ଚାଳକ ମୃତ୍ୟୁ ହେଲା ଟ୍ରାକ୍ଟର ଚକରେ ଚାପି ହୋଇ : ସୁନ୍ଦରଗଡ଼

ସୁନ୍ଦରଗଡ ଜିଲ୍ଲା କୋଇଡା ଥାନା ଅନ୍ତର୍ଗତ ମାଲଦା ପଞ୍ଚାୟତର କାହ୍ନୁ ସାହିରେ ଘଟିଛି ଏକ ମର୍ମନ୍ତୁଦ ଘଟଣା । ଟ୍ରାକ୍ଟର ଚକ ତଳେ ଚାପି ହୋଇ ଚାଳକ ମୃତ୍ୟୁ । ରାଜେନ୍ଦ୍ର ବେହେରା ଗ୍ରାମର ଭୂୟାଁ ରୋଡକେଲା ବସ୍ତିର ଏକ ଟ୍ରାକ୍ଟର ଓଡି ୧୪ ଏମ ୩୮୯୦ ନଂ ଯୋଗେ ବୋରୱେଲ ରେ ପକା ଯାଉଥିବା ବଜ୍ରି ବୋଝେଇ କରି କଳମଙ୍ଗ ପଟରୁ କୋଇଡା ଅଭିମୁଖେ ଆସୁଥିବା ବେଳେ ଚାଳକ ହେଲପରକୁ ଗାଡି ଚଳାଇବାକୁ ଦେଇଥିଲେ। ତେବେ କାହ୍ନୁସାହି ସ୍କୁଲ ସମ୍ମୁଖରେ ଥିବା ହମ୍ପସ ଯୋଗୁଁ ଗାଡିଟି ଡେଇଁ ପଡିଥିଲା ଫଳରେ ପାଖ ସିଟରେ ବସିଥିବା ଚାଳକ ଛିଟିକି ପଡି ଚକା ତଳେ ପଡି ଯାଇଥଲେ। ଗାଡି ଚାଳନା କାରି ଭାରସାମ୍ୟ ହରାଇ ସିଧା ପେଟ ଉପରେ ଚଢାଇ ଦେଇଥିବାରୁ ଘଟଣା ସ୍ଥଳରେ ହିଁ ଚାଳକର ମୃତ୍ୟୁ ହୋଇଯାଇଥିଲା। ଖବର ପାଇ କୋଇଡା ଥାନାର ଏସ୍ଆଇ ମନୋହର ପ୍ରଧାନ ଓ ତାଙ୍କ ସଦଳ ବଳ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହିତ ଗାଡିକୁ ଅଟକ ରଖିଛନ୍ତି। ଗାଡି ଚାଳନା କାରି ହେଲପର ଗାଡି ଛାଡ଼ି ଫେରାର ହୋଇଯାଇଥିବା ଜଣା ପଡ଼ିଛି। ଏପଟେ କୋଇଡାରେ ଶବ ବ୍ୟବଚ୍ଛେଦ ଗୃହ ଥାଇ ମଧ୍ୟ ବ୍ୟବଛେଦ ହେଉନଥିବା ଯୋଗୁଁ ଗୋଟିଏ ଦିନ ପରେ ଲହୁଣୀ ପଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଯିବ ବୋଲି ଶ୍ରୀ ପ୍ରଧାନ ସୁଚନା ଦେଇଛନ୍ତି।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।
BIG BRAKING NEWS

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here