ନାଁବାଳିକା ପ୍ରେମିକାଙ୍କ ସହିତ ଫେରାର ଯୁବକ ଗିରଫ : କେନ୍ଦ୍ରାପଡା

ଗତ ତା-୧୭-୦୧-୨୦୨୧ରୁ ତିନି ମୁହାଁଣି କଲେଜ ଛକ ସନିକଟ୍ ଗ୍ଲୋବାଲ୍ ଇନିଷ୍ଟିଚ୍ୟୁଟରୁ ଦୁଇ ପ୍ରେମି ଯୁଗଳ ଫେରାହୋଇ ଯାଇଥିଲେ । ସଦର ପୋଲିସ୍ ସୂଚନା ମୁତାବକ କେନ୍ଦ୍ରାପଡା ପୌରସଂସ୍ଥା ଅନ୍ତର୍ଗତ ସାନମଂଗଳା ଗ୍ରାମର ଛଦ୍ମନାମ କଳିଂଗ କିଶୋର ପତି ଓରଫ୍ କାଳିଆ ନାମକ ଜୈନିକ ଯୁବକ ପଟ୍ଟାମୁଣ୍ଡାଇ ବ୍ଳକ୍ ଅନ୍ତର୍ଗତ ଗୁପ୍ତିରା ଗ୍ରାମର ଏକ ନାବାଳିକା ୧୭ବର୍ଷର ଝିଅ ଗ୍ଲୋବାଲ୍ ଇନିଷ୍ଟିଚ୍ୟୁଟକୁ ପାଠପଢିବା ପାଇଁ ଆସି ଉପରୋକ୍ତ ଯୁବକ ସହିତ ବହୁଦିନର ପ୍ରେମ ସମ୍ପର୍କ ଥିବାରୁ କେଉଁ ଆଡେ ଫେରାର ହୋଇ ଯାଇଥିଲା । ଉକ୍ତ ଯୁବତିଙ୍କ ବାପା ଝିଅର ଅପହରଣ ବିଷୟକୁ ନେଇ ଏକ ଲିଖିତ ଅଭିଯୋଗ ସଦର ଥାନାରେ କରିବା ପରେ ପୋଲିସ ଘଟଣାର ଛାନଭିନ କରିବା ସହିତ ତଦନ୍ତ ଆରମ୍ଭ କରି ଜାଣିବାକୁ ପାଇଥିଲା ଯେ-କାଳନ୍ଦି ନାମକ ଯୁବକ ଉକ୍ତ ନାବାଳିକା ଝିଅକୁ ନେଇ ମଧ୍ୟପ୍ରଦେଶରେ ଗୁଜୁରାଟ୍ ରହୁଥିବା ତାର ବଡ ଭାଇଙ୍କ ପାଖରେ ରହୁଥିଲା ପରେ ଇନ୍ଦୋରରେ ଏକ କମ୍ପାନୀରେ କାମ କରିବା ସହିତ ଉକ୍ତ ନାଁବାଳିକାକୁ ଲୁଚାଇ ରଖିଥିଲା । ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ଏକ ସ୍ପେସାଲ ପୋଲିସ ଟିମ୍ ମଧ୍ୟ ପ୍ରଦେଶର ଇନ୍ଦୋର ଠାରେ ପହଞ୍ଚି ଖୋଜା ଖୋଜି କରି ନପାଇବା ପରେ ଉକ୍ତ ମୋବାଇଲ୍ ଟ୍ରାକିଂଗରୁ ଜାଣିବାକୁ ପାଇଥିଲେ ଫେରାର ଯୁବକ ଯୁବତି ବା ପ୍ରେମି ଯୁଗଳ ଦୁଇଜଣ ଭୂବେନେଶ୍ୱରର ନନ୍ଦନ କାନନ ଥାନା ଅନ୍ତର୍ଗତ ରଘୁଦେଇପୁର ଗ୍ରାମ ପଞ୍ଚାୟତର ଜୈନିକ ବ୍ୟକ୍ତିଙ୍କ ଘରେ ଭଡାରେ ରହୁଛନ୍ତି । କେନ୍ଦ୍ରାପଡାରୁ ଯାଇଥିବା ସ୍ପେସାଲ ପୋଲିସ ଟିମର ଦୀର୍ଘ ୫ଦିନର ସର୍ଚ୍ଚ ଅପରେସନ ପରେ ଉକ୍ତ ପ୍ରେମି ଯୁଗଳକୁ ଧରିବାକୁ ସକ୍ଷମ ହୋଇଥିଲେ । ବାପମାଙ୍କ କହିବା ମୁତାବକ ଉକ୍ତ ଝିଅର ବୟସ ୧୭ ବର୍ଷ ୬ମାସ ହୋଇଥିବା ବେଳେ ପୁଅର ବୟସ ପାଖା ପାଖି ୪୦ ବର୍ଷ ହେବ । ବର୍ତ୍ତମାନ ଉକ୍ତ ପ୍ରେମି ଯୁଗଳଙ୍କୁ ସଦର ଥାନାରେ ରଖାଯାଇଛି। ଆସନ୍ତା କାଲି ମେଡିକାଲ ପରୀକ୍ଷା ସରିବା ପରେ ଆସାମୀକୁ କୋର୍ଟ ଚାଲାଣ କରାଯିବ ବୋଲି ସଦର ଥାନା ଅଧିକାରୀ ଶ୍ରୀଯୁକ୍ତ ପ୍ରମୋଦ କୁମାର ମଲ୍ଲିକ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି ।

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ଓଡିଶା 1ଟିଭି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here