ଟାଙ୍ଗରପାଲି ବ୍ଲକ୍ ର ବିଭିନ୍ନ ଗ୍ରାମକୁ ଜିଲ୍ଲାପାଳ ଙ୍କ ତୋଫାନି ଗସ୍ତ : ସୁନ୍ଦରଗଡ଼

ଟାଙ୍ଗରପାଲି ବ୍ଲକର ସାନପତ୍ରାପାଲି ଗାଁର ଚାଷ ଜମିକୁ ପାଣି ଯୋଗାଉଥିବା କ୍ଷୁଦ୍ର ଜଳସେଚନ ବିଭାଗର ଏକ ପୁରୁଣା ବନ୍ଧ ଯାହାକୁ କି “କେନ୍ଦଖୋଲ ମୁଣ୍ଡା” ସ୍ଥାନୀୟ ବାସିନ୍ଦା କହୁ ଥିଲେ l କିଛି ଦିନ ତଳେ ତାହା ଭୁଶୁଡି ଯାଇଥିଲା ଯାହା ଫଳରେ ବନ୍ଧରେ ଥିବା ସଂରକ୍ଷିତ ଜଳ ତଳ ଜମିକୁ ମାଡିଯାଇ ବ୍ୟପାକ ଧାନ ଫସଲ ନଷ୍ଟ ହୋଇଯାଇଛି ଏବଂ ପ୍ରାୟ ୩୦ ଏକର ଜମି ବାଲିଚର ହୋଇ ସବୁ ଫସଲ ନଷ୍ଟ ହୋଇଯାଇଛି,ଏବଂ ବନ୍ଧଟି ଜଳ ଶୂନ୍ୟ ହୋଇ ଯାଇଛି l ଏହି ବନ୍ଧ ଯୋଗୁଁ ଗାଁରେ କେବେ ଚାଷ ପାଇଁ ପାଣିର ଅଭାବ ହୋଇ ନ ଥିଲା,ମାତ୍ର ବର୍ତ୍ତମାନ ଗାଁରେ ହା ହା କାର ମଚି ହୋଇଯାଇଛି । ଆଜି ସୁନ୍ଦରଗଡ ଜିଲ୍ଲାପାଳ ଶ୍ରୀ ନିଖିଳ ପବନ କଲ୍ୟାଣ ନିଜେ ଗସ୍ତ କରି ପରିସ୍ଥିତି ଅନୁଧ୍ୟାନ କରିଥିଲେ ।ଅତି ଶୀଘ୍ର କ୍ଷତିଗ୍ରସ୍ତ ବନ୍ଧର ମରାମତି ହେବ ବୋଲି ଆଶ୍ବାସନା ଦେଇ ଥିଲେ l ପରେ ସେହି ଗାଁର ମୁଖ୍ୟ ରାସ୍ତାରେ ଥିବା ଅସଂପୁର୍ଣ ବ୍ରିଜର କାମକୁ ମଧ୍ୟ ଶୀଘ୍ର କରିବା ପାଇଁ ଅଧକାରୀ ମାନଙ୍କୁ ତାଗିଦ କରିଥଲେ ତାପରେ ଜିଲ୍ଲାପାଳ ଟାଙ୍ଗରପାଲି ବ୍ଲକର ଗମ୍ଭାରୀଡ଼ିହି ଗାଁକୁ ଯାଇଥିବା ସମୟରେ ସେଠାରେ ମଧ୍ୟ ଗୋଟିଏ ପୋଖରି ନିର୍ମାଣ କରିବା ପାଇଁ ଗାଁ ଲୋକ ମାନେ ଜିଲାପାଳଙ୍କୁ ଅନୁରୋଧ କରିଥିଲେ । ଜିଲ୍ଲାପାଳ ସେଠାରେ ଗ୍ରାମବାସୀଙ୍କ ଅନୁରୋଧ କୁ ରକ୍ଷାକରି ତାଙ୍କୁ ଅତିଶୀଘ୍ର ସେଠାରେ ଏକ ପୋଖରି ନିର୍ମାଣ କରାହେବ ବୋଲି ଆସ୍ବସନା ଦୋଇଥିଲେ l

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here