ନବନିର୍ମାଣ କୃଷକ ସଙ୍ଗଠନ ର ଦିଲ୍ଲୀ ଯାତ୍ରା : ଜଗତସିଂହପୁର

ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ତିନୋଟି କୃଷିଆଇନ ପ୍ରତ୍ୟାହାର ଦାବିରେ ଜଗତସିଂହପୁର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ଏକ ବସ ଯୋଗେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ 40ଜଣ ଚାଷୀ ଦିଲୀ ଯାତ୍ରା କରିଛନ୍ତି।ଉକ୍ତଚାଷୀମାନେ କହିଥିଲେ କେନ୍ଦ୍ରୀୟ କୃଷି ଆଇନ ପ୍ରତ୍ୟାହାର ସହିତ ଚାଷୀ ପେନସନ, ଚାଷୀ ଉତ୍ପାଦିତ ଦ୍ରବ୍ୟର ଉଚିତ ମୂଲ୍ୟ ପ୍ରଦାନ କରିବା,ଓ ସୁଦୃଢ କୃଷିଭୂମି ଦାବି ନେଇ ଆଜି ନବ ନିର୍ମାଣ କୃଷକ ସଂଗଠନ ଜଗତସିଂହପୁର ଜିଲ୍ଲା ପକ୍ଷରୁ ଦିଲ୍ଲୀ ରେ ଚାଲିଥିବା ଗଣ ବିକ୍ଷୋଭ ଓ ସତ୍ୟାଗ୍ରହରେ ସାମିଲ ହେବାପାଇଁ ଯାତ୍ରା କରିଛନ୍ତି। ସଂଗଠନ ପକ୍ଷରୁ ବହୁ ଚାଷୀ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଁଚି ଦିଲ୍ଲୀ ଯାତ୍ରା କରୁଥିବା ଚାଷୀଙ୍କୁ ସ୍ଵାଗତ କରିଥିଲେ।ସେମାନଙ୍କ ମଧ୍ୟରେ ରାଜ୍ୟ ସହ ସଂଯୋଜକ ରଶ୍ମିରଞ୍ଜନ ସ୍ବାଇଁ,ଜିଲା ସଂଯୋଜକ ଦୁର୍ଗାଚରଣ ସ୍ୱାଇଁ, ଉପଦେଷ୍ଟା ବଂଶୀଧର ପଟ୍ଟନାୟକ, ନିତ୍ୟାନନ୍ଦ ପଣ୍ଡା,ଦେବାଶିଷ ଦାସ, ଵିଷ୍ଣୁ ସ୍ୱାଇଁ, ଦେବୀପ୍ରସାଦ ମହାରଣା ପ୍ରମୂଖ ଶତାଧିକ ଚାଷୀ କହିଛନ୍ତି।

ଜଗତସିଂହପୁର ରୁ ଜିଲା ପ୍ରତିନିଧି ପ୍ରଫୁଲ କୁମାର ସାହୁ

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here