କାଠ ମାଫିଆଙ୍କ କବଜାରେ ଏବେ ବରସୁଆଁ ରେଞ୍ଜ ବନ ବିଭାଗ : ସୁନ୍ଦରଗଡ଼

ବଣାଇଁ ଉପଖଣ୍ଡର ବରସୁଆଁ ରେଞ୍ଜ ଅନ୍ତର୍ଗତ ତେନ୍ତୁଲଡ଼ିହି ଗ୍ରାମ ପାଖ ଜଙ୍ଗଲରେ କାଠ ମାଫିଆ ବେଧଡକ ଭାବେ ମୂଲ୍ୟବାନ ଗଛ କାଟି ନେଇ ଯାଉଛନ୍ତି । ବର୍ଷ ବର୍ଷ ପୁରୁଣା ଶାଳ ଗଛ ବନ ବିଭାଗକୁ ଚ୍ୟାଲେଞ୍ଜ ଦେଇ ବଢ଼ାଇ ଚାଲିଛନ୍ତି ନିଜର ସାମ୍ରାଜ୍ୟ ମାତ୍ର ଦୁଇରୁ ତିନି କିଲୋମିଟରରେ ମଧ୍ୟରେ ରହିଛି କୋଇଡ଼ା ବନ ବିଭାଗ କାହା ଛତ୍ର ଛାୟାରେ ରହି ମାଫିଆ ମାନେ ଏଭଳି ବଢ଼ାଇ ଚାଲିଛନ୍ତି ନିଜର ସାମ୍ରାଜ୍ୟ ଏବେ ଜନ ସାଧାରଣଙ୍କ ମଧ୍ୟରେ ପ୍ରଶ୍ନ ଆସୁଛି ବନ ବିଭାଗ କରୁଛି କଣ ନା ସବୁ ଜାଣି ଅଜଣା ଭଳି ରହୁଛି ବନବିଭାଗ ।
ସରକାର ଗଛ ବଞ୍ଚାୟଇବାକୁ ଯାଇ ହଜାର ହଜାର ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବା ବେଳେ କୋଇଡ଼ାର ଛବି ପୁରା ଭିନ୍ନ ଏଠାରେ ରାତି ପାହିଲେ ଚାଲିଯାଉଛି ବାହାର ରାଜ୍ୟକୁ ଲକ୍ଷ ଲକ୍ଷ ଟଙ୍କାର ମୂଲ୍ୟବାନ ଗଛ!କୋଇଡ଼ାକୁ ଚର୍ତ୍ତୃପାର୍ଶ୍ୱକୁ ଘେରି ରହିଛି ପାହାଡ ଏବଂ ଏଥିରେ ରହିଛି ମୂଲ୍ୟବାନ ଗଛ କୋଇଡ଼ା ଏକ ଆଦିବାସୀ ଅଦୂଷିତ ଅଞ୍ଚଳ ହୋଇଥିବାରୁ ଏଠାରେ ବସ ବାସ କରୁଥିବା ଆଦିବାସୀ ମାନେ ଏହି ଜଙ୍ଗଲ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ । ଏଠାକାର ଆଦିବାସୀ ମାନେ ପ୍ରତ୍ୟେକ ଦିନ ଜଙ୍ଗଲକୁ ଯାଇ ଜଙ୍ଗଲ ଜାତୀୟ ଦ୍ରବ୍ୟ ଝୁନା, ଲାଖ, ଅଠା,ମହୁଲ ସହିତ ବିଭିନ୍ନ ପ୍ରକାରର ଦ୍ରବ୍ୟ ସାପ୍ତାହିକ ହାଟକୁ ଆଣି ବିକ୍ରି କରି ନିଜର ଘର ପରିବାରର ପ୍ରତିପୋଷଣ କରନ୍ତି । କିନ୍ତୁ କିଛି ବର୍ଷ ହେଲା କାଠ ମାଫିଆ ମାନେ ନିଜର ସାମ୍ରାଜ୍ୟକୁ ବିସ୍ତାର କରି ଜଙ୍ଗଲରେ ଥିବା ମୂଲ୍ୟବାନ ଗଛକୁ କାଟି ଆମ ପଡୋଶୀ ରାଜ୍ୟ ଝାରଖଣ୍ଡକୁ ନେଇଯାଉଛନ୍ତି ଏହା ଏବେ ଏକ ମୁଣ୍ଡ ବ୍ୟଥାର କାରଣ!ବୁଦ୍ଧିଜିବିଙ୍କ କହିବା ଅନୁସାରେ ଏପରି ମାଫିଆ ମାନକୁ ଆଗାମୀ ଦିନରେ ଅଙ୍କୁଶ ନଲଗାଇଲେ କିଛି ବର୍ଷ ମଧ୍ୟରେ ଜଙ୍ଗଲ ଥିବା ମୂଲ୍ୟବାନ ଗଛ ଦେଖିବାକୁ ମିଳିବ ନାହିଁ ବୋଲି ମତ ଦେଇଛନ୍ତି ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here