ମୋଟର ସାଇକେଲ ଦୁର୍ଘଟଣାଗ୍ରସ୍ତ ୧ ମୃତ, ୧ଆହତ : ନବରଙ୍ଗପୁର

ଡାବୁଗାଁ: ବୁଧବାର ଅପରାହ୍ନ ୪॰୩୦ ଘ॰ ସମୟରେ ନବରଙ୍ଗପୁର ଜିଲା ଡାବୁଗାଁ ଉମରକୋଟ ରାଜ୍ୟ ରାଜପଥ- ୩୯ ଉପରେ ଡାବୁଗାଁ ଥାନା ଅଧୀନ ସରାଗୁଡା ଛକ ନିକଟରେ ମୋଟର ସାଇକେଲ ଦୁର୍ଘଟଣା ଘଟି ୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଆହତ ହୋଇଛନ୍ତି | ସୂଚନାଯୋଗ୍ୟ:- ଉମରକୋଟ ଆଡୁ ଆସୁଥିବା ମୋଟର ସାଇକେଲ ନଂ ଓଡି ୦୭ ଏ ୦୯୫୮ ଯୋଗେ ଜୟପୁର ଅଭିମୁଖେ ଆସୁଥିବା ୨ ଜଣ ଯୁବକ ସରାଗୁଡା ଛକ – ଧାମନାଗୁଡା ଛକ ମଧ୍ୟରେ ଏକ ବୁଲାଣି ଉପରେ ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଗଛରେ ପିଟି ହୋଇଥିଲେ | ଫଳରେ ମୋଟର ସାଇକେଲ ଚାଳକ ଗୁରୁତ୍ତର ଭାବେ ଆହତ ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି | ୨ ଜଣଙ୍କୁ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରଯାଇଥିଲା | ସେଠାରେ ମୋଟର ସାଇକେଲ ଚାଳକ ଜୟପୁର ସହରର ବାର୍ଲିପେଟା ଗ୍ରାମର ମନୋଜ କୁମାର ସାହୁ (୩୨)ଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ | ଜୟପୁର ର ଗଙ୍ଗାନଗର ଗ୍ରାମର ସତ୍ୟପ୍ରିୟା ପ୍ରଧାନ (୨୭) ଆହତ ହୋଇଛନ୍ତି | ଘଟଣାସ୍ଥଳରେ ଡାବୁଗାଁ ଥାନା ଏଏସଆଇ ସଲମନ ଭୂୟାଁ ପହଞ୍ଚି ତଦନ୍ତ କରୁଛନ୍ତି | ଉକ୍ତ ୨ ଯୁବକ ଓରିଏଣ୍ଟାଲ ଇନସୁରାନ୍ସ ରେ କାର୍ଯ୍ୟ କରୁଥିବା ସୂଚନା ମିଳିଛି |

ନବରଙ୍ଗପୁର ଜିଲା ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡା, Odisha1.TV

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here