ଖବର ସଂକ୍ଷେପ ରେ……ତାରିଖ ୧୦/୦୧/୨୧, ରବିବାର(NEWS IN BULLETS)

୧-୧୬ରୁ ସାରା ଦେଶରେ ଆରମ୍ଭ ହେବ ଟିକାକରଣ: ପ୍ରଥମ ପର୍ଯ୍ୟାୟରେ ୩କୋଟି ସମ୍ମୁଖ ଯୋଦ୍ଧାଙ୍କୁ ଦିଆଯିବ ଟିକା; ସେପଟେ ଓଡିଶାରେ ଟଙ୍କା ଭଳି ସୁରକ୍ଷାରେ ଯିବ ଟିକା, ସୁରକ୍ଷା ବଳୟରେ ରହିବ କୋଭିଡ ଟିକା।

୨-ଭୁବନେଶ୍ୱର:ଛାତ୍ରର ସ୍କୁଲ ପହଞ୍ଚିବାରେ ହେଉଥିଲା ଡେରି, ଓଡ଼ିଶା ପରିବହନ ବିଭାଗ ବଦଳାଇଲା ବସ୍‌ର ସମୟ।

୩-ପୁରୀ: ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥା ‌ସମୀକ୍ଷା ଆଜି,‌କୋହଳ ହେବ କଟକଣା।

୪-ଏକାମ୍ର କ୍ଷେତ୍ରରେ ସ୍ୱଚ୍ଛ ବିନ୍ଦୁସାଗର ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ୭୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ହେବ ସଫେଇ।

୫-କଟକ:ଜବତ ନକଲି ଖାଦ୍ୟ ସାମଗ୍ରୀ ଯାଞ୍ଚ୍ ରିପୋର୍ଟ:ମାରିଦେବ ନକଲି,‌ଜୁସ୍ ପ୍ଯାକିଂରେ ୨ ମାସ ପରବର୍ତ୍ତୀ ‌ତାରିଖ ପଡୁଛି।

୬-ଗଜପତି:୨ ଦିନରେ ୨୬ ଜଣ ଶିକ୍ଷକ ଏବଂ ୨ ଛାତ୍ର କରୋନା ପଜିଟିଭ୍ ଚିହ୍ନଟ, ଜିଲ୍ଲା ପ୍ରଶାସନର ବଢ଼ି ଗଲାଣି ଚିନ୍ତା।

୭-ସୁବାସ ଚନ୍ଦ୍ର ବୋଷଙ୍କ ‌୧୨୫ତମ ‌ଜୟନ୍ତୀ ପାଇଁ କେନ୍ଦ୍ରର ଉଚ୍ଚସ୍ତରୀୟ କମିଟିରେ ନବୀନ।

୮-ହୀରାକୁଦରୁ ଆସିଲା ରିପୋର୍ଟ, ଚଳିତବର୍ଷ ଆସିଛନ୍ତି ୯୮ ପ୍ରଜାତିର ପକ୍ଷୀ।

୯-ମାହାଙ୍ଗା ଡବଲ ମର୍ଡର ଘଟଣା : ଜେଲ ଗଲା ସପ୍ତମ ଅଭିଯୁକ୍ତ,ଅଜ୍ଞାତ ସ୍ଥାନରେ ପୁଲିସର ଜେରା. ହତ୍ୟା ରହସ୍ୟ ଖୋଲିଲା।

୧୦-ନିଳଗିରି: ତାସ୍ ଖେଳରୁ ମହାଭାରତ, କୁକୁଡା କାତିରେ ଯୁବକକୁ ହତ୍ୟା।

୧୧-ମହାରାଷ୍ଟ୍ରର ଭଣ୍ଡାରା ହସ୍ପିଟାଲରେ ଅଗ୍ନି କାଣ୍ଡ, ୧୦ ନବଜାତକଙ୍କ ମୃତ୍ୟୁ।

୧୨-ଲଭ୍‌ ଜିହାଦ ବିରୋଧରେ ଆଇନ ଲାଗୁ କଲେ ମଧ୍ୟପ୍ରଦେଶ ସରକାର, ଦୋଷୀଙ୍କୁ ମିଳିବ କଠୋର ଦଣ୍ଡ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here