ଜିଏସଟି ବିଭାଗ ହାତରେ ଧରାପଡିଥିବା ସୋୟାବିନ ତେଲ ବୋଝେଇ ଟ୍ରକ କୁଆଁରମୁଣ୍ଡା ଫାଣ୍ଡିରେ : ସୁନ୍ଦରଗଡ଼

ରାଉରକେଲା ଜିଏସଟି ବିଭାଗ ହାତରେ ଦୁଇଟି ଟ୍ରକ ବୋଝେଇ ସୋୟାବିନ ତେଲ ଗାଡି l ଏହି ଦୁଇଟି ଗାଡିକୁ କୁଆଁରମୁଣ୍ଡା ଫାଣ୍ଡିକୁ କଲେ ହସ୍ତାନ୍ତର I ଏହି ଦୁଇଟି ଟ୍ରକ ରେ ସୋୟାବିନ ଖାଇବା ତେଲ ଓଡିଶାରୁ ବିହାରକୁ ଚୋରାରେ ଚାଲାଣ ହେଉଥିବା ଜଣା ପଡିଛି l ତେଲକୋଇ ଠାରେ ଜିଏସଟି ବିଭାଗ ପ୍ରଥମେ ଏହି ଦୁଇ ଗାଡି କୁ ଅଟକ ରଖି ଜିଏସଟି କାଗଜ ପତ୍ର ଠିକ ନ ଥିବା ଅଭିଯୋଗ ପାଇ ଯାଞ୍ଚ କରିଥିଲା l ପରେ ଜଣା ପଡିଥିଲା ଗାଡିରେ ଖାଇବା ତେଲ ଚୋରା ଚାଲାଣ ହେଉଛି ବୋଲି । ତେବେ କୁଆଁରମୁଣ୍ଡା ପୋଲିଶ ଓ ଜିଏସଟି ବିଭାଗ ମିଶି ଏ ଘଟଣାର ତଦନ୍ତ କରୁଛନ୍ତି I ଉଭୟ ଗାଡି ଏବେ କୁଆଁରମୁଣ୍ଡା ଫାଣ୍ଡିରେ ରହିଛି I ପଶ୍ଚିମବଙ୍ଗର ହଳଦିଆ ଅଞ୍ଚଳରୁ ରୁଚୀ କଂପାନୀର ସୋୟାବିନ ଖାଇବା ତେଲ ୨୫ ଟନ ନେଇ ଝାରସୁଗୁଡ଼ା ଅଭିମୁଖେ ଯାଉଥିବା ବେଳେ ତେଲକୋଇ ଥାନା ଅଞ୍ଚଳରେ ହାଇଜାକ ହୋଇଥିଲା ଟ୍ରକ ଓ ଖାଇବା ତେଲ ପେଟି । କୁଆଁରମୁଣ୍ଡା ଚେକ ଗେଟ ନିକଟରେ ଜିଏସଟି ବିଭାଗ ଦ୍ବାରା ଧରାପଡି ଟଣା ହୋଇଥିଲା ଫାଣ୍ଡିକୁ । ତେବେ ଏହି ତେଲ ଟ୍ରକକୁ ହାଇଜାକ କରାଇଥିଲା କିଏ ? ଚୋରା କାଗଜପତ୍ର ସହ ଝାଡ଼ଖଣ୍ଡ ଅଞ୍ଚଳକୁ ପଠାଉ ଥିଲା କିଏ , ଏହା ତଦନ୍ତ ସାପେକ୍ଷ ? ଚୋରୀ ତେଲ ପେଟି ସହ ଟ୍ରକ ଜବତ , ଚାଳକ ଗିରଫ ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।
BIG BRAKING NEWS

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here