କାର ଧକ୍କାରେ ୨ ବାଇକ ଆରେହୀ ଗୁରୁତର : ସୁନ୍ଦରଗଡ଼

ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ସହରର ବାଇପାସକୁ ଯିବାକୁ ଥିବା ରାସ୍ତାରେ ଏକ କାର ଧକ୍କାରେ ୨ ବାଇକ ଚାଳକ ଗୁରୁତର ହୋଇଥିବା ଜଣାପଡିଛି । ସୋମବାର ଦିନ ଏକ କାର ନମ୍ବର ଓଡି ୧୪ ୭୬୪୪ଏକ ବାଇକ ନମ୍ବର ଓଡି ୧୬ ୨୨୬୫ କୁ ଧକ୍କା ଦେଇ ସେଠାରୁ ଫେରାର ହୋଇଯାଇଥିଲା । ଫଳରେ ବାଇକ ଚାଳକ ଦ୍ୱୟ ଗୁରୁତର ଆହତ ହୋଇଛନ୍ତି । ବାଇକ ଚାଳକ ଦ୍ୱୟ କୁତ୍ରା ବ୍ଲକ ଅନ୍ତର୍ଗତ ଗିରିଜା ପଡା ଗ୍ରାମର ଜୁହାନ କିରୋ(୨୮)ଓ ଉପର ବାହାଲ ଗ୍ରାମର ରତନ ଗୁଡ଼ିଆ (୨୮)ବୋଲି ଜଣାପଡିଛି !ବାଇକ ଚାଳକ ଦ୍ୱୟଙ୍କ ମୁଣ୍ଡରେ ଗଭିର ଆଘାତ ଲାଗି ଥିବା ଜଣା ପଡିଛି । ଖବର ପାଇ ପୋଲିଶ ଘଟଣାସ୍ଥଳରେ ପହଞ୍ଚି ବାଇକ ଚାଳକ ଦ୍ୱୟଙ୍କୁ ଚିକିତ୍ସା ପାଇଁ ରାଜଗାଙ୍ଗପୁର ସରକାରୀ ଡାକ୍ତର ଖାନା ପଠାଇବା ସହ ଘଟଣାର ଅଧିକ ତଦନ୍ତ କରୁଛି ।

ରାଜଗାଙ୍ଗପୁର ନିର୍ବାଚନ ମଣ୍ଡଳୀ ରୁ ରଞ୍ଜିତ କୁମାର ରାଉତଙ୍କ ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here