ସୁନ୍ଦରଗଡ଼ ରେ ସଡ଼କ ସୁରକ୍ଷା ସପ୍ତାହ ପାଳିତ : ସୁନ୍ଦରଗଡ଼

ଆଜି ସୁନ୍ଦରଗଡ଼ ଜିଲ୍ଲାରେ ୩୨ ତମ ସଡ଼କ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ଆଞ୍ଚଳିକ ପରିବହନ ନିଗମର ସମସ୍ତ କର୍ମଚାରୀ ତଥା ପୋଲିସ ପ୍ରଶାସନ ପକ୍ଷରୁ ଏକ ବିଶାଳ ରାଲି କରି ସହର ପରିକ୍ରମା କରି ଜନ ସାଧାରଣଙ୍କୁ ହେଲମେଟ ବ୍ୟବହାର , ଡ୍ରାଇଭିଂ ଲାଇସେନ୍ସ ,ତଥା ରାଜ୍ୟ ପରିବହନ ନିଗମ ର ସମସ୍ତ ଗାଇଡ ଲାଇନକୁ ମାନି ଚଳିବା ପାଇଁ ସଚେତନ କରାଇଥିଲେ । ସଡ଼କ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ଡାକ୍ତର ନିଅନ୍ତୁ ଓ ଆର୍ଥିକ ପୁରସ୍କାର ପାଆନ୍ତୁ ବୋଲି ଆରଟିଓ କର୍ତ୍ତୃପକ୍ଷ ଜନସାଧାରଣଙ୍କୁ ବାର୍ତ୍ତା ଦେଇଥିଲେ ।ସଂପୃକ୍ତ ବ୍ୟକ୍ତିଙ୍କୁ ଆଞ୍ଚଳିକ ପରିବହନ ଅଧିକାରୀଙ୍କ ତରଫରୁ ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରାଯିବ ଏବଂ ଯଦି ସେ କୌଣସି ଭଡ଼ା ଗାଡ଼ିରେ ଦୁର୍ଘଟଣା ପିଡିତଙ୍କୁ ସ୍ଥାନାନ୍ତର କରିଥାନ୍ତି ତେବେ ଭଡ଼ା ବାବଦକୁ ଦେୟସମ୍ପୃକ୍ତ ବ୍ୟକ୍ତିଙ୍କୁ ପ୍ରଦାନ କରାଯିବ ଏତଦ୍ ବ୍ୟତୀତ ସଂପୃକ୍ତ ଭଦ୍ର ବ୍ୟକ୍ତିଙ୍କୁ ଜିଲ୍ଲାସ୍ତରୀୟ କିମ୍ବା ରାଜ୍ୟସ୍ତରୀୟ ଉତ୍ସବରେ ସମ୍ମାନିତ କରାଯିବ ବୋଲି ଆଞ୍ଚଳିକ ପରିବହନ ବିଭାଗର ଅଧିକାରୀ ମାନେ ଜନସାଧାରଣଙ୍କୁ ଜଣାଇଥିଲେ ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here