ଏସ୍.ବି.ଆଇ ଲାଇଫ ଓ ପ୍ରାକ୍ଟିକାଲ ଆକ୍ସନ ସହଯୋଗରେ ସ୍କୁଲ ଶୌଚାଳୟର ନବିକରଣ : ଭୁବନେଶ୍ୱର

ଭୁବନେଶ୍ୱର ;ତା ୨୦/୦୧/୨୦୨୧: ପ୍ରଶାନ୍ତି ବିହାର ପ୍ରକଳ୍ପ ଉଚ ବିଦ୍ୟାଳୟର ଶୌଚାଳୟ, ହାତଧୁଆ ପ୍ଲାଟଫର୍ମ ଓ ବିଦ୍ୟାଳୟ ଫାଟକର ନବିକରଣ କାର୍ଯ୍ୟ ଏସ୍.ବି.ଆଇ ଲାଇଫ ଓ ପ୍ରାକ୍ଟିକାଲ ଆକ୍ସନ ସହଯୋଗରେ କରାଯାଇଥିଲା, ଯାହାକୁ ଏସ୍.ବି.ଆଇ ଲାଇଫର ଆଂଚଳିକ ନିର୍ଦ୍ଦେଶକ ଶ୍ରୀଯୁକ୍ତ ଅମିତ କୁମାର ସାହା ଉଦଘାଟନ କରିଥିଲେ। ସେ କହିଥିଲେ ଏହା ଆମ ପାଇଁ ଏକ ବହୁତ ବଡ ସୁଯୋଗ ଥିଲା ଆମେ କୋଭିଡ ସମୟରେ ସ୍କୁଲ ଛାତ୍ର ଛାତ୍ରୀ ମାନଂକ ପାଇଁ କିଛି କରି ପାରିଲୁ, ଏହି ସ୍କୁଲର କିଭଳି ସର୍ବାଂଗୀନ ଉନ୍ନତି ହୋଇ ପାରିବ, ସେଥିପାଇଁ ସମସ୍ତ ସହାୟତା ଯୋଗାଇ ଦେବାକୁ ପ୍ରତିଶୃତି ଦେଇଥିଲେ। ଉକ୍ତ ଉଦଘାଟନ କାର୍ଯ୍ୟକ୍ରମରେ ମଣ୍ଡଳ ଶିକ୍ଷା ଅଧିକାରି ଶ୍ରୀଯୁକ୍ତ ସନ୍ତୋଷ କୁମାର ରାଉତ ଯୋଗ ଦେଇଥିଲେ, ପ୍ରାକ୍ଟିକାଲ ଆକ୍ସନ ଇଣ୍ଡିଆ ସଂଯୋଜକ ଡ.ବିରୁପାକ୍ଷ ଦିକ୍ଷିତ, ପ୍ରାକ୍ଟିକାଲ ଆକ୍ସନ ଫାଉଂଡେସନ ନିର୍ଦ୍ଦେଶକ ଶ୍ରୀଯୁକ୍ତ ସଂଜିତ କୁମାର ବେହେରା, ଏସ୍.ବି. ଆଇ ଲାଇଫର ଆଂଚଳିକ ପରିଚାଳକ ୱାଇ.ଏସ୍.ଏନ ମୁର୍ତ୍ତି, ଦେବାଶିଷ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ସ୍ଥାନୀୟ ସମାଜ ସେବୀ ଶ୍ରୀଯୁକ୍ତ ମିହିର କୁମାର ରାଉତ କାର୍ଯ୍ୟର ଉଚ ପ୍ରଶଂସା କରି ଏହି ସ୍କୁଲକୁ କିଭଳି ଏକ ମଡେଲ ସ୍କୁଲ କରାଯାଇ ପାରିବ ସେଥିପାଇଁ ସମସ୍ତଂକର ସହଯୋଗ କାମନା କରି ଧନ୍ୟବାଦ ଜଣେଇ ଥିଲେ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here