ଜିଲ୍ଲା ଖାଦ୍ୟ ସୁରକ୍ଷା ଟିମର ଖାଦ୍ୟମାନ ଯାଞ୍ଚ : ପୁରୀ

ପୁରୀ: – ଜିଲ୍ଲା ଖାଦ୍ୟ ସୁରକ୍ଷା ଟିମ ଆଜି ଛଇତନା ବଜାର, ନାଗପୁର,ଦଳନଈ, ମଦରଙ୍ଗା ଆଦି ଅଞ୍ଚଳକୁ ଅଚାନକ ପରିଦର୍ଶନ କରି ବିଭିନ୍ନ ଦୋକାନରୁ ଖାଦ୍ୟମାନ ଯାଞ୍ଚ ନିମନ୍ତେ ନମୁନା ସଂଗ୍ରହ କରିଛି। ଉକ୍ତ ଅଞ୍ଚଳରେ ଥିବା ବିଭିନ୍ନ ଖାଦ୍ୟ ସାମଗ୍ରୀ ତିଆରି କେନ୍ଦ୍ର, ତେଜରାତି, ଫଳ, ପନିପରିବା, ମିଠା ଆଦି ଦୋକାନରେ ଖାଦ୍ୟ ଗୁଣବତ୍ତା ଯାଞ୍ଚ କରିଛନ୍ତି । ଖାଦ୍ୟ ଅନୁପଯୋଗୀ ଫଳ ଓ ମିଠାକୁ ଜବତ କରିଵା ସହ ଏହି ଟିମ ନଷ୍ଟ କରିଛନ୍ତି । ଏଥିସହ ଏହି ଟିମ ବିଭିନ୍ନ ଦୋକାନରୁ ଡାଲି, ମଇଦା, ଅଟା, ବେସନ, ସୁଜି, ଚିନି ଆଦି ଖାଦ୍ୟ ସାମଗ୍ରୀର ମାନ ପରୀକ୍ଷା ପାଇଁ ୩୫ଟି ନମୁନା ସଂଗ୍ରହ କରିଛି । ଏହି ଟିମରେ ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ ରାଜେଶ୍ବରୀ ପତି, ଖାଦ୍ୟ ଯାଞ୍ଚ ସହାୟକ ଶ୍ରୀ ଭ୍ରମରବର ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here