ଭଞ୍ଜମାଟି’ ସାହିତ୍ୟ ପତ୍ରିକା କାର୍ଯ୍ୟାଳୟରେ ଭଞ୍ଜ ଜୟନ୍ତୀ ସମାରୋହ

ବୁଗୁଡା: ୧୬/୦୨: (ଡ଼ଃ. କୁମୁଦ ଚନ୍ଦ୍ର ବେହେରା) ବୁଗୁଡା ବ୍ଲକ୍ ଅନ୍ତର୍ଗତ ଖୋଳଖାଳି ଗ୍ରାମରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସ୍ମୃତି ସାହିତ୍ୟ ସଂସଦ ପକ୍ଷରୁ ‘ଭଞ୍ଜମାଟି’ ସାହିତ୍ୟ ପତ୍ରିକା କାର୍ଯ୍ୟାଳୟ ଠାରେ ଭଞ୍ଜ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଯାଇଅଛି । ‘ଭଞ୍ଜମାଟି’ ସାହିତ୍ୟ ପତ୍ରିକାର ସଂପାଦକ କାମରାଜୁ ସାହାଣୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଭଞ୍ଜ ବଂଶ ରାଜା ସାହେବ ପ୍ରଶାନ୍ତ କୁମାର ଭଞ୍ଜଦେଓ ଉଦ୍ଘାଟନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଡା.ଦୟାନିଧି ରାଉତ, ମୁଖ୍ୟବକ୍ତା ଭାବେ ଭଞ୍ଜନଗରରୁ ଅବସର ପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର କୃତ୍ତିବାସ ବିଶ୍ୱାଳ ଏବଂ ସମ୍ମାନୀତ ଅତିଥି ଭାବେ କବି ପ୍ରଶାନ୍ତ ମହାନ୍ତି, ରବି ଜେନା, ରାଣୀମା ହୈମ ମଞ୍ଜରୀ ଦେବୀ, ରଘୁନାଥ ସାହୁ, ବ୍ରଜ କିଶୋର ପାଢୀ ଓ ମଦନ ମୋହନ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ । ‘ଭଞ୍ଜ ସାହିତ୍ୟ – ଓଡିଆ ଭାଷା ସାହିତ୍ୟର ହୃଦ୍ ସ୍ପନ୍ଦନ’ ଶୀର୍ଷକ ଆଲୋଚନାରେ ମଞ୍ଚାସୀନ ଅତିଥିବୃନ୍ଦ ବିଭିନ୍ନ ପ୍ରକାର ମତ ପ୍ରକାଶ କରିଥିଲେ । ଗୁରୁ ସୁରେନ୍ଦ୍ର ଦାସ ଓ ଶିଶୁ କଣ୍ଠ ଶିଳ୍ପୀ ଦୀପିକା ସାହୁ ପ୍ରାରମ୍ଭିକ ଭଞ୍ଜ ସଙ୍ଗୀତ ପରିବେଷଣ କରିଥିବା ବେଳେ କବି କାହ୍ନୁ ଚରଣ ଘଡାଇ, ସୁରେଶ ଚନ୍ଦ୍ର ପାଢୀ, ବସନ୍ତ ବିଷୋୟୀ,ଶ୍ରୀଧର ମିଶ୍ର, ପ୍ରଭାକର ସ୍ୱାଇଁ ଓ ସୁନିତା ସାହୁ ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ । ଏହି ଅବସରରେ ସଂସଦ ପକ୍ଷରୁ ଶ୍ରୀଯୁକ୍ତ ସାହାଣୀଙ୍କ ଦ୍ୱାରା ସଂପାଦିତ ‘କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଜୀବନୀ’ ପୁସ୍ତକ ଅତିଥିମାନଙ୍କ ଗହଣରେ ଉନ୍ମୋଚିତ ହୋଇଥିଲା । ପୋଲସରାର ଶିଶୁକଣ୍ଠ ଶିଳ୍ପୀ ଦୀପିକା ସାହୁ ଙ୍କୁ ମାନପତ୍ର ପ୍ରଦାନ ସହ ସମ୍ୱର୍ଦ୍ଧିତ କରାଯାଇଥିଲା । ପରିଶେଷରେ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ଅଧ୍ୟକ୍ଷ ରତ୍ନାକର ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here