ତିନି ବର୍ଷ ହେଲାଣି ଦହିଚୁର ଓ ପୋଡାଗୋଠ ଗ୍ରାମରେ ବିଦ୍ୟୁତ ସଂଯୋଗ ପାଇଁ ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ଓ ୱୋସକୋ ଅଫିସରେ ଅଭିଯୋଗ କଲେ ଗ୍ରାମବାସୀ : ସୁନ୍ଦରଗଡ଼

ବଣାଇଁ ଉପଖଣ୍ଡ ଗୁରୁଣ୍ଡିଆ ବ୍ଲକ ଅନ୍ତର୍ଗତ ଭାଲଡୁଗୁଂରୀ ପଞ୍ଚାୟତ ଅଧିନସ୍ଥ ଥିବା ଦହିଚୁର ଓ ପୋଡାଗୋଠ ଗ୍ରାମରେ ତିନି ବର୍ଷ ହେଲାଣି ବିଦ୍ୟୁତ ସଂଯୋଗ ହୋଇନଥିବାରୁ ଆଜି ଗୁରୁବାର ଦିନ ପ୍ରଥମେ ବିଦ୍ୟୁତ ୱୋସକୋ କାର୍ଯ୍ୟାଳୟରେ ପହଞ୍ଚି ଏକ ଦାବି ପତ୍ର ପ୍ରଦାନ କରିଥିବା ଜଣାପଡିଛି। ପରେ ବଣାଇଁ ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ପହଞ୍ଚି ମଧ୍ୟ ସେଠାରେ ଏକ ଲିଖିତ ଦାବି ପତ୍ର ପ୍ରଦାନ କରିଥିବା ଜଣାପଡିଛି। ଏହି ଗ୍ରାମର ଲୋକେ କହିବା ଅନୁସାରେ ଆମ ଦୁଇଟି ଗ୍ରାମରେ ତିନି ବର୍ଷ ହେବାକୁ ବସିଲାଣି ଏଯାଏଁ ଆମ ଗାଁରେ ବିଦ୍ୟୁତ ସଂଯୋଗ ହୋଇ ପାରିଲା ନାହିଁ। ଏବିଷୟରେ ଗତ ୨୦୧୯ ମସିହା ନଭେମ୍ବର ମାସରୁ ଲିଖିତ ଭାବେ ବିଦ୍ୟୁତ କାର୍ଯ୍ୟାଳୟ ଠାରେ ଦେଇଥିଲୁ। କିନ୍ତୁ ଆଜି ପର୍ଯ୍ୟନ୍ତ ଦୁଇଟି ଗ୍ରାମରେ ବିଦ୍ୟୁତ ନ ଥିବାରୁ ଅନ୍ଦାରରେ ରହୁଛୁ। ଏଣୁ ଆଜି ଭାଲଡୁଗୁଂରୀ ସରପଞ୍ଚ ପୁନିଆ କିସାନଙ୍କ ସହିତ ଆସି ଲିଖିତ ଅଭିଯୋଗ କରିବା ସହ ତୁରନ୍ତ ବିଦ୍ୟୁତ ସଂଯୋଗୀକରଣ ପାଇଁ ଦାବି କରିଛୁ। ସ୍ଥାନୀୟ ସରପଞ୍ଚ ପୁନିଆ କିସାନ, ଗ୍ରାମର ଭଦ୍ର କିସାନ, ତନୁ ମହାକୁଲ, ଗୌରବ କିସାନ, ବସନ୍ତ ଓରାମ, ଚୁକୁ ଓରାମ, ସୁଖାରୀ ଓରାମ, କୈଳାସ ଓରାମ, ସମରା ଓରାମ, ଶିବ କୁମାରୀ, ବିଗୁଆ ଓରାମ ପ୍ରମୁଖ ଉପସ୍ଥିତ ରହିଥିଲେ ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here