କେଲିଆ ଶୈବପୀଠ ରେ ମହାଶିବରାତ୍ରି ପାଇଁ ପ୍ରସ୍ତୁତି ବୈଠକ : ନବରଙ୍ଗପୁର

ଡାବୁଗାଁ, ୯/୨: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକର ଚଚରାଗୁଡା ପଞ୍ଚାୟତ ଅନ୍ତର୍ଗତ ଦେଓବନ୍ଦ କେଲିଆ ଶୈବପୀଠ ରେ ଏବର୍ଷ କିଭଳି ଶିବରାତ୍ରି ପାଳିତ କରାଯିବ ଅନେଇ ଆଜି ମଙ୍ଗଳବାର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହଇଯାଇଛି । ଆଗାମୀ ମାର୍ଚ୍ଚ ମାସ ୧୧ ତାରିଖରେ ମହାଶିବରାତ୍ରି ଥିବାରୁ ବର୍ତ୍ତମାନ ଠାରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।ନବରଙ୍ଗପୁର ଜିଲ୍ଲାର ବିଖ୍ୟାତ ଶୈବପୀଠ କେଲିଆରେ ପ୍ରତିବର୍ଷ ହଜାର ହଜାର ଉର୍ଦ୍ଧ୍ବ ଶୈବ ଭକ୍ତଙ୍କ ଜନସମାଗମ ଦେଖିବାକୁ ମିଳେ ।ଏବର୍ଷ କରନା କଟକଣା ଯୋଗୁଁ ମନ୍ଦିର କମିଟି ତରଫରୁ ଭକ୍ତଙ୍କ ସୁରକ୍ଷା କୁ ବିଶେଷ ଭାବରେ ଧ୍ୟାନ ଦିଆଯିବ ବୋଲି ମନ୍ଦିର କମିଟିର ସମ୍ପାଦକ ଦେବରାଜ ପାତ୍ର ଏବଂ କମେଟିର ସଦର୍ଶମାନେ ମତବ୍ୟକ୍ତ କରିଛନ୍ତି। ଏହା ଖାଲି ଶୈବପୀଠ ନୁହେଁ ଓଡ଼ିଶାର ଏକ ପର୍ଯ୍ୟଟନ ସ୍ଥଳି ମଧ୍ୟ । ଏଠାରେ ଦର୍ଶନ ପାଇଁ ଜିଲା ବାହାରୁ ତଥା ପଡୋଶୀ ରାଜ୍ୟ ଛତିଶଗଡ଼ ରୁ ମଧ୍ୟ ଭକ୍ତ ଆସନ୍ତି । ଶିବ ମନ୍ଦିର ଠାରୁ ଜଙ୍ଗଲ ମଧ୍ୟ ଦେଇ ୨ କିଲୋମିଟର ଚାଲିକରି ଗଲେ ଏକ ପର୍ବତ ଗୁମ୍ଫାରେ ମାଁ ପାର୍ବତୀଙ୍କ ମନ୍ଦିର ଅବସ୍ଥିତ ଯାହାକି କେଲିଆ ମନ୍ଦିରର ଏକ ମୁଖ୍ୟ ଆକର୍ଷଣ ଅଟେ । ଏହା ଏକ ପଞ୍ଜିକୃତ କମିଟି ଦ୍ୱାରା ପରିଚାଳିତ ।ଆଜିର ଏହି ପ୍ରସ୍ତୁତି ବୈଠକରେ ଉପସ୍ଥିତ ଥିଲେ ଡାବୁଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଞ୍ଜିତା ମେରି ନାୟକ, ତହସିଲଦାର ସଂନ୍ଧ୍ୟା ସମରଥ, ମନ୍ଦିର କମିଟିର ସମ୍ପାଦକ ଦେବରାଜ ପାତ୍ର, କୋଷାଧକ୍ଷ ଜି. ସାଇ ରାଜୁ,ସୁରେନ୍ଦ୍ର କୁମାର ମିଶ୍ର, ଚଚରାଗୁଡା ସରପଞ୍ଚ ଧର୍ମାନନ୍ଦ ନାୟକ, ସୂର୍ଯ୍ୟ ନାରାୟଣ ସୁବୁଦ୍ଧି, ଭାଗିରଥି ମାଝୀ, ପଦ୍ମ ମାଝୀ, ଭଗବାନ ଖୁଣ୍ଟିଆ ପ୍ରମୁଖ ଯୋଗ ଦେଇଥିଲେ ।

ନବରଙ୍ଗପୁର ଜିଲ୍ଲା ଡ଼ାବୁଗାଁ ରୁ ପ୍ରଜ୍ଞା ରଞ୍ଜନ ପରିଡ଼ା, Odisha1. TV

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here