ପ୍ରାୟ ୧୦ ଦଫା ଦାବୀନେଇ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟିଲେ ରାଜ୍ୟ ଜନଶକ୍ତି ପାର୍ଟିର କର୍ମକର୍ତ୍ତା ମାନେ : କେନ୍ଦ୍ରାପଡା

ଆଜି କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ମୂଖ୍ୟ କାର୍ଯ୍ୟାଳୟ ପରିସରରେ ଜିଲ୍ଲାରେ ରହିଥିବା ବିଭିନ୍ନ ସମସ୍ୟା ଯଥା – ଜିଲ୍ଲାରେ ନୂତନ ମେଡିକାଲ କଲେଜ ସ୍ଥାପନ, ପଟ୍ଟାମୁଣ୍ଡାଇକୁ ଏକ ନୂତନ ସବଡିଭିଜନର ମାନ୍ୟତା ପ୍ରଦାନ ଏବଂ କେନ୍ଦ୍ରାପଡା କଲେଜକୁ ୟୁନିଭରସିଟିର ମାନ୍ୟତା ପ୍ରଦାନ ସହିତ କେନ୍ଦ୍ରାପଡା ଜିଲ୍ଲାକୁ ତୁରନ୍ତ ମାଲବାହୀ ଟ୍ରେନ୍ ଚଳାଚଳ ସାଂଗକୁ ପାସେଞର ଟ୍ରେନ୍ ଚଳାଚଳ ପାଇଁ ବ୍ୟବସ୍ଥା କରିବା ଓ ଶିଳ୍ପଭିର୍ତ୍ତିକ ସଂସ୍ଥାଗୁଡିକୁ ଜିଲ୍ଲାରେ ଶିଳ୍ପାୟନ ନିମନ୍ତେ ସୁଯୋଗ ଯୋଗାଇ ଦେବା ଓ ବିଦ୍ୟୁତ ଶୁଳ୍କ ଛାଡକରିବା ପରି ପ୍ରାୟ ୧୦ ଗୋଟି ସମସ୍ୟା ଗୁଡିକୁ ନେଇ ରାଜ୍ୟ ଜନଶକ୍ତି ପାର୍ଟିର ସଭାପତି ଶ୍ରୀଯୁକ୍ତ ପ୍ରଦୀପ କୁମାର ଦାଶଙ୍କ ନେତୃତ୍ୱରେ ରମେଶ ଚନ୍ଦ୍ର ଥାଟୋଇ,ବିବେକ ନାୟକ ଓ ଶାନ୍ତନୁ ନାୟକଙ୍କ ସମେତ ଦଳର ଅନ୍ୟାନ୍ୟ ବହୁ କର୍ମକର୍ତ୍ତା ଓ ସଦସ୍ୟମାନେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ବସନ୍ତ କୁମାର ରାଉତଙ୍କୁ ଭେଟି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉଦ୍ଧେଶ୍ୟରେ ଏକ ଲିଖିତ ଦାବିପତ୍ର ପ୍ରଦାନ କରିଥିବା ବିଶେଷ ସୂତ୍ରରୁ ଖବର ନେବାରୁ ଜଣାପଡିଛି ।

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here