ବଣେଇ ସିଆଇଟିୟୁ ଦଳ ପକ୍ଷରୁ ୧୦ ଦଫା ଦାବିନେଇ ଜେଲ ଭରୋ ଆନ୍ଦୋଳନ :

ବଣେଇ ସିଆଇଟିୟୁ ଓ ସିପିଆଇ ଏମ ଦଳ ପକ୍ଷରୁ ୧୦ ଦଫା ଦାବିନେଇ ଆଜି ଜେଲ ଭରୋ ଆନ୍ଦୋଳନ ହୋଇଛି। ଏହି ଆନ୍ଦୋଳନରେ ହଜାର ହଜାର ଦଳୀୟ କର୍ମୀମାନେ ଯୋଗଦେଇ ଏକ ଶୋଭାଯାତ୍ରା ସହ ବଣେଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।
ବଣେଇ ସିପିଆଇଏମ ଓ ସିଆଇଟିୟୁ ଦଳ ପକ୍ଷରୁ ଜେଲ ଭରୋ ଆନ୍ଦୋଳନ ହୋଇଛି। ଆଜି ଦେଓଗାଁ ଠାରୁ ହଜାର ହଜାର ଦଳୀୟ କର୍ମୀ ମାନେ ନାରାବାଜି ଦେଇ ବଣେଇ ମୁଖ୍ୟ ରାସ୍ତାରେ ଶୋଭାଯାତ୍ରା ପ୍ରଦର୍ଶନ କରିଥିଲେ। ଏହି ଶୋଭା ଯାତ୍ରା ବଣେଇ ବିଧାୟକଙ୍କ ନେତୃତ୍ୱରେ ଶୋଭାଯାତ୍ର ଅନୁଷ୍ଠିତ ହୋଇଥିଲା। ଶେଷରେ ପହଞ୍ଚିଥିଲେ ବଣେଇ ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ । ସେଠାରେ ଦିଲ୍ଲୀରେ ୪୪ ଦିନ ଧରି ଧର୍ମଘଟରେ ବସିଥିବା ଚାଷୀ ଭାଇ ମାନଙ୍କୁ ସମର୍ଥନ କରି ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ୧୦ ଦଫା ଦାବି ଉପରେ ଅଭିଭାଷଣ ରଖିଥିଲେ ।

ମୁଖ୍ୟତଃ ଦାବି ଗୁଡିକ ହେଲା-
୧-କୃଷକ ବିରୋଧୀ ତିନୋଟି କୃଷି ଆଇନ ବାତିଲ କରୋ।
୨- ବିଦ୍ୟୁତ ବିଲ ୨୦୨୦ ତୁରନ୍ତ ପ୍ରତ୍ୟାହାର କର।
୩-ସାର୍ଵ ଜନିନ ମାଗଣା ସ୍ୱାସ୍ଥ୍ୟ ସେବା ଗେରେଣ୍ଟି ଦାବିରେ ରାଜାମୁଣ୍ଡା ଠାରେ ଏକ ସୁପର ସ୍ପେଶାଲିଟି ହସ୍ପିଟାଲ ସହିତ ଟ୍ରମା ସେଣ୍ଟର ଖୋଲିବା ପ୍ରଭୃତି ଦାବିନେଇ ବଣେଇ ଉପଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ଦେଇଥିଲେ ଏବଂ ଆଇନ ଅମାନ୍ୟ କରିବା ଯୋଗୁଁ ୩୩ ଜଣଙ୍କୁ ପୋଲିଶ ତାଙ୍କୁ ଜେଲ ନେଇଥିଲେ। ଏହି ଆନ୍ଦୋଳନରେ ବଣେଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା, ସର୍ଵ ଭାରତୀୟ ଉପସଭାପତି ବିଷ୍ଣୁ ମହାନ୍ତି, ସୁନ୍ଦରଗଡ଼ ଜିଲ୍ଲା ସମ୍ପାଦକ ପ୍ରମୋଦ ସାମଲ, ରାଜ୍ୟ ସମ୍ପାଦକ ବିମାନ ମାଇତି ପ୍ରମୁଖ ଯୋଗଦେଇ ଜେଲ ଭରୋ ଆନ୍ଦୋଳନ କରିଥିଲେ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here