ନେତାଜୀ ଜୟନ୍ତୀ ପାଳିତ : ପୁରୀ

ପୁରୀ- ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଧେଶ କ୍ରମେ ଆଜି ପୁରୀର ନେତାଜୀ ସଂଗ୍ରହାଳୟଟି ସର୍ବସାଧାରଣଙ୍କ ଉଦ୍ଧେଶ୍ୟରେ ଖୋଲାଯାଇଛି । କୋଭିଡ଼ କଟକଣା ନିୟମ ମାନି ପର୍ଯ୍ୟଟକ ମାନେ ଭ୍ରମଣ କରିପାରିବେ । ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ କୋଭିଡ଼ କଟକଣା ମଧ୍ୟରେ ପାଳିତ ହୋଇଛି । ଆଜି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁବାଷ ଚନ୍ଦ୍ର ନାଥଶର୍ମା ପ୍ରଥମେ ନେତାଜୀ ସଂଗ୍ରହାଳୟରେ ପହଞ୍ଚି ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ଏହାପରେ ପ୍ରଶାସନର ଅନ୍ୟ ଅଧିକାରୀ ବୃନ୍ଦ ଏଠାରେ ଉପସ୍ଥିତ ହୋଇ ମାଲ୍ୟାର୍ପଣ କରିଥିଲେ । ଏତଦ ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ ଏଠାକୁ ଆସି ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ଏହି ଅବସରରେ ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ, ସର୍ବୋଦୟ ମେଳା କମିଟିର ଶ୍ରୀ ଶିବପ୍ରସାଦ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here