କୃଷକ ଆନ୍ଦୋଳନକୁ ନେଇ ରାହୁଲ ଗାନ୍ଧିଙ୍କ ସାମ୍ବାଦିକ ସମ୍ମଳନୀ

ନୂଆଦିଲ୍ଲୀ : ବରିଷ୍ଠ କଂଗ୍ରେସ ସାଂସଦ ତଥା ପୂର୍ବତନ ଏଆଇସିସି ସଭାପତି ରାହୁଲ ଗାନ୍ଧି ଶୁକ୍ରବାର ଦିଲ୍ଲୀ କୃଷକ ଆନ୍ଦୋଳନ ନେଇ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। କେନ୍ଦ୍ର ସରକାର ଗୃହୀତ କରିଥିବା ୩ଟି ଯାକ ଆଇନକୁ ପ୍ରତ୍ୟାହାର କରନ୍ତୁ ବୋଲି ସେ ଦାବି କରିଛନ୍ତି। ନଚେତ ଏପର୍ଯ୍ୟନ୍ତ ରାଜଧାନୀ ଦିଲ୍ଲୀ ସୀମାରେ ବସିଥିବା ଆନ୍ଦୋଳନ ଦେଶର ଗାଁ ଗାଁରେ ପହଞ୍ଚିବ ବୋଲି ସତର୍କ କରିଛନ୍ତି। ରାଜଧାନୀରେ ଚାଷୀଙ୍କ ଆନ୍ଦୋଳନକୁ ନେଇ କଣ ଚାଲିଛି ସମସ୍ତେ ଜାଣିଛେ। ଏଥିରେ ଚାଷୀ କଣ ପାଇଁ ଆଇନକୁ ବିରୋଧ କରୁଛନ୍ତି ତାହା ମଧ୍ୟ ସମସ୍ତଙ୍କୁ ଜଣା। କେନ୍ଦ୍ର ସରକାର ଚାଷୀଙ୍କ ସମସ୍ୟା ସମାଧାନ କରିବା ବଦଳେ ସେମାନଙ୍କୁ ଡରାଉଛନ୍ତି, ଧମକାଉଛନ୍ତି ସେମାନଙ୍କ ବିରୋଧରେ ଏନଆଇଏ ତଦନ୍ତ ନିର୍ଦ୍ଦେଶ ଦେଉଛନ୍ତି। ଏଥିରେ ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ କଣ ହେଲା ତାହା ସମସ୍ତେ ଜାଣନ୍ତି।  ଚାଷୀ ଲାଲକିଲ୍ଲା ପର୍ଯ୍ୟନ୍ତ ପହଞ୍ଚିବାରେ ଷଡ଼ଯନ୍ତ୍ର କାହାର ଓ ସେଠାରେ ହୋଇଥିବା ଘଟଣା ପଛରେ କାହାର ହାତ  ତାହାବି ଏବେ କାହାକୁ ଅଛପା ନାହିଁ ବୋଲି ରାହୁଲ କହିଛନ୍ତି। ଏହି ସବୁ ଘଟଣା ରୋକିବା କଣ କେନ୍ଦ୍ର ଗୃହମନ୍ତ୍ରାଳୟଙ୍କ ଦାୟିତ୍ୱ ନଥିଲା କି ବୋଲି ସେ ପ୍ରଶ୍ନ କରିଛନ୍ତି। ଏହା ପରେ ସିଂଘୁ ବର୍ଡରରେ ଚାଷୀଙ୍କ ପ୍ରତି ହେଉଥିବା ନିର୍ଯାତନାକୁ ରାହୁଲ ଅମାନବୀୟ କହିଛନ୍ତି।  କୋଭିଡରେ ଆମେ ସମସ୍ତେ ଦେଖିଛେ ଗରିବ ଆହୁରି ଗରିବ ହୋଇଛନ୍ତି ଓ ଧନୀ ଅଧିକ ଉପାର୍ଜନ କରିଛନ୍ତି। କୃଷି ଆଇନ ମଧ୍ୟ ସେଇଆ ବୋଲି କହିଛନ୍ତି ରାହୁଲ। ଏଥିରେ ଚାଷୀ ଗରିବରୁ ଗରିବ ହେବ ଓ କର୍ପୋରେଟ ମାଲାମାଲ ହେବେ । ପଞ୍ଜାବ, ହରିୟାଣା, ୟୁପି ଓ ରାଜସ୍ଥାନର ଲୋକେ  ଆଇନ ପଛରେ ଥିବା ରହସ୍ୟ ବୁଝିପାରିଛନ୍ତି। ଏଣୁ ସେମାନେ ଦିଲ୍ଲୀ ସୀମା ଜାମ କରିଛନ୍ତି ବୋଲି ରାହୁଲ କହିଛନ୍ତି। ଏହା ମାନେ ନୁହେଁ ଯେ ଆନ୍ଦୋଳନ ଏଇଠି ଅଟକି ଯିବ। ଏବେ ଦେଶ ମଧ୍ୟ ଆଇନ ଜାଣିବା ଲାଗି ଆଗ୍ରହୀ ହେବ ଓ ଗାଁ ଗାଁରେ କୃଷକ ଆନ୍ଦୋଳନ କରିବେ। କୋଭିଡ ଲକଡାଉନ, ସଂଶୋଧିତ କୃଷି ଆଇନ, ତୈଳ ମୂଲ୍ୟ ବୃଦ୍ଧି ଦେଶକୁ ଏକପ୍ରକାର ଅସ୍ଥିରତା ଆଡକୁ ନେଇଯାଉଥିବା ରାହୁଲ ସତର୍କ କରିଛନ୍ତି। ଏଣୁ ସରକାର ନିଜେ ଆଗକୁ ଆସି ଲୋକଙ୍କୁ ଭରସା ଦିଅନ୍ତୁ । ଅସ୍ଥିରତା ଏମିତିରେ ସମାପ୍ତ ହେବନି ପ୍ରଥମେ ସରକାର ନିଜ ତ୍ରୁଟି ସୁଧାରନ୍ତୁ ବୋଲି କହିଛନ୍ତି ରାହୁଲ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here