ରାଜ ରାସ୍ତାରେ ବୁଲୁଛନ୍ତି ଗଜରାଜ ମାଗୁଛନ୍ତି ଖାଦ୍ୟ :

ଜଙ୍ଗଲରୁ ବାହାରି ରାଜରାସ୍ତାରେ ବୁଲୁଛନ୍ତି ଗଜରାଜ। ତାହା ପୁଣି କିଛି ଉତ୍ପାତ କରିବା ପାଇଁ ନୁହେଁ କି କାହାକୁ ଭୟଭୀତ କରିବାକୁ ନୁହେଁ। ଗାଡ଼ି ଅଟକାଇ ଲୋକଙ୍କୁ ଖାଇବାକୁ ମାଗୁଛନ୍ତି। ଆଉ ପେଟ ପୁରିଲା ପରେ ପୁଣି ଥରେ ଜଙ୍ଗଲକୁ ଫେରିଯାଇଛନ୍ତି । ଏପରି ଘଟଣା ପ୍ରାୟ ୨ ମାସ ହେବ ସୁନ୍ଦରଗଡ ଜିଲ୍ଲା ଟେନସା ବରସୁଁଆ ରାଜରାସ୍ତାରେ ଦେଖିବାକୁ ମିଳୁଥିବା ବେଳେ ଏଥିନିମନ୍ତେ ଆଜି କିନ୍ତୁ ୨ ଘଣ୍ଟା ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା।

ଗତ କିଛି ଦିନ ହେବ ଗୋଟିଏ ଦନ୍ତା ହାତୀ ଜଙ୍ଗଲରୁ ଆସି ରାଜରାସ୍ତାରେ ବୁଲୁଛନ୍ତି। ଏହାପରେ ବସ୍‌, ଟ୍ରକ୍‌ ଅଟକାଇ ଚାଳକମାନଙ୍କୁ ଶୁଣ୍ଢ ବଢାଇ ଖାଦ୍ୟ ମାଗୁଛନ୍ତି । ଉକ୍ତ ରାସ୍ତା ଦେଇ ଯାଉଥିବା ବସ୍‌, ଟ୍ରକ୍‌ ଚାଳକ ଏହା ଜାଣିବା ପରେ ଏବେ କିଛି ନା କିଛି ନିହାତି ଭାବେ ପାଖରେ ରଖୁଛନ୍ତି। ଆଜି ସକାଳୁ ସକାଳୁ ହାତୀଟି ରାସ୍ତାକୁ ପଳାଇ ଆସି ଗାଡ଼ି ଅଟକାଉଥିବା ବେଳେ ଟେନସା ବରସୁଁଆ ଘାଟିରେ ୨ ଘଣ୍ଟା ଗାଡି ଚଳାଚଳ ବନ୍ଦ ରହିଥିଲା ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here