୍ଦ୍ର ବେହେରା)ବୁଗୁଡ଼ା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତର କୋର୍ଟଏ.ଏସ୍.ଆଇ. ବିଚାରପତିଙ୍କ ଜାଲ ଦସ୍ତଖତ କରିଥିବା ଅଭିଯୋଗ କରି ବୁଗୁଡ଼ା ଅଦାଲତ ବିଚାରପତି ସୋନାଲି ଅପରାଜିତା ଥାନାରେ ଏତଲା ଦେଇଛନ୍ତି। ଏତଲା ଗ୍ରହଣ କରାଯାଇ ବୁଗୁଡ଼ା ଥାନା କେଶ ନଂ ୫୮/୨୧ ପ୍ରକାରେ ଏକ ମାମଲା ରୁଜୁ ହୋଇଥିବା ଆଇଆଇସି ଚିତ୍ତରଞ୍ଜନ ବେହେରା ପ୍ରକାଶ କରିଛନ୍ତି। ସୂଚନା ମୁତାବକ କରଚୁଲି ଗ୍ରାମର ବିଜୟ ବେହେରା ଓରଫ୍ ବାବୁଲି ନିଜ ପୁତୁରାକୁ ହତ୍ୟା ଉଦ୍ୟମ ଅଭିଯୋଗ କେଶ ନଂ ୪୦/୨୧ ପ୍ରକାରେ ଗତ ଜାନୁଆରୀ ୩୧ ତାରିଖରେ ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିଲା। ବିଜୟ ବିଚାରଧୀନ ବନ୍ଦୀ ଭାବେ ଭଞ୍ଜନଗର ଜେଲରେ ଥିଲେ । ତାଙ୍କ ଝିଅ ବାହାଘର ଥିବାରୁ ଅନ୍ତରୀଣ ଜାମିନ ଆବେଦନ କରିଥିଲେ। ସର୍ତ୍ତମୂଳକ ଜାମିନ୍ ସୁପାରିଶ କରିଥିଲେ ଭଞ୍ଜନଗର ଅତିରିକ୍ତ ଜିଲ୍ଲା ଦୌରାଜର୍ଜ । ସର୍ତ୍ତମୂଳକ ଜାମିନ ପ୍ରକାରେ  ବିଜୟ ବୁଗୁଡ଼ା ଅଦାଲତରେ ଉପସ୍ଥିତ ହୋଇ ସେଠାରୁ ଜାମିନରେ ଯିବାକୁ ନିର୍ଦ୍ଦେଶ ଦେଇଥିଲେ। ଗତ ୧୨ ତାରିଖରେ ବିଜୟ ବୁଗୁଡ଼ା କୋର୍ଟରୁ ଜାମିନରେ ଯିବାର ଥିଲାବେଳେ ସେଦିନ ବୁଗୁଡ଼ା ଅଦାଲତର ବିଚାରପତି ଛୁଟିରେ ଯିବାଯୋଗୁଁ ଦାୟିତ୍ୱରେ ରହିଥିଲେ ଆସିକା ପ୍ରଥମ ଶ୍ରେଣୀ ବିଚାର ବିଭାଗ ବିଚାରପତି ଶର୍ମିଷ୍ଠା ଜେନା। ତେବେ ବିଚାରପତି ସୋନାଲି ଅପରାଜିତା କିମ୍ବା ବିଚାରପତି ଶର୍ମିଷ୍ଠା ଜେନା ଉଭୟଙ୍କ ମଧ୍ୟରୁ କେହିମଧ୍ୟ  ବିଜୟଙ୍କ ଜେଲ୍ରୁ ବାହାରିବା ପାଇଁ କାଗଜପତ୍ରରେ ଦସ୍ତଖତ କରିନଥିବା ବେଳେ ଜାଲ ଦସ୍ତଖତ ବଳରେ ବିଜୟ ଜେଲରୁ ବାହାରି ନିଜ ଗ୍ରାମକୁ ଆସିଯାଇଥିଲେ। ବିଜୟଙ୍କ କେଶ୍ର ନଥିପତ୍ର ବୁଗୁଡ଼ା କୋର୍ଟ ଏ.ଏସ.ଆଇ. ସୂର୍ଯ୍ୟନାରାୟଣ ବେହେରାଙ୍କ ହେପାଜତରେ ଥିବାରୁ ଏହି ଜାଲ ଦସ୍ତଖତ ପାଇଁ କୋର୍ଟ ଏ.ଏସ.ଆଇ. ଶ୍ରୀ ବେହେରାଙ୍କୁ ହିଁ ଦାୟୀ ବୋଲି ବୁଗୁଡ଼ା ଥାନାରେ ଏତଲା ଦେଇଛନ୍ତି ବିଚାରପତି ସୋନାଲି ଅପରାଜିତା। ପୋଲିସ୍ କେଶ୍ ରୁଜୁ କରିବା ପରେ ଏ.ଏସ.ଆଇ. ସୂର୍ଯ୍ୟନାରାୟଣ ବେହେରାଙ୍କୁ ଥାନାକୁ ଡାକିଥିଲେ ଓ ଘଟଣାର ଅନୁଧ୍ୟାନ ପାଇଁ ଭଞ୍ଜନଗର ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର ମଧ୍ୟ ବୁଗୁଡ଼ା ଆସିଥିଲେ। ତେବେ ହଠାତ୍ ସୂର୍ଯ୍ୟ ଅସୁସ୍ଥ ହୋଇପଡ଼ିବା ଯୋଗୁ ବୁଗୁଡ଼ା ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର ହୋଇଥିଲା। ଆଜି ତାଙ୍କୁ ଭଞ୍ଜନଗର ଏସଡିପିଓ ଡାକି ପଚରା ଉଚରା କରିଥିବା ବେଳେ ଏହି ଖବର ଲେଖା ସରିବା ବେଳକୁ ସୂର୍ଯ୍ୟ ନାରାୟଣ ବେହେରା ଭଞ୍ଜନଗରରେ ପୋଲିସ ହେପାଜତରେ ଥିବା ସୂଚନା ମିଳିଛି। ଏହି ମାମଲାର ତଦନ୍ତ ଅଧିକାରୀ ଅଛନ୍ତି ବୁଗୁଡ଼ା ଥାନା ଏସ.ଆଇ କାର୍ତ୍ତିକ ନାୟକ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here