ପାରାଦୀପ ସମୁଦ୍ର ଉପକୂଳରେ ସମରାଭ୍ୟାସ

 ସି-ଭିଜିଲ୍ କେବଳ ପାରାଦୀପ ଉପକୂଳ ନୁହେଁ, ଭାରତୀୟ ନୌସେନା ନୀରିକ୍ଷଣରେ ସାରା ଦେଶରେ ସମରାଭ୍ୟାସ ହେଉଛି। ଇଷ୍ଟର୍ନ ନାଭାଲ୍ କମାଣ୍ଡ ପକ୍ଷରୁ ଏଭଳି ଆୟୋଜନ ପାରାଦୀପ ସମୁଦ୍ର ଉପକୂଳରେ କରାଯାଉଛି। ଏଥିରେ ନୌସେନା, ତଟରକ୍ଷୀ ବାହିନୀ, ସାମୁଦ୍ରିକ ପୋଲିସ, ସୀମାଶୁଳ୍କ ବିଭାଗ, ବନ ବିଭାଗ, ମତ୍ସ୍ୟ ବିଭାଗ, ଓଡିଶା ପୋଲିସ, କେନ୍ଦ୍ରୀୟ ଶିଳ୍ପ ନିରାପତ୍ତ ବଳ, ଗୁଇନ୍ଦା ବିଭାଗ ସହ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କର ୧୮ଟି ସଂସ୍ଥା ସାମିଲ ଅଛନ୍ତି। ରେଡ୍ ଟିମ ଏବଂ ବ୍ଲୁ ଟିମ୍ ଭାବେ ଦୁଇଟି ଦଳରେ ବିଭକ୍ତ ହୋଇ ସାମରିକ କଳା କୌଶଳ ପ୍ରଦର୍ଶନ କରୁଛନ୍ତି। ମାଛଧରା ବନ୍ଦର, ମହାନଦୀ ମୁହାଣ, ରାଡାର ଷ୍ଟେସନ, ବତୀଘର, ବସଷ୍ଟାଣ୍ଡ, ବନ୍ଦର ଫାଟକ, ପ୍ରଶାସନିକ ଭବନ ଆଦି ସ୍ଥାନକୁ ରେଡ୍ ଟିମ୍ ଟାର୍ଗେଟ କରିବାର ସମ୍ଭାବନା ଥିବାରୁ ବ୍ଲୁ ଟିମ୍ ଏସବୁ ସ୍ଥାନରେ ତୀକ୍ଷ୍ଣ ନଜର ରଖିଛି।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here