କେନ୍ଦ୍ରାପଡା ଗରାପୁର ଡାକବଙ୍ଗଳା ପରିସରରେ ଗାନ୍ଧୀ ଜୟନ୍ତୀ ପାଳନ

ଆଜି କେନ୍ଦ୍ରାପଡା ଗରାପୁର ସ୍ଥିତ ଡାକବଙ୍ଗଳା ପରିସରରେ ୧୫୦ତମ ଗାନ୍ଧୀ ପଦଯାତ୍ରା ସ୍ମୃତି ପରିଷଦ ଓ ଜିଲ୍ଲା ସ୍ୱାଧିନତା ସଂଗ୍ରାମୀ ସେମିତି କେନ୍ଦ୍ରାପଡାର ମିଳିତ ଆନୁକୂଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ ବିଜେଡି ସହସମ୍ପାଦକ ଶ୍ରୀଯୁକ୍ତ ରାଜେଶ କୁମାର ପଣ୍ଡାଙ୍କ ସଭାପତିତ୍ବରେ ମୂଖ୍ୟ ଅତିଥିଭାବେ ମାନ୍ୟବର ବିଧାୟକ କେନ୍ଦ୍ରାପଡା ଶ୍ରୀଯୁକ୍ତ ଶଶିଭୂଷଣ ବେହେରା ମହାତ୍ମାଗାନ୍ଧୀଙ୍କ ଫଟୋ ଚିତ୍ର ସହିତ ସମ୍ମୁଖରେଥିବା ପ୍ରତି ମୂହୁର୍ତ୍ତରେ ପ୍ରଥମେ ଅନ୍ୟାନ୍ୟ ଅତିଥି ମାନଙ୍କ ଗ୍ରହଣରେ ଯାଇଁ ପୁଷ୍ପମାଲ୍ୟ ଅର୍ପଣ କରି ଆସିବା ପରେ ପଦୀପ ପ୍ରଜ୍ବଳନ କରି ସଭାକାର୍ଯ୍ୟର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ଅନ୍ୟାନ୍ୟ ମଞ୍ଚାସୀନ ଅତିଥିମାନଙ୍କ ମଧ୍ୟରେ ପୂର୍ବତନ ବିଧାୟିକା କେନ୍ଦ୍ରାପଡା ଶ୍ରୀମତୀ ସିପ୍ରା ମଲ୍ଲିକଙ୍କ ସହିତ ବରିଷ୍ଠ ଅବସରପ୍ରାପ୍ତ ଶିକ୍ଷାବିତ୍ ଶ୍ରୀଯୁକ୍ତ ଭଜକୃଷ୍ନ ରାଉତ ଓ ପ୍ରଫେସର ନନ୍ଦ କିଶୋର ପରିଡା, ବ୍ଲକ୍ ଅଧ୍ୟକ୍ଷ ଶିବ ପ୍ରସାଦ ଭଳ, ବ୍ଲକ୍ ସଭାପତି ଆଲୋକ ସାହୁ, ବରିଷ୍ଠ ଆଇନଜିବୀ ଦେବଦାସ ମହାନ୍ତି, ପୂର୍ବତନ ପୌରାଧ୍ୟକ୍ଷା ତଥା ଷ୍ଟେଟ୍ କାଉନସେଲିଂ ମେମ୍ବର ଶ୍ରୀମତୀ ରୋସନା ସାହୁ ଓ ଧିରେନ କୁମାର ସାହୁ,ପୂର୍ବତନ ମହିଳା ମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଲୋପାମୁଦ୍ରା ବାରିକ୍ ଏବଂ ପୂର୍ବତନ କାଉନ୍ସିଲର ହିରଣ୍ୟ କୁମାର ପଣ୍ଡା, ବିଶିଷ୍ଟ ସମାଜସେବୀ ଶ୍ରୀଯୁକ୍ତ ମାନସ କୁମାର ସାହୁ, ନଗର ସଭାପତି ଜଜାତୀ କେଶରୀ ମହାନ୍ତି, ସେକ୍ ଚନ୍ଦନ, ସେକ୍ ଗୋପୀ, ସେକ୍ ମତୁ ପ୍ରମୁଖଙ୍କ ସହିତ ବହୁ ଗାନ୍ଧୀବାଦୀ ନେତା ଓ ସ୍ୱାଧୀନତା ସଂଗ୍ରାମୀ ଏବଂ ଜ୍ଞାନୀ, ଗୁଣୀ, ବିଦ୍ୱାନ ବ୍ୟକ୍ତି ବିଶେଷ ଉପସ୍ଥିତ ରହି ଗାନ୍ଧୀଜୀଙ୍କ ଜୀବନାବଳୀ ଓ ଜୀବନା ଚାର୍ଯ୍ୟାକୁ ନେଇ ବିଭିନ୍ନ ଆଲୋଚନା, ପର୍ଯ୍ୟାଲୋଚନା ମଧ୍ୟମରେ ବିସ୍ତୃତ ଭାବେ ନିଜ ନିଜର ବହୁମୂଲ୍ୟ ବକ୍ତବ୍ୟ ପ୍ରଦାନ କରିଥିବା ବିଶେଷ ସୂତ୍ରରୁ ଖବର ନେବାରୁ ଜଣାପଡିଛି ।

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ଓଡିଶା 1ଟିଭି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here