ପୁଣି ମହାକାଳପଡା ନାଞୁରା ଗ୍ରାମ ପଞ୍ଚାୟତର ସରପଞ୍ଚଙ୍କ ସମେତ VLW, GRS ଓ କନିଷ୍ଟ ଯନ୍ତ୍ରୀଙ୍କ ନାମରେ ଅଭିଯୋଗ : କେନ୍ଦ୍ରାପଡା

ଆଜି ପୁଣି ମହାକାଳପଡା ବ୍ଲକ୍ ଅନ୍ତର୍ଗତ ନାଞୁରା ଗ୍ରାମ ପଞ୍ଚାୟତର ସରପଞ୍ଚଙ୍କ ସମେତ VLW, GRS ଓ କନିଷ୍ଠ ଯନ୍ତ୍ରୀଙ୍କ ନାମରେ ରାଜ୍ୟ ସରକାର ଗତବର୍ଷ ୨୦୨୦ ମସିହା କରୋନା ମହାମାରୀ ହେତୁ ରାଜ୍ୟ ସରକାର ପ୍ରତ୍ୟେକ ଗ୍ରାମରେ ମହାତ୍ମା ଗାନ୍ଧୀ କର୍ମନିଯୁକ୍ତି ବା ମନେରେଗା ଯୋଜନାରେ ବିଭିନ୍ନ ପ୍ରୋଜେକ୍ଟ କଲେ ପରିବାର ପ୍ରତିପୋଷଣ କରି ବଞ୍ଚିବା ପାଇଁ ଗାଁରେ କାମ କରାଯାଇଥିଲା ସେହି ସମୟରେ ନାଞୁରା ପଞ୍ଚାୟତରେ ଦୋଳିଗାଁ ଗ୍ରାମର ରାଧା ତରାଇ ନାମକ ଜୈନିକା ମହିଳାଙ୍କ ଘର ଆଗରେ ୧୦ ଲକ୍ଷ ଟଙ୍କାର କାମ ଆରମ୍ଭ ହୋଇଥିଲା । ହେଲେ ଏପର୍ଯ୍ୟନ୍ତ ମିଳି ପାରୁନି ସେମାନଙ୍କର ପଇସା ବା ମଜୁରୀ । ଯାହା ଫଳରେ ନାହିଁ ନଥିବା ହଇରାଣ ହରକତ ହେଉଛନ୍ତି ବିଚର ଗରିବ ଅସହାୟ ଖଟିଖିଆ ଦିନ ମଜୁରିଆ ଲୋକମାନେ । ଗରିବ ଖଟିଖିଆ ଲୋକଙ୍କୁ କାମରେ ଲଗାଇ ସେମାନଙ୍କ ପ୍ରାପ୍ୟ ମଜୁରୀ ପ୍ରାୟ ୧୫ ଲକ୍ଷରୁ ଅଧିକ ଟଙ୍କା ହଡପ୍ କରିଥିବା ଅଭିଯୋଗ ଆଣି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ୫୦ରୁ ଅଧିକ ଗ୍ରାମବାସୀ ବସିବା ସହିତ ଉପୋରୋକ୍ତ ସରକାରୀ ବାବୁମାନଙ୍କ ନାମନେଇ ବିଭିନ୍ନ ନାରା ଦେବା ସହିତ ଆମ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ କଣ କହୁଛନ୍ତି ଧାରଣାରେ ବସିଥିବା ଲୋକମାନେ । ତେବେ ଚାଲନ୍ତୁ ସିଧାସଳଖ ଶୁଣିବା ସେମାନଙ୍କ ମୁହଁରୁ ।

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ଓଡିଶା 1ଟିଭି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here