ପାନପୋଷ ଛକରେ ୩ ଘଣ୍ଟିଆ ଚକ୍କା ଜାମ କଲେ କୃଷକ ମୋର୍ଚ୍ଚା :ସୁନ୍ଦରଗଡ଼

କେନ୍ଦ୍ର ସରକାରଙ୍କ ୩ କଳା କୃଷି ଆଇନକୁ ଘୋର ବିରୋଧ କରି ଆଜି କୃଷକମାନଙ୍କ ଦ୍ବାରା ୩ ଘଣ୍ଟିଆ ଚକ୍କା ଜାମ ଡାକରା ଦିଆଯାଇଥିଲା। ଏହାକୁ ସମର୍ଥନ କରି ରାଉରକେଲା ସ୍ଥିତ ପାନପୋଷ ଛକଠାରେ ଚକ୍କା ଜାମ ଆନ୍ଦୋଳନ କରାଯାଇଛି। ଓଡ଼ିଶା କୃଷକ ସଂଗଠନ ଓ ଏଆଇକେକେଏସ ପକ୍ଷରୁ ମିଳିତ ଭାବେ ଏହି ଚକ୍କା ଜାମ ଆନ୍ଦୋଳନ କରାଯାଇଛି। କେନ୍ଦ୍ର ସରକାରଙ୍କ ବିରୋଧରେ ଚାଲିଛି ପ୍ରତିବାଦ।କେନ୍ଦ୍ର ସରକାରଙ୍କ କୃଷକଙ୍କ ପାଇଁ ଆଣିଥିବା ନୂତନ ୩ ଟି ବିଲ ଯଥା କଳା କୃଷି ବିଲ , ଶ୍ରମ କୋର୍ଡ଼ ସଂଶୋଧନ ଓ ନୂତନ ବିଦ୍ୟୁତ ବିଲ କୁ ବିରୋଧ କରି ଚାଲିଛି ଚକ୍କା ଜାମ। ଏହାକୁ ନେଇ ରାଉରକେଲା ସ୍ଥିତ ସହରର ୧୪୩ ନଂ ଜାତୀୟ ରାଜପଥ ଦେଇ ଗମନାଗମନ ସଂପୂର୍ଣ୍ଣ ଜାମ ହୋଇଯାଇଥିଲା। ତେବେ ଏହି ଘଟଣାରେ ଆନ୍ଦୋଳନକାରୀଙ୍କୁ ଉଠାଇନେଲେ ପୋଲିଶ ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here