ହଟୁନି ସସପେନ୍ସ ଝରାଫୁଲ ମୃତ୍ୟୁ ରହସ୍ୟ ରୁ : ଭୁବନେଶ୍ୱର

ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକ ମୃତ୍ୟୁ ଉପରୁ ସସପେନ୍ସ ହଟୁନି ।  ବ୍ୟବଚ୍ଛେଦ ରିପୋର୍ଟରୁ ସ୍ପଷ୍ଟ ନ ହେବାରୁ ଭିସାରା ରିପୋର୍ଟକୁ ଭରସା କରିଛି ପୋଲିସ। ଝରାଫୁଲଙ୍କ ସ୍ୱାସ୍ଥ୍ୟ ବିଗିଡିବା ପଛରେ ବିଷକ୍ରିୟା (ଫୁଡ୍‌ ପଏଜିଂ) ନା ଅନ୍ୟ କିଛି କାରଣ ରହିଛି, ତାହା ରିପୋର୍ଟ ଆସିଲେ ଜଣାପଡିବ । କୁଆଖିଆ ଥାନା ପୋଲିସ ଘଟଣାର ୨ ଦିନ ପରେ ରାଜ୍ୟ ଫୋରେନ୍ସିକ ସାଇନ୍ସ ଲାବୋରଟୋରୀକୁ ଭିସାରା ପରୀକ୍ଷା ପାଇଁ ନମୁନା ପଠାଇଛି। ନମୁନାରେ ମୃତଦେହର କିଛି ଅଂଶ (ପାକସ୍ଥଳୀ, ଯକୃତର ୫୦୦ ଗ୍ରାମ୍‌, ୨ କିଡ୍‌ନୀର କିଛି ଅଂଶ ଓ ଇଣ୍ଟେଷ୍ଟାଇନ) ରହିଛି । ବିଶେଷକରି ପାକସ୍ଥଳୀରେ ଥିବା ଖାଦ୍ୟ ଅଂଶ କିମ୍ବା ଯକୃତର ନମୁନା ପରୀକ୍ଷାରୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିବାର କାରଣ ସ୍ପଷ୍ଟ ହେବ । ଏହା ମଧ୍ୟରେ ସୋମବାର ପୁରୁଷ ବନ୍ଧୁ ତଥା ଅଭିଯୁକ୍ତ ରାକେଶ ସ୍ୱାଇଁର ରିମାଣ୍ଡ ଅବଧିର ରାୟ ଆସିବ । ମାମଲାର ତଦନ୍ତକୁ ଆଗେଇବାକୁ ପୋଲିସ ୫ ଦିନିଆ ରିମାଣ୍ଡ ପାଇଁ ଅଦାଲତଙ୍କଠାରେ ଆବେଦନ କରିଥିଲା । ରିମାଣ୍ଡ ମିଳିବା ପରେ ଡେମୋ (କ୍ରାଇମ୍‌ ରିକ୍ରିଏସନ୍‌) ପୋଲିସର ମୁଖ୍ୟ ଫୋକସ୍‌ ରହିବ । କୁଆଖିଆ ପୋଲିସ୍‌ ଅଭିଯୁକ୍ତକୁ ସାଙ୍ଗରେ ଧରି ଭୁବନେଶ୍ୱର ଖଣ୍ଡଗିରିସ୍ଥିତ ଗେଷ୍ଟ ହାଉସ୍‌କୁ ଆସିବ । ପୂର୍ବଦିନ ଓ ଘଟଣାଦିନ ଗେଷ୍ଟ ହାଉସ୍‌ରେ କ’ଣ ଘଟିଥିଲା? ଝରାଫୁଲଙ୍କୁ କେମିତି ସ୍କୁଟି ଯୋଗେ ଯାଜପୁର ଯାଏଁ ନେଇଥିଲା? 

ଏତତ୍ ବ୍ୟତୀତ ମୃତ୍ୟୁର ୫ ଦିନ ପରେ ବି ପୁରୁଷବନ୍ଧୁ ରାକେଶର ଅନ୍ୟ ଜଣେ ସହଯୋଗୀର କୌଣସି ପତ୍ତା ନାହିଁ । ମୃତଦେହ ଫିଙ୍ଗିବାରେ ବ୍ୟବହୃତ ହୋଇଥିବା ସ୍କୁଟିକୁ ବି ଜବତ କରିପାରିନି ପୋଲିସ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here