ଜଗତସିଂହପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ଜଗତସିଂହପୁର ବନ୍ଦ ସଫଳ।

ଜଗତସିଂହପୁର ଜିଲ୍ଲା କଂଗ୍ରେସ କମିଟି ସଭାପତି ନଟବର ବାରିକ ଙ୍କ ନେତ୍ତୃତ୍ୱରେ ଆଜି ଜଗତସିଂହପୁର ବସ ଷ୍ଟାଣ୍ଡ, ବଙ୍ଗଳା ଛକ ସମେତ ସହରର ବାଇକ ଶୋଭାଯାତ୍ରା ତଥା ବିଭିନ୍ନ ସ୍ଥାନରେ ପିକେଟିଂ କରାଯାଇ  ଓଡିଶା ବନ୍ଦକୁ ସଫଳ କରିଛନ୍ତି। ଜନସଧାରଣ ମଧ୍ୟ ସ୍ବତପୂର୍ତ୍ତ ଭାବେ ବନ୍ଦ କୁ ସମର୍ଥନ ଜଣାଇଛନ୍ତି।ଗାଡି ମୋଟର ଚଳାଚଳ ମଧ୍ୟ ବନ୍ଦ ରହିଥିଲା।

ପ୍ରଦେଶ କଂଗ୍ରେ ସଭାପତି ନିରଞ୍ଜନ ପଟ୍ଟନାୟକ ଓ ପିସିସି କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ବାଳଙ୍କ ଆହ୍ୱାନ କ୍ରମେ ଆହେତୁକ ତୈଳ ଦର ଓ ଅତ୍ୟାବଶିକ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦର ବୃଦ୍ଧି ପ୍ରତିବାଦରେ ଓଡିଶା ବନ୍ଦକୁ ସଫଳ କରିବା ପାଈଁ ଜିଲାର କଂଗ୍ରେସ କର୍ମୀମାନେ କେନ୍ଦ୍ର ସରକାର ଓ ରାଜ୍ୟସରକାର ଙ୍କ ବିରୋଧରେ ଗର୍ଜିଥିଲେ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଯୁବ କଂଗ୍ରେସ ସଭାପତି ପ୍ରଶାନ୍ତ କୁମାର ମଲ୍ଲିକ,ରାଜ୍ୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ଲିପକ୍ ସାହୁ, କଂଗ୍ରେସ ନେତା ପ୍ରସନ୍ନ ସାମନ୍ତରାୟ, ଦେବୀ ପ୍ରସାଦ ପରିଡା,ପ୍ରଦୀପ୍ତ କୁମାର ସାହୁ,କଂଗ୍ରେସ ନଗର ସଭାପତି ଅଭୟ ମହାନ୍ତି, ସଂଜୀବ ସ୍ବାଇଁ,ଜଗତସିଂହପୁର ବ୍ଲକ କଂଗ୍ରେସ ସଭାପତି ଅଦୈତ ଜେନା,ଆମେନୁସ ସାଜେଦିନ,ଡଃ ଜଗଦାନନ୍ଦ ବେହେରା,ପବନି ଭୋଇ,ମାନସ ରଥ,କୃଷ୍ଣଚନ୍ଦ୍ର ପ୍ରଧାନ।

ଜଗତସିଂହପୁର ରୁ ଜିଲ୍ଲା ପ୍ରତିନିଧି ପ୍ରଫୁଲ କୁମାର ସାହୁ ଙ୍କ ରିପୋର୍ଟ

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here