ଶିଶୁ ସଂପର୍କ ଯାତ୍ରା ଶୁଭାରମ୍ଭ : ପୁରୀ

ପୁରୀ-: ଶିଶୁ ସଂପର୍କ ଯାତ୍ରା ଆଜିଠାରୁ ଶୁଭାରମ୍ଭ ହୋଇଛି । ଏଥିନିମନ୍ତେ ଓଡିଶା ର‍ାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ପକ୍ଷରୁ ଜିଲ୍ଲା ସ୍ତରୀୟ ଶୁଭାରମ୍ଭ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏଥିରେ ଆୟୋଗ ଅଧ୍ୟକ୍ଷା ସୁଶ୍ରୀ ସନ୍ଧ୍ୟାବତୀ ପ୍ରଧାନ ଅଧ୍ୟକ୍ଷତା କରିଥିଲେ ଏବଂ ରାଜ୍ୟ ମାନବାଧିକାର କମିଶନ ସଦସ୍ୟ ଶ୍ରୀ ଅଶ୍ବିନ ଅମିତାଭ ଦାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏଥିରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଜ୍ୟୋତିର୍ମୟ ଦଳାଇ, ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ବିଭାଗ ଉପଦେଷ୍ଟା ଶ୍ରୀମତୀ ସୁଲତା ଦେଓ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ, ଜିଲ୍ଲା ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ଶ୍ରୀ ମହାବୀର ରୁଦ୍ର ନାରାୟଣ ସାହୁ, ଚାଇଲଡ ଫଣ୍ତ ଇଣ୍ତିଆର ଶ୍ରୀ ହିମାଶୁଂ ସିଂ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେବା ସହ ବିଭିନ୍ନ ସଂସ୍ଥାର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ । ଅବହେଳିତ ଓ ଅପହଞ୍ଚ ଶିଶୁ ମାନଙ୍କ ବିକାଶ ନିମନ୍ତେ ସଚେତନତା ସୃଷ୍ଟି ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ରହିଛି । ଗ୍ରାମ୍ୟ ସ୍ତରରୁ ଶିଶୁ ମାନଙ୍କ ବିକାଶ ନିମନ୍ତେ ଏହି କାର୍ଯ୍ୟକ୍ରମ ସଚେତନତା ସୃଷ୍ଟି କରିବ । ଉତ୍କଳ ବାଳାଶ୍ରମକୁ ରାଜ୍ୟସ୍ତରୀୟ ବାଳାଶ୍ରମ ଭାବେ ପରିଣତ କରିବାକୁ ଅଧ୍ୟକ୍ଷା ଘୋଷଣା କରିଥିଲେ । ଏହି ଅବସରରେ ଅଧ୍ୟକ୍ଷାଙ୍କ “ପିଲାଙ୍କ ପାଇଁ ଚିଠି” ଉନ୍ନୋଚନ ହେବା ସହ ଜିଲ୍ଲାର କିଛି ପ୍ରତିଭା ଶିଶୁଙ୍କୁ ପୁରସ୍କୃତ କରାଯିବ । ଏଥିସହ ଆୟୋଗ ପକ୍ଷରୁ ଶିଶୁ ସୁରକ୍ଷାକୁ ନେଇ ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକ କରାଯାଇଛି । ଏହାପରେ ଆୟୋଗ ପକ୍ଷରୁ ପୁରୀରେ ବାସହୀନ ଶିଶୁ ମାନଙ୍କ ସ୍ଥିତି ସଂପର୍କରେ ଜାଣିବା ପାଇଁ ରାତ୍ରି ପରିଦର୍ଶନ କରାଯିବ । ଆସନ୍ତା ୨୧ ଆୟୋଗଙ୍କ ପକ୍ଷରୁ ଡେଲାଙ୍ଗ ଓ ୨୨ ତାରିଖରେ କଣାସ, ପିପିଲି ବ୍ଲକ ପରିଦର୍ଶନ କରି ବିଭିନ୍ନ ଅଧିକାରୀ ମାନଙ୍କ ସହ ଶିଶୁ ସୁରକ୍ଷା ସଂପର୍କରେ ଆଲୋଚନା କରିବା ସହ ଏ ସଂକ୍ରାନ୍ତୀୟ ଆପତ୍ତି ଅଭିଯୋଗ ଗୁଡିକର ଶୁଣାଣି କରିବେ । ବିଭିନ୍ନ ଥାନାରେ ଥିବା ଶିଶୁ ସହାୟତା କେନ୍ଦ୍ର ଓ ଅଙ୍ଗନୱାଡି କେନ୍ଦ୍ର ବୁଲି ଦେଖିବେ । ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଶିଶୁ ମାନଙ୍କୁ ପୁରସ୍କୃତ କରିବା ନିମନ୍ତେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଛାତ୍ରଛାତ୍ରୀ ମାନଙ୍କୁ ପଢା ଉପକରଣ ପ୍ରଦାନ କରାଯିବ । ଏଥିସହ ପିପିଲି ବ୍ଲକରେ ଛତୁଆ ପ୍ରସ୍ତୁତି କେନ୍ଦ୍ର ବୁଲି ଦେଖିବେ । ପୂର୍ବରୁ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ଭିଡିଓ କନଫେରନ୍ସି ମାଧ୍ୟମରେ ସଂପୃକ୍ତ ବିଡିଓ ମାନଙ୍କ ସହ କଥାବାର୍ତ୍ତା କରି ଆବଶ୍ୟକୀୟ ନିର୍ଦ୍ଦେଶ ଦେଇଛନ୍ତି । ଏହି ଅବସରରେ ଓଡିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ସଦସ୍ୟ ସୁଶ୍ରୀ ଦିବ୍ୟା ଶାଶ୍ବତୀ ଧନ୍ୟବାଦ ପ୍ରଦାନ କରିଥିବା ବେଳେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ମନୋଜ କୁମାର ତ୍ରପାଠୀ ଓ ଶ୍ରୀ ଘାସିରାମ ପଣ୍ତା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here