ଅମ୍ରିତ୍ ଋତୁରାଜ୍ କେନ୍ଦ୍ରାପଡାର ନୂର୍ତନ ଜିଲ୍ଲାପାଳ ବା ଯୁବ ଆଇ.ଏ.ଏସ୍

ଅମ୍ରିତ୍ ଋତୁରାଜ କେନ୍ଦ୍ରାପଡା ଜିଲ୍ଲାର ନୂର୍ତନ ଜିଲ୍ଲାପାଳ। ମାତ୍ର ଗୋଟିଏ ଦିନ ପୂର୍ବରୁ ସେ କେନ୍ଦ୍ରାପଡ଼ାରେ ନୂର୍ତନ ଜିଲ୍ଲାପାଳ ଭାବେ ଯୋଗ ଦେଇଛନ୍ତି ଏହି ଯୁବ ଆଇ. ଏ .ଏସ୍ ଅଫିସର । ତେବେ ଚାଲନ୍ତୁ ସିଧାସଳଖ ନଜର ପକାଇବା ଅମ୍ରିତଙ୍କ କାର୍ଯ୍ୟ ଶୈଳି ଉପରେ । ୨୦୧୫ କ୍ୟାଡର ର ଆଇ. ଏ .ଏସ୍ ଅଫିସର ହେଉଛନ୍ତି ଅମ୍ରିତ୍ ଋତୁରାଜ । ନବରଙ୍ଗପୁର ଉମର କୋର୍ଟରେ ଜନ୍ମ ଗ୍ରହଣ କରିଥିଲେ ଅମ୍ରିତ୍ ଋତୁରାଜ୍ । ବାପା ତାଙ୍କର ଥିଲେ ଜଣେ ଓ.ଏ.ଏସ ଅଫିସର । ଅବଶ୍ୟ କଟକ ଜିଲ୍ଲାରେ ତାଙ୍କ ଘର ହୋଇଥିଲେ ମଧ୍ୟ ସେ କିନ୍ତୁ ଉମର କୋର୍ଟରେ ବାପା “ମା”ଙ୍କ ପାଖରେ ବଢିଥିଲେ । ୨୦୦୭ ମସିହାରେ ସେ ଯାଯପୁର ଜିଲ୍ଲା ସ୍କୁଲରୁ ଦଶମ ଶ୍ରେଣୀ ପାସ୍ କରିଥିଲେ । ପରେ ପରେ ସେ ରେଭେନ୍ସା ଜୁନିୟର କଲେଜରେ +୨ ସାଇନସ୍ ପଢି ,ସେଠାରୁ ସେ କୃର୍ତ୍ତକାର୍ଯ୍ୟ ହେବା ପରେ ପରେ ତାଙ୍କ କ୍ୟାରିୟର ଟ୍ରାକ୍ ରେ କିଛିଟା ପରିବର୍ତ୍ତନ ହୋଇଥିଲା । ରେଭେନ୍ସା ବିଶ୍ଵବିଦ୍ୟାଳୟରୁ ସେ ରାଜନୀତି ବିଜ୍ଞାନରେ ସ୍ନାତକ ପରେ ସେ ଜେ. ଏନ୍. ୟୁ.ରେ ନାମ ଲେଖାଇ IAS ହେବାପାଇଁ ଖୁବ୍ ଯୋର ସରରେ ନିଜକୁ ପ୍ରସ୍ତୁତ କରିବାରେ ଲାଗିପଡିଥିଲେ । କେ ବି.କେ ଜିଲ୍ଲାରେ ତାଙ୍କର ପିଲାଦିନ କଟିଥିବାରୁ ସେଠିକାର ଲୋକମାନଙ୍କର ରହିଥିବା ସମସ୍ୟା ତାଙ୍କୁ ସିଭିଲ୍ ସରଭିସ୍ ପରୀକ୍ଷା ପାଇଁ ମଧ୍ୟ ପ୍ରେରଣା ଯୋଗାଉଥିଲା । ସଂଯୋଗ ବସତଃ ୨୦୧୫ ମସିହାରେ ସେ ଆଇ.ଏ.ଏସ୍ କ୍ଲିୟର କରି ଓଡିଶା ଫେରିବା ପରେ, ଓଡିଶା ସରକାର ତାଙ୍କୁ ପ୍ରଥମ କରି ରାୟଗଡା ଗୁଣପୁରରେ ସବ୍ କଲେକ୍ଟର ବା ଉପଜିଲ୍ଲାପାଳ ଭାବେ ନିଯୁକ୍ତି ପ୍ରଦାନ କଲେ । ୨୦୧୭ ମସିହାରେ ସେ ଗୁଣପୁର ଉପଜିଲ୍ଲାପାଳ ଭାବେ କିଛି ଦିନ ସୂଚାରୁ ରୂପେ କାର୍ଯ୍ୟ ନିର୍ବାହ କରିବା ପରେ ପରେ ତାଙ୍କର ୨୦୧୮ ମସିହାରେ ରାୟଗଡାର PDDRDA ଭାବେ ପ୍ରଥମେ ପୋଷ୍ଟିଂଗ୍ କରାଗଲା । ଗୁଣପୁରରେ ସେଥିବା ବେଳେ ସାଧାରଣତ ଲୋକମାନଙ୍କ ସହ ମିଶି ସମସ୍ତଙ୍କର ଅତି ପ୍ରିୟ ଭାଜନ ପାଲଟିଗଲେ । ନୋ-ହେଲମେଟ୍ ନୋ-ପ୍ରେଟ୍ରୋଲକୁ ନେଇ ଉପାନ୍ତ ଇଲାକାରେ ସରକାରୀ ଯୋଜନା ପହଞ୍ଚାଇବା ତାଙ୍କପାଇଁ ସବୁଠୁ ବଡ ଚାଲେଞ୍ ବା ମୂଖ୍ୟ ରାସ୍ତାଥିଲା । ଯାହାକୁ ସେ ସୂଚାରୁ ରୂପେ ତୁଲାଇଥିଲେ । ଏପରିକି ସେ ଗୁଣପୁର ଏନ୍. ଏ .ସି. କୁ ମଧ୍ୟ ମୁନିସିପାଲିଟିର ମାନ୍ୟତା ଓ ପରେ ପରେ ଗୁଣପୁରରେ କେନ୍ଦ୍ରିୟ ବିଦ୍ୟାଳୟର ପ୍ରତିଷ୍ଠା ହେବା ପଛରେ ତାଙ୍କର ଅତୁଳନୀୟ ଅବଦାନ ହୁଏତଃ ସବୁଦିନ ପାଇଁ ଗୁଣପୁର ଅଞ୍ଚଳବାସୀଙ୍କ ମନରେ ନିଶ୍ଚିନ୍ତ ରୂପେ ଏକ ପ୍ରେରଣା ହୋଇ ରହିଯିବ । ପ୍ରାୟ ୧ବର୍ଷ ପରେ ରାୟଗଡାର ପି.ଡି.ଭାବେ ତାଙ୍କୁ ନିଯୁକ୍ତି ମିଳିବା ପରେ ମାଓ ପ୍ରବଣ ଅଞ୍ଚଳରେ ପ୍ରାୟ ଦୀର୍ଘ ଦୁଇଦିନ ଦୁଇ ରାତି କାଟିବା ପରେ ସବୁଆଡୁ ତାଙ୍କୁ ପ୍ରଶଂସାର ସୁଅ ଛୁଟିଥିଲା। ଗୋଟିଏ ସ୍କୁଟି ଗାଡିରେ ସେ ପ୍ରାୟ ୬୦ ରୁ ୭୦ କିଲୋମିଟର ବାଟ ବିଭିନ୍ନ ଗାଁ ଗଣ୍ଡା ବୁଲି ଗରିବ ଅସହାୟ ଖଟିଖିଆ ମଜଦୁର ଲୋକମାନଙ୍କର ଶୁଖ, ଦୁଃଖ ବୁଝିଥିଲେ । ଯାହା ତାଙ୍କର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟିକରି ପାରିଥିଲା । ଦେଶରେ କରୋନା ମହାମାରୀର ମହା ପ୍ରକୋପ ବା କୋଭିଡ୍-19ଭଳି ପରିସ୍ଥିତି ସମୟରେ ସେ ଦିନରାତି ଏକାକାର କରି ଲୋକ ମାନଙ୍କ ପାଇଁ କାମକରି ସଦା ସର୍ବଦା ଲୋକ ମାନଙ୍କର ମଂଗଳ କାମନା କରିବା ସହିତ ନିଜକୁ ମଧ୍ୟ ଗର୍ବିତ ବୋଲି ମନେ କରୁଥିଲେ । ଆହୁରି ମଧ୍ୟ ସେ ଓଡିଆ ସାହିତ୍ୟ, ସଂସ୍କୃତି ଓ ଲେଖନି ପ୍ରତି ଏହି ଯୁବ IAS ଅଫିସରଙ୍କର ଅନେକ ରୁଚି ମଧ୍ୟ ରହିଛି । ଟିକେ ଅବସର ସମୟ ପାଇଲେ ଲେଖାଲେଖି କରିବାକୁ ସେ ବହୁତ୍ ପ୍ରଶଂସା ମଧ୍ୟ କରୁଥିଲେ । ସୋସିଆଲ୍ ମିଡିଆରେ ତାଙ୍କର ବହୁତ୍ ଫ୍ୟାନ୍ ଓ ଫଲୋର୍ସ ଥିବାବେଳେ ଯୁବ ପଢିମାନଙ୍କ ପାଇଁ ଏହି ଓଡିଆ ଯୁବ IAS ଅଫିସର ଏକ ଉଦାହରଣ ପାଲଟିଥିବା ସମଗ୍ର ରାଜ୍ୟରେ ଚର୍ଚ୍ଚା ଯୋର୍ ଧରିଥିବା ଦେଖିବାକୁ ମିଳେ ।

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here