କେନ୍ଦ୍ରାପଡାରେ ଉତ୍କଳ ଭାରତୀ ଡଃ କୁନ୍ତଳା କୁମାରୀ ସାବତଙ୍କ ୧୨୦ତମ ଜୟନ୍ତୀ ପାଳନ

ଆଜି ଉତ୍କଳ ଭାରତୀ ଡଃ କୁନ୍ତଳା କୁମାରୀ ସାବତଙ୍କ ୧୨୦ତମ ଜୟନ୍ତୀ ପାଳନ ଅବସରରେ ଏବଂ ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତ ପ୍ରତିଭା ପୂଜା ସମିତି ଆନୁକୂଲ୍ୟରେ ସଭାପତି ତଥା କୁନ୍ତଳା କୁମାରୀ ସାବତଙ୍କ ପର ପିଢୀର ଦାୟଦ ଏବଂ ତାଙ୍କ ନାତୁଣୀ ଜ୍ୱାଇଁ ସରକାରୀ ଆଇଜିବୀ ଶ୍ରୀଯୁକ୍ତ କୁଞବିହାରୀ ପରିଡାଙ୍କ ସଭାପତିତ୍ବରେ ମୂଖ୍ୟ ଅତିଥିଭାବେ କେନ୍ଦ୍ରାପଡା ବ୍ଲକ୍ ଅଧ୍ୟକ୍ଷ ଶ୍ରୀଯୁକ୍ତ ଶିବ ପ୍ରସାଦ ଭଳ ଏବଂ ସମ୍ମାନୀୟ ଅତିଥିଭାବେ ରାଜ୍ୟ ସହସମ୍ପାଦକ ଶ୍ରୀଯୁକ୍ତ ରାଜେଶ କୁମାର ପଣ୍ଡା ଏବଂ ଜିଲ୍ଲା ସ୍ୱାଧୀନତା ସଂଗ୍ରାମୀ ସଭାପତି ଶ୍ରୀଯୁକ୍ତ ବିମ୍ବାଧର ମୁଦୁଲି, ସଂଗ୍ରାମୀ ଫକୀର ମୋହନ ଦାସ ଏବଂ ସମାଜସେବୀ ଗଦାଧର ମଲ୍ଲିକ୍ , ଶିକ୍ଷକ ଶରତ ଚନ୍ଦ୍ର ରାଉତ ଓ ଦିଲ୍ଲୀପ କୁମାର ଦାଶ ଏବଂ ଅର୍ବାନ ବ୍ୟାଙ୍କର ମୂଖ୍ୟ ପରିଚାଳକ ନିର୍ଦ୍ଦେଶ ଶ୍ରୀଯୁକ୍ତ ଶୁଶିଲ ବାବୁ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ସାବତଙ୍କ ଗବାକ୍ଷ ପ୍ରତିମୂର୍ତ୍ତିରେ ସମୁହ ମାଲ୍ୟାର୍ପଣ କରିଥିଲା ବେଳେ ବରିଷ୍ଠ ଆଇନଜୀବୀ ଶ୍ରୀଯୁକ୍ତ ପ୍ରଦୀପ କୁମାର ଦାଶ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ମୂଖ୍ୟ ବକ୍ତାଭାବେ ଶିକ୍ଷକ ଶୁଭ୍ରାଂଶୁ କୁମାର ଦାସ ଯୋଗ ଦେଇ ନିଜର ବକ୍ତବ୍ୟ ରଖିଥିବା ବେଳେ, ଆଶୁକବି ହେମନ୍ତ କୁମାର ଜେନା ମଞ୍ଚ ପରିଚାଳନା କରିଥିଲେ । ସଂଗୀତ ଓ ନୂର୍ତ୍ୟ ଗୁରୁ ବିମଳ ପ୍ରସାଦଙ୍କ ନେତୃତ୍ୱରେ ଭାବଗ୍ରାହୀ କଳାନିକେତନର ପିଲାମାନେ ଦେଶାତ୍ମବୋଧକ ସଂଗୀତ ଓ ନୂର୍ତ୍ୟ ପରିବେଷଣ କରିଥିଲେ । କୁନ୍ତଳା କୁମାରୀ ସାବତ ଖାଲି ଜଣେ ନାରୀ ନେତ୍ରୀ କିମ୍ବା କବି ନଥିଲେ । ସେ ଏକାଧାରାରେ ଜଣେ ମହାନ କବୟତ୍ରୀ ବା ବିଶିଷ୍ଟ ସମାଜସେବୀକା ନଥିଲେ ସେ ଏକାଧାରାରେ ଜଣେ ଗାଳ୍ପିକ, ନାଟ୍ୟକାର ଓ ସ୍ନେହିଁ, ମେଳାବି ଏବଂ ଶୁଖ ଦୁଃଖର ଦରଦି ବନ୍ଧୁଥିଲେ । ଖାଲି କେନ୍ଦ୍ରାପଡା ଜିଲ୍ଲା ନୁହେଁ କିମ୍ବା ସମଗ୍ର ଓଡିଶା ନୁହେଁ ସମଗ୍ର ଭାରତ ବର୍ଷରେ ମଧ୍ୟ ସ୍ୱର୍ଗତ ସାବତଙ୍କ ନାମ ବେସ୍ ଜନାର୍ଦ୍ଦୁତ ବା ସୁପରିଚିତ ଅଟେ । ତାଙ୍କର ଏହି ଝରାସେଫାଳି ଏବଂ ଆହ୍ୱାନ ଭଳି ମହାନ ମହାନ କବିତା ସଙ୍କଳନଟି ସମସ୍ତଙ୍କ ମନକୁ ଛୁଇଁ ପାରିଥିଲା । ସେଥିପାଇଁ ସେ ସମଗ୍ର ଦେଶରେ ଆଜି ଏକ ବିରଳ ବ୍ୟକ୍ତିତ୍ୱରେ ବା ସୁପରିଚିତ ନାମ ବା ବ୍ୟକ୍ତିତ୍ୱର ଅଧିକାରିଣୀ ଭାବେ ପରିଚିତ ହୋଇ ପାରିଛନ୍ତି । ଆହୁରି ମଧ୍ୟ ସେହି ମହାନ ନାରୀ କବିଙ୍କ ନାମ ଆଜି ଇତିହାସର ସ୍ୱର୍ଣ୍ନାକ୍ଷରରେ ଲିପିବଦ୍ଧ ହୋଇ ରହିଥିବା ମଞ୍ଚାସୀନ ଅତିଥିମାନେ ତାଙ୍କ ନିଜ ନିଜର ଅତି ମୂଲ୍ୟବାନ ବକ୍ତବ୍ୟ ପ୍ରସଂଗ ବା ଛଳନା କ୍ରମେ ପରିପ୍ରକାଶ କରିଥିବା କହିଥିଲେ ।

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ଓଡିଶା 1ଟିଭି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here