ମା’ ହେଲେ ଦଙ୍ଗଲ ଗାର୍ଲ ବବିତା ଫୋଗାଟ : ନୂଆଦିଲ୍ଲୀ

 ରେସଲର୍ ବବିତା ଫୋଗାଟ ଗତକାଲି ଏକ ପୁତ୍ର ସନ୍ତାନର ମାଆ ହୋଇଛନ୍ତି। ଏନେଇ ସୋସିଆଲ୍‌ ମିଡିଆରେ ଫଟୋ ପୋଷ୍ଟ କରି ସୂଚନା ଦେଇଛନ୍ତି ନିଜେ ବବିତା। ଫଟୋରେ ସ୍ୱାମୀ ବିବେକ ସୁହାଗଙ୍କ ସହିତ କୁନି ପୁଅ ଓ ନିଜେ ବବିତା ଅଛନ୍ତି। ସୂଚନା ଥାଉକି, ମହିଳା ରେସଲର ବବିତା ଫୋଗାଟ କମନୱେଲ୍‌ଥ ଗେମ୍ସ, ଏସିଆନ୍ ଗେମ୍ସ ସହିତ ଅନ୍ୟ ପ୍ରତିଯୋଗିତାରେ ପଦକ ଜିତି ଦେଶ ପାଇଁ ଗୌରବ ଆଣିଛନ୍ତି। ଏଥିସହିତ ଅର୍ଜୁନ ପୁରସ୍କାରରେ ତାଙ୍କୁ ସମ୍ମାନିତ କରାଯାଇଛି। ଅନ୍ୟପଟେ ବିବେଗ ସୁହାଗ ମଧ୍ୟ ଜଣେ ରେସଲର। ସେ ୨୦୧୮ରେ ଭାରତ କେଶରୀ ଟାଇଟଲ ଜିତିଛନ୍ତି। ଦଙ୍ଗଲ ଗାର୍ଲ ଭାବରେ ସାରା ଦେଶରେ ପରିଚିତ ଅନ୍ତର୍ଜାତୀୟ ରେସଲର ବବିତା ଫୋଗାଟ ଓ ବିବେକା ସୁହାଗଙ୍କର ବିବାହ ୨୦୧୯ ଡିସେମ୍ବର ୨୧ ତାରିଖରେ ହୋଇଥିଲା।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here