ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ଙ୍କ ବୈଠକ : ପୁରୀ

ଆଜି ଖଡ଼ିପଦା ଆଖଣ୍ଡଳମଣି ମନ୍ଦିର ପ୍ରାଙ୍ଗଣରେ କେରାଣ୍ଡିପୁରୁ ଗ୍ରାମପଞ୍ଚାୟତର ଶତାଧିକ ଯୁବ ବିଜେଡ଼ି କାର୍ଯ୍ୟକର୍ତ୍ତା ମାନଙ୍କ ସହିତ ବିଜୁ ଜନତା ଦଳର ସାଧାରଣ ସମ୍ପାଦକ (ମୁଖ୍ୟାଳୟ) ତଥା ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମାଙ୍କ ନେତୃତ୍ବରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଶ୍ରୀ ଦାସବର୍ମା ବିଜୁ ଜନତା ଦଳକୁ ପଞ୍ଚାୟତ ସ୍ତରରେ କିଭଳି ତୃଣମୂଳ ସ୍ତରରେ ଅଧିକ ସକ୍ରିୟ ଓ ସୁଦୃଢ କରିବା ପାଇଁ ବାର୍ତ୍ତା ଦେଇଥିଲେ । ଏହି ବୈଠକରେ ଉପସ୍ଥିତ ଥିଲେ ରାଜ୍ୟ ଯୁବ କଲ୍ୟାଣ ବୋର୍ଡ ଉପାଧ୍ୟକ୍ଷ ବିଜୟ କୁମାର ନାୟକ, ପୁରୀ ଜିଲ୍ଲା ବିଜୁ ଜନତା ଦଳ ଉପସଭାପତି ଦିବାକର ପାତ୍ର, ସୁର ପ୍ରସାଦ ମାହାନ୍ତି, ପୁରୀ ଜିଲ୍ଲା ବିଜୁ ଜନତା ଦଳ ସମ୍ପାଦକ କାର୍ତ୍ତବିଯ୍ୟ ସ୍ଵାଇଁ ଓ ପଞ୍ଚାୟତ ସଭାପତି ଇନ୍ଦ୍ରମଣି ବାରିକ୍ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here